Spread the love

ଅଶି ପ୍ରତିଶତ ବିଧାୟକ ପାଇବେ ଟିକଟ !

ଓଡ଼ିଶାରେ ଶାସକ ବିଜେଡ଼ି ଅଶି ପ୍ରତିଶତ ବିଧାୟକଙ୍କୁ ଆଗାମୀ ନିର୍ବାଚନରେ ରିପିଟ କରିବ ବୋଲି ଦଳୀୟ ସୂତ୍ରରୁ ଜଣା ପଡ଼ିଛି। ଆସନ୍ତା ସାଧାରଣ ନିର୍ବାଚନ ପ୍ରତି ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରି ସାରିଛି ଏଥିରେ ସନ୍ଦେହ ନାହିଁ। ରାଜ୍ୟରେ ବିଜେପି ତାର ସ୍ଥିତିକୁ ମଜବୁତ କରିସାରିଛି। କଂଗ୍ରେସ ନିର୍ବିବାଦୀୟ ପ୍ରାଥି ଦେଇ ମୈଦାନକୁ ଓଲ୍ହାଇବ।

୨୦୦୯ ମସିହା ଠାରୁ ଏକତରଫା ବିଜୟ ହାସଲ କରିଆସୁଥିବା ବିଜେଡ଼ି ପାଇଁ ଏଥର ନିର୍ବାଚନୀ ବୈତରଣୀ ପାର କରିବା କିଛି ଅସୁବିଧା ନାହିଁ ବୋଲି ସର୍ବସାଧାରଣରେ ଚର୍ଚ୍ଚା। କାରଣ ବହୁତ। ତେଣୁ ଶାସକ ବିଜେଡ଼ି ଭୋଟ ପାଇଁ ରାଜକୋଷ ଖୋଲି ଦେଇଛି ବୋଲି ଲୋକେ କହୁଛନ୍ତି। ଯେଉଁ ସବୁ ସରକାରୀ ଯୋଜନାମାନ ଘୋଷଣା ହେଉଛି ତାକୁ ଦେଖିଲେ ଜନସାଧାରଣ କୁହାକୁହି ହେଉଛନ୍ତି ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କୋଉ କେତେ ଉପରେ ଅଛି,ତେଣୁ ସତରେ ଯଦି ବିଜେଡ଼ି କଡ଼ା ଟକ୍କରର ସମ୍ମୁଖୀନ ହେବାର ଆଶଙ୍କା ଦଳ ଦେଖୁଛି ତେବେ ଅତି ଚତୁରତାର ସହିତ ଦଳୀୟ ଟିକଟ ବାଣ୍ଟିବ ବୋଲି ସୂତ୍ରରୁ ଜଣା ପଡ଼ିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହୁଛନ୍ତି ଦଳୀୟ ଟିକଟ ପାଇଁ ଦଶ ହଜ଼ାର ପ୍ରାଥି ଆବେଦନ କରିଛନ୍ତି। ଏହା ଦଳ ପାଇଁ ସକାରାତ୍ମକ ନା ବୁମେରାଙ୍ଗ ହେବ ସିଏ ଜାଣିଥିବେ। କିନ୍ତୁ ଦଳ ଏଥର ଟିକଟ ଦେବାରେ ବିଶେଷ ପରିବର୍ତ୍ତନ କରିବନି। ବୟସାଧିକ କାରଣରୁ କିଛି ଟିକଟ କାଟି ତାଙ୍କ ପୁଅ କିମ୍ବା ଝିଅଙ୍କୁ ଟିକଟ ମିଳିପାରେ। କିଛି ବିଧାୟକଙ୍କ ଆସନ ଅଦଳ ବଦଳ ହୋଇପାରେ। ୩୩ ପ୍ରତିଶତ ମହିଳାଙ୍କୁ ଦଳ ପୂର୍ବ ଥର ଭଳି ଟିକଟ ଦବ। ବାକି ରହିଲା ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଲୁଥିବା ମାଳମାଳ ଆଶାୟୀ। ଏମାନଙ୍କୁ ସବୁଥର ପରି ଦଳ ମର୍ଯ୍ୟାଦା ପୂର୍ଣ୍ଣକ ପଦ ପଦବୀ ରେ ରଖିବ ଏଥିରେ ସନ୍ଦେହ ନାହିଁ। ଆଶାୟୀଙ୍କୁ ଟିକଟ ନ ଦେଲେ ସେମାନେ କିଛି କ୍ଷତି କରିପାରିବେ ନାହିଁ। କିନ୍ତୁ ବିଧାୟକଟିର ଟିକଟ କଟିଲେ ସେମାନେ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବେ। ଧାମନଗର ପରି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିବ। ଏହାଛଡାସବୁ ଆମଦାନୀ ନେତାଙ୍କୁ ଥଇଥାନ କରାଯିବନି। କିଛି ଓଜନଦାର ଆମଦାନୀ ନେତା ଟିକଟ ପାଇବେ। ପୁରୁଣା ବିଜେଡ଼ି ନେତାଙ୍କୁ ପୁଣି ଦଳକୁ ଫେରାଇଆଣିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଆଈ ମାଆ କାହାଣୀ ବୋଲି ସୂତ୍ରରୁ ଜଣା ପଡ଼ିଛି। ତେଣୁ ମୋଟାମୋଟି ଭାବରେ ଯେଉଁ କଳ୍ପନା ଜଳ୍ପନା ଚାଲିଛି ଯେ ବିଜେଡ଼ି ମାତ୍ରାଧିକ ଟିକଟ କାଟିବ ତାହା ସମ୍ପୂର୍ଣ୍ଣ ଗୋଟେ ପ୍ରହେଳିକା ବୋଲି ଦଳୀୟ ସୂତ୍ରରୁ ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *