ଓଡ଼ିଶା ପୋଲିସ ପକ୍ଷରୁ ଆଜି ରାଜ୍ୟବାସୀ ଙ୍କ ସେବା ଉଦ୍ଦେଶ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ରେ 285 ଟି ଗାଡ଼ି ଲୋକାର୍ପଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ରେ ପୂର୍ବରୁ 250 ଟି ଗାଡ଼ି ବିଭିନ୍ନ ଜିଲ୍ଲା କୁ ପ୍ରଦାନ କରାଯାଇଛି। ଆଜି ସନ୍ଧ୍ୟାରେ ଓଏମ୍ପି ସ୍ଥିତ ଷଷ୍ଠ ବଟାଲିଆନ୍ ଠାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ 285 ଟି ଗାଡ଼ି ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରୁ 94 ଟି ମୋଟର ସାଇକେଲ, 120 ଟି ସ୍କୁଟି, ଏବଂ 71ଟି ବୋଲର ବିଭିନ୍ନ ଜିଲ୍ଲା କୁ ପ୍ରଦାନ କରାଯାଇଛି। ଡ଼ିଜି ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଏହି ଗାଡ଼ି ଗୁଡ଼ିକ ଲୋକାର୍ପଣ କରି କହିଲେ ବର୍ତ୍ତମାନ ପୋଲିସ ବିଭାଗ କୁ ଆଧୁନୀକରଣ କରାଯାଉଛି। ନିର୍ଭୟା ଯୋଜନାରେ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ସାରା ରାଜ୍ଯ ରେ ଆଇନଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହେବ ଏହି ସମସ୍ତ ଯାନ। ଏଥି ପାଇଁ ରାଜ୍ୟସରକାର 32 କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ନିର୍ଭୟା ପାଣ୍ଠୀରୁ 8 କୋଟି ଖର୍ଚ୍ଚକରାଯାଇଛି। ଏହା ଦ୍ବାରା ଆଇନଶୃଙ୍ଖଳା ରେ ସୁଧାର ଆସିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇପାରିବ।
ଏହି ଲୋକାର୍ପଣ ଉତ୍ସବରେ ଏ ଡି ଜି ଅରୁଣ ବୋଥ୍ରା, ଆର କେ ସର୍ମା, ଲଳିତ କୁମାର ଦାସ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।