ଏ ଦୁନିଆର ସବୁଠାରୁ ମହଙ୍ଗା ଉପହାର ହେଉଛି “ଭଲ ଜୀବନସାଥୀ”,ଯାହା ମୂଲ୍ଯରେ ନୁହେଁ…ଭାଗ୍ୟରେ ଥିଲେ ମିଳେ।ବାପା ମାଆଙ୍କ ଜୀବନ କଟିଗଲା ପୁଅକୁ ମଣିଷ କରିବା ପାଇଁ,ଆଉ ପୁଅ ଲେଖୁଛି My Wife Is My Life…ଖରାପ ଲାଗିଲେ ବି ସତ୍ଯ।
ମନେରଖନ୍ତୁ ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ୍,ଯାହା ଥରେ ତଳେ ପଡ଼ିଗଲେ ଆଉ କେବେ ବି ଉପରକୁ ଉଠେନାହିଁ।
କଷ୍ଟ ଯେତେ କଠିନ ହେଉ,ବୁଝେଇବାକୁ କେହି ନଥାନ୍ତି।ଦୁଃଖ ଯେତେ ହାଲୁକା ହେଉ,ନେବାପାଇଁ କେହି ନଥାନ୍ତି।ଆଉ ଯିଏ ଯେତେ ଆପଣାର ହୁଅନ୍ତୁ,ସ୍ବାର୍ଥ ପାଖରେ କିଛି ବି ନୁହଁନ୍ତି।
ଶ୍ରୀକୃଷ୍ଣ କହୁଛନ୍ତି ଏପରି ଚେତନା ରେ ସ୍ଥିର ରହି କାର୍ଯ୍ୟ କଲ କୈ।ଣସି କ୍ଷତି ବା ପ୍ରତିକୂଳ ଫଳ ଲାଭ ହୋଇପାରିବ ନାହିଁ ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ ବିପତ୍ତିରୁ ରକ୍ଷା କରିଥାଏ।
ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।
ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ ଯେ ସାମବେଦ ସୁଲଳିତ ଭକ୍ତି ସଙ୍ଗୀତରେ ପରିପୂର୍ଣ୍ଣ । ବର୍ତ୍ତମାନ ସେ କହୁଛନ୍ତି, ସାମବେଦର ସମସ୍ତ ସ୍ତୋତ୍ର ମଧ୍ୟରୁ ସେ ଅତ୍ୟନ୍ତ ଲାଳିତ୍ୟପୂର୍ଣ୍ଣ ବୃହତ୍ସାମ ଅଟନ୍ତି । ଏହାର ଗାୟନ ବିଶେଷତଃ ମଧ୍ୟରାତ୍ରୀରେ କରାଯାଇଥାଏ।
ଅନ୍ୟ ଭାଷା ପରି, ସଂସ୍କୃତ ଭାଷାରେ ପଦ୍ୟ ଲେଖିବା ପାଇଁ ସ୍ୱତନ୍ତ୍ର ସ୍ୱର ଏବଂ ଛନ୍ଦ ଅଛି । ବେଦର କବିତା ଗୁଡ଼ିକର ଅନେକ ପ୍ରକାର ଛନ୍ଦ ରହିଛି । ଏମାନଙ୍କ ମଧ୍ୟରୁ ଗାୟତ୍ରୀ ଛନ୍ଦ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୁମଧୁର ଅଟେ । ଏହି ଛନ୍ଦରେ ରଚିତ ଗାୟତ୍ରୀ ମନ୍ତ୍ର ଏକ ସୁପ୍ରସିଦ୍ଧ ମନ୍ତ୍ର ଅଟେ । ଏହା ଏକ ଗଭୀର ଅର୍ଥପୂର୍ଣ୍ଣ ପ୍ରାର୍ଥନା ଅଟେ।
ତିନି ଲୋକକୁ ଉଦ୍ଭାସିତ କରୁଥିବା ଭଗବାନ ଆମର ନମସ୍ୟ ଅଟନ୍ତି ଏବଂ ଆମ୍ଭେମାନେ ତାଙ୍କର ପ୍ରାର୍ଥନା କରୁଛୁ । ସେ ପାପହାରୀ ଓ ଅଜ୍ଞାନ ବିନାଶକ ଅଟନ୍ତି । ଆମର ବୁଦ୍ଧିକୁ ସେ ସତ୍ମାର୍ଗରେ ଉଦ୍ଭାସିତ କରନ୍ତୁ ।” ବ୍ରତୋପନୟନ ଉତ୍ସବରେ, ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ବିଶେଷ ଭାବରେ କରାଯାଇଥାଏ ଏବଂ ପରେ ବ୍ରାହ୍ମଣ ମାନଙ୍କର ଦୈନନ୍ଦିନ ବୈଦିକ କର୍ମର ମଧ୍ୟ ଏହା ଏକ ମୁଖ୍ୟ ଅଂଗ ଅଟେ । ବେଦରେ ଦେବୀ ଗାୟତ୍ରୀ, ରୁଦ୍ର ଗାୟତ୍ରୀ, ବ୍ରହ୍ମା ଗାୟତ୍ରୀ, ପରମହଂସ ଗାୟତ୍ରୀ ଆଦି ଅନେକ ଗାୟତ୍ରୀ ମନ୍ତ୍ର ରହିଛି।*
ହିନ୍ଦୁ ବର୍ଷରେ ମାର୍ଗଶୀର ମାସଟି ଅଷ୍ଟମ ମାସ ଅଟେ । ଏହା ନଭେମ୍ବର -ଡ଼ିସେମ୍ବର ସମୟରେ ପଡ଼ିଥାଏ । ଭାରତରେ ସେତେବେଳେ ଉତ୍ତାପ ଠିକ୍ ଥାଏ- ଅତ୍ୟନ୍ତ ଗରମ ବା ଅତ୍ୟନ୍ତ ଥଣ୍ଡା ନଥାଏ । ଏହି ସମୟରେ ଶସ୍ୟ ଅମଳ ହୋଇଥାଏ । ସେଥିପାଇଁ ଏହି ମାସଟି ଲୋକଙ୍କର ଅତି ପ୍ରିୟ ଅଟେ।
ବସନ୍ତ ଋତୁକୁ ଋତୁରାଜ କୁହାଯାଏ । ଏହି ସମୟରେ ପ୍ରତୀତ ହୁଏ ସତେ ଯେପରି ଜୀବନକୁ ପ୍ରସ୍ଫୁଟିତ କରିବାରେ ପ୍ରକୃତି ଉଦାରତାର ସହିତ ସହଯୋଗ କରୁଛି । ବସନ୍ତ ଋତୁରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ, ଯାହା ଆନନ୍ଦର ବାତାବରଣ ସୃଷ୍ଟି କରିଥାଏ । ତେଣୁ ଋତୁମାନଙ୍କ ମଧ୍ୟରେ ବସନ୍ତ ଋତୁ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ପ୍ରତିଫଳିତ କରିଥାଏ।
ଯେଉଁଯୋଗୀ ସର୍ବଜୀବରେ ଦ୍ୱେଷ ନରଖି, ସମସ୍ତଙ୍କ ପ୍ରତି ବନ୍ଧୁଭାବାପନ୍ନ ହୋଇ ଓ ଦୟାଶୀଳ ରହି, ଯେ ନିଜେ କିଛିନୁହେଁ ଭାବି ନିରହଂକାର ରହେ, ଦୁଃଖ ସୁଖରେ ସମଭାବାପନ୍ନ ରହେ, ସର୍ବଦା ସମସ୍ତଙ୍କ ପ୍ରତି କ୍ଷମାଶୀଳ ଭାବ ରଖିଥାଏ ସେ. ସର୍ବଦା ସନ୍ତୁଷ୍ଟ ରହନ୍ତି ଓ ସର୍ବଦା ଆତ୍ମସଂଯମୀ ଓ ଦୃଢ ଆତ୍ମବିଶ୍ୱାସୀ ରହିଥାନ୍ତି। ମୋଠାରେ ମନ ବୁଦ୍ଧି ସମସ୍ତ ଅର୍ପଣ କରି ଦେଇଥାନ୍ତି ସେ ମୋର ଅତ୍ୟନ୍ତ ପ୍ରୀୟ,
ଯିଏ ସଭିଙ୍କର ଆଦି ….ଯାହାଙ୍କ ପୂର୍ବରୁ କାହାରି ମଧ୍ୟ ଅସ୍ତିତ୍ବ ନଥିଲା….ଯାହାଙ୍କ ଠାରୁ ସର୍ବୋଚ୍ଚ କେହି ନାହାନ୍ତି ….ଯାହାଙ୍କ ପାଖରେ ଷଡ଼ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଭାବେ ରହିଛି…ଯିଏ କୃପାର ସାଗର ଅଟନ୍ତି….. ଯିଏ ବ୍ରହ୍ମସ୍ବରୂପ ପରମାନନ୍ଦ କୁ ପ୍ରଦାନ କରନ୍ତି……ଯିଏ ଭଗବାନ ଶିବଙ୍କର ପତ୍ନୀ ଅଟନ୍ତି…. ଯିଏ ଆମର କୁଣ୍ଡଳିନୀ ଚକ୍ର ଯଥା “ମୂଳାଧାର, ସ୍ବାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧି, ଆଜ୍ଞା” ଆଦି ଛଅଟି ଚକ୍ରର ସ୍ବାମିନୀ ଅଟନ୍ତି…ଯିଏ ମାୟା ରୂପା ଅଟନ୍ତି ତଥା ସଭିଙ୍କୁ ମୋହିତ କରନ୍ତି ଏବଂ ଯିଏ ସମସ୍ତଙ୍କର ମୋହକୁ ନାଶ କରନ୍ତି…..ଅନନ୍ତକୋଟି ବ୍ରହ୍ମାଣ୍ଡ ଯାହାଙ୍କ ମଧ୍ୟରେ ରହିଛି/ ଯିଏ ସମସ୍ତ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଅଟନ୍ତି ସେହି ଆଦିଶକ୍ତି ଙ୍କ ଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ।
ହେ ସର୍ବଦା ସୁଖପ୍ରଦାୟିନୀ ଶ୍ରୀକ୍ଷେତ୍ରର ଅଧୀଶ୍ଵରୀ ମା ବିମଳା ମୋତେ ମୁକ୍ତି ପ୍ରଦାନ କରିବା ହୁଅନ୍ତୁ
ଶତ୍ରୁକୁ ସବୁବେଳେ ସୁଯୋଗ ଦେବା ଦରକାର ସେ କେମିତି ତୁମର ମିତ୍ର ହେଇଯାଉ….
ହେଲେ
ମିତ୍ରକୁ ଥରେ ବି ସୁଯୋଗ ନ ଦେବା ଦରକାର କି ସେ ତୁମର ଶତ୍ରୁ ହେଇଯାଉ….
ସମୟ ଚାଲଇ ବିଧି ନିର୍ଦ୍ଦେଶରେ
ନିମିତ୍ତ ମାତ୍ର ସଭିଏଁ ,
ମାରିପାରେ ସେହି ତାରିପାରେ ସେହି
ଆଉ କେ ତା ପରି ନୁହେଁ ।
ପୋଖରୀ କୂଅଠାରୁ ଯଥେଷ୍ଟ ଅଧିକ ବଡ଼ ତଥାପି ଲୋକେ କୂଅରୁ ହିଁ ପାଣି ପିଅନ୍ତି କାରଣ କୂଅର ପାଣି ପୋଖରୀ ପାଣି ଠାରୁ ବିଶୁଦ୍ଧ, ଠିକ୍ ସେହିପରି ମଣିଷ ଧନରେ ବଡ଼ ହେବା କିଛି ବଡ଼ କଥା ନୁହେଁ ତା’ର ବିଚାରରେ ଶୁଦ୍ଧତା ଥିବା ଦରକାର ତା’ହେଲେ ସେ ମହାନ୍ ହୋଇପାରିବ ।*
ସମୟ ସାଥିରେ ଅନେକ କିଛି ବଦଳି ଯାଏ……
ଲୋକ ମାନେ ବି, ସମ୍ପର୍କ ବି, ଅନୁଭବ ବି, ବେଳେ ବେଳେ ଆମେ ନିଜେ ବି……।
ଗୋଟିଏ Character less ମଣିଷ ସବୁବେଳେ ଅନ୍ୟର Character କୁ ଆକ୍ଷେପ କରି କଥା କୁହେ କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେୟା ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଲେଇ ଥାଏ ।