ଏଇ ମନ ହିସ୍ତିନା ତ ଏଇ ମନ କାଶୀ, ଏଇ ମନ ପୁଣି ପୁରୀ ବାରଣାସୀ,,ଏହାର ସମ୍ପୂର୍ଣ ଅର୍ଥ ମନୁଷ୍ୟ ମାନଙ୍କ ମନ ଉପରେ କେନ୍ଦ୍ରୀଭୂତ, ମନ ଯାହା କୁହେ ମଣିଷ ତାହା କରେ, କୋଉ ଯୁଗରୁ ଏହାହିଁ ହେଉଛି,, ଆଜିର କାହାଣୀ ବି ଏକ ସତ୍ୟ ଉପରେ ଆଧାରିତ ଯାହା ହୁଏତ ଅନେକ ଜାଣିଛନ୍ତି, (ଜେସିକାଲାଲ) ମର୍ଡର କେଶ,, ଦିନେ ପୁରା ଭାରତବର୍ଷ ରେ ଚହଳ ପକେଇଦେଇଥିଲା 1999 ମସିହାରେ,, କେମିତି, କିପରି ହେଲା କହିବା ଆବଶ୍ୟକ ନାହିଁ,କାହାଣୀ ବିଷୟରେ ଜାଣିବାକୁ ଚାହିଁଲେ ଜଣେ ଆରାମରେ ଜାଣିପାରିବେ, କିନ୍ତୁ ଆଜିର ବିଷୟବସ୍ତୁ (ମନ) ଉପରେ କିପରି ସ୍ୱାଧୀନ ଭାରତ ରେ ଜଣେ ଧନୀ ଅପରାଧୀ ପାଇଁ ସରକାରୀ କଳ ପୁରା ସେମାନଙ୍କ ମନ କୁ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ କରି ଅପରାଧୀ କୁ ଆରାମରେ ତିହାର ଜେଲରେ ଆଜୀବନ ସଜା କାଟୁଥିବା ବ୍ୟକ୍ତି ଟିକୁ 5 ଷ୍ଟାର ହୋଟେଲ ସୁବିଧା ଯୋଗାଇଦେଇଥିଲେ,, ଅପରାଧୀ ନାଁ ସିଦ୍ଧାର୍ଥ ବଶିଷ୍ଟ ଡାକ ନାଁ (ମନୁ ଶର୍ମା) ବାପା ହରିୟାଣା ର ବିନୋଦ ଶର୍ମା, ବରିଷ୍ଟ ନେତା, ଶିଳ୍ପପତି,ଆଜି ର ସତ୍ୟ କାହାଣୀରେ କିଛି ସତ୍ୟ ପ୍ରତିପାଦନ ହେବ ଯାହା ଆମେ କହୁନାହୁଁ, ଜଣେ ସଚୋଟ ସରକାରୀ ଅଫିସର ଯିଏ 35 ବର୍ଷ ତାଙ୍କ ଜୀବନ ଆଇନି ସୁରକ୍ଷା ରେ ବିତେଇଥିଲେ, ନାଁ ସୁନୀଲ ଗୁପ୍ତା ଶାହବ, ତିହାଡ଼ ର ଜେଲର, ଲିଗାଲ ଅଫିସର ତାଙ୍କ ଲିଖିତ ପୁସ୍ତକ (ବ୍ଲାକ ୱାର୍ରେଣ୍ଟ ) ରେ ଲେଖି ଯାଇଛନ୍ତି,, ମନୁ ଶର୍ମା ନିଜ ବନ୍ଧୁକ ରୁ ବାନ୍ଧବୀ ଜେସିକା ଲାଲ ଙ୍କୁ ମାରିଲେ,1999 ଠାରୁ 2005 ପର୍ଯ୍ୟନ୍ତ କୋର୍ଟ ପୋଲିସ ନୁଚୁକାଳୀ ଖେଳ ଚାଲିଲା, ପୋଲିସ ଚାର୍ଜ ସିଟରେ ସଠିକ ଦଫା ଲଗେଇଥିଲେ, ସାକ୍ଷୀ ବି ଠିକ ସତ୍ୟ କହିଥିଲେ, କିନ୍ତୁ ଖେଳ ଓଲଟିଗଲା 2005 ତଳ କୋର୍ଟରେ, ସାକ୍ଷୀ କହିଲେ ପୋଲିସ ଆମକୁ ଜବରଦସ୍ତି କହିଥିଲା ବୋଲି ଆମେ ବାଧ୍ୟ ହେଇଥିଲୁ ନଚେତ ଆମେ କିଛି ଜାଣିନୁ, ଏପରି ହେଇଥିଲା ଜଣେ ମୁଖ୍ୟ ସାକ୍ଷୀ (ସାଏର ମୁନସି) କୋର୍ଟ ରେ କହିଦେଲେ ମୁଁ ତ ହିନ୍ଦୀ ଜାଣିନି ତେଣୁ ପୋଲିସ ମିଛ ଷ୍ଟେଟମେଣ୍ଟ ଲେଖିଛି, ସମସ୍ତ ଅପରାଧୀ ଙ୍କୁ ନିର୍ଦୋଷ ରେ ଖଲାସ କରାଗଲା,, ଖେଳ ଓଲଟିଲା ଠିକ ତାର ବର୍ଷେ ପରେ ସାମ୍ବାଦିକ ପେସାରେ ବି ଅନେକ ସଚୋଟ ଅଛନ୍ତି ଯୋଉମାନେ ସରକାରୀ ଅର୍ଥ ପଛରେ ଦଉଡନ୍ତି ନାହିଁ, ସେମିତିକା ଜଣେ ସାଧାରଣ ସାମ୍ବାଦିକ ଥିଲେ ଦିଲ୍ଲୀ ରେ ଯିଏ ଚା ଖଟିରେ ଆଲୋଚନା ବେଳେ ଚାଲେଞ୍ଚ କରିଥିଲେ ସାଥି ସାମ୍ବାଦିକ ମାନଂକୁ କି ସେ ୟେ କେଶ କୁ ପୁଣି ଖୋଲିବାକୁ ଉଦ୍ୟମ କରିବେ,, ଓ କଲେ ମଧ୍ୟ,, ଯୋଉ ମୁଖ୍ୟ ସାକ୍ଷୀ ମୁନସୀ କହିଥିଲେ ହିନ୍ଦୀ ଜାଣିନାହାନ୍ତି,, ତାଙ୍କ ପାଖକୁ ଗଲେ ସାମ୍ବାଦିକ ଷ୍ଟିଙ୍ଗ ଅପରେସନ କରିବାକୁ,ଜଣେ ଫିଲ୍ମ ପ୍ରଡୁସର ହେଇ,, ମୁନସୀ ଜଣେ କଳାକାର କିଛି ସିନେମା ମଧ୍ୟ କରିଥିଲେ,,ସାମ୍ବାଦିକ କହିଥିଲେ ସେ ଏକ ବଡ଼ ଫିଲ୍ମ କରୁଛନ୍ତି ତେଣୁ ଆପଣଙ୍କ ରୋଲ ଅଛି, ଓ ଆପଣ ତ ହିନ୍ଦୀ ଜାଣି ନାହାନ୍ତି କିପରି ହେବ ଆଉ କାହାକୁ ଅର୍ଥ ଦେବାକୁ ପଡିବ ହିନ୍ଦୀରେ କହିବ ଆପଣ ଖାଲି ପାଟି ଖୋଲି କହିବେ,, ସେଇଠି ମୁନସି ଅର୍ଥ ଲୋଭରେ କହିଥିଲେ ସେ କଥା ମୁଁ ମିଛରେ କହିଥିଲି କୋର୍ଟରେ, କାରଣ ଆମକୁ ସେ ସାକ୍ଷୀ ରୋଲ କରିବାକୁ ବହୁତ ଅର୍ଥ ମିଳିଥିଲା,ଘଟଣା ଟା କିଛି ପୋଲିସ ସଚୋଟ ଦେଖେଇ ମନୁ ଶର୍ମା କୁ ଜେଲରେ ପୁରେଇବାକୁ ଚାଁହୁଥିଲେ, ତେଣୁ ମୁଁ ପ୍ରାଞ୍ଜଳ ଭାବେ ହିନ୍ଦୀ କହିପାରେ,, ଅନ୍ୟ କିଏ କାହିଁକି ଅର୍ଥ ନେବ, ମୁଁ ଭଏସ ଦେବି,, ବାସ ହେଇଗଲା ଷ୍ଟ୍ରିଙ୍ଗ ଭିଡ଼ିଓ ସହିତ ଭୟସ ମୁନସୀଙ୍କର,, ଠିକ ତାର ଏକ ବର୍ଷ ପରେ 2006 ରେ କେଶ ଗଲା ହାଇକୋର୍ଟ, ସେଇଠି ହେଇଗଲା ସତ ମିଛ ର ନ୍ୟାୟ, ସାମ୍ବାଦିକ ଙ୍କର ଷ୍ଟ୍ରିଙ୍ଗ ଭିଡ଼ିଓ ପ୍ରଦର୍ଶନ ହେଲା କୋର୍ଟ ରୁମରେ, ମନୁ ଶର୍ମା ଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରାଗଲା,2006ରେ, ପୁଣି ମହାନ ନେତା ଶିଳ୍ପପତି ବିନୋଦ ଶର୍ମା ଙ୍କ ପୁରା ଟିମ ଗଲେ ସୁପ୍ରିମ କୋର୍ଟ,2010 ରେ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଲେ ଆଜୀବନ କାରାଦଣ୍ଡ ନିର୍ଦେଶ,ମନୁ ଜେଲରେ ରହିଲେ, କିନ୍ତୁ ଅର୍ଥ ବଳ ତାଙ୍କୁ ବେଶୀ ଦିନ ରଖିପାରିଲାନି ପାରଲ ରେ ଆସିଲେ,, ବାପା ଦେଖିଲେ କିଛି କାରବାକୁ ପଡିବ, ଠିକ ତିହାଡ଼ ଜେଲଠାରୁ ମାତ୍ର,5 କିଲୋମିଟର ପରେ ଏକ 5ଷ୍ଟାର ହୋଟେଲ ଥାଏ ନାଁ (ହୋଟେଲ ହିଲଟନ) ତାକୁ କିଣିଦେଲେ, କାରଣ ପୁଅ ମନୁ ଯେତେବେଳେ ଚାହିଁବ ଆସି ରହିପାରିବ,, ହୋଟେଲ କିଣା ହେଇ ନୂଆ ନାଁ ହେଲା ହୋଟେଲ ପିନଡିଲେ,, ଜେଲର ସୁନୀଲ ଗୁପ୍ତା ଶାହବ ତାଙ୍କ ପୁସ୍ତକ ବ୍ଲାକ ୱାର୍ରେଣ୍ଟ ଲେଖିଛନ୍ତି ସେ ହୋଟେଲ ରେ ତାଙ୍କ ତିହାଡ଼ ଜେଲର 50 ରୁ ଅଧିକା ଷ୍ଟାଫ ମାନଙ୍କର ସମ୍ପର୍କୟ ମାନେ ମୋଟା ଦରମାରେ ଚାକିରୀ କରୁଥିଲେ,, କେତେ ସଚୋଟ ତିହାଡ଼ ଜେଲର ଅଫିସର ସୁନୀଲ ଗୁପ୍ତା ଶାହବ ଆଉ ଏକ ପୃଷ୍ଠାରେ ଲେଖିଛନ୍ତି,ସେତେବେଳେ ର DG ଆଲୋକ ବର୍ମା ଓ IG କେତେଥର ସେଇ ହୋଟେଲ ର ଭିଭିଆଇପି ରୁମରେ ମନୁ ଶର୍ମା ସହିତ ବସି ଆଲୋଚନା କରୁଥିବା ଦେଖିଥିଲେ, ଥରେ NHRC କମିଟି ଆସିଥିଲେ ତିହାଡ଼ ଜେଲ,, ସେମାନେ ଦେଖିଥିଲେ ଯୋଉ ସେଲରେ ମନୁ ଶର୍ମା ରହୁଥିଲେ ତାହା ଯେମିତି ଏକ ଭିଆପି ସୁଟ, ଶୀତତାପ ନିୟନ୍ତ୍ରିତ କୋଠରୀ ସହିତ ସମସ୍ତ ସୁବିଧା ଉପଲବ୍ଧ,,, କିନ୍ତୁ ଗୋଟିଏ ସତ୍ୟ ତଥ୍ୟ ଦେଇଛନ୍ତି ପୁସ୍ତକ ରେ ଯେ ମନୁଶର୍ମା ଅନେକ ଗରିବ କଏଦୀ ମାନଂକୁ ସାହାଯ୍ୟ କରୁଥିଲେ, ଓ ତିହାଡ଼ ଜେଲର କଏଦୀ ମାନେ ତିଆରି କରୁଥିବା ସାମଗ୍ରୀ ବଜାରରେ ବିକ୍ରି ହେଉଥିଲା, କିନ୍ତୁ MBA ମନୁଶର୍ମା ଙ୍କ ବୁଦ୍ଧି ବଳରେ 80% ଅଧିକା ମିଳିଲା ତର୍ଣ୍ଣାଓବର 32 କୋଟି ପର୍ଯ୍ୟନ୍ତ ଯାଇଥିଲା, କାରଣ ଷ୍ଟଲ ମାନ ତିଆରି ହେଇଥିଲା ଜେଲସାମଗ୍ରୀ ବିକ୍ରି କରିବା ପାଇଁ,,,ଶେଷରେ ଜେଲ କାଗଜରେ ଯାହା ଅଛି ମନୁ ଶର୍ମା ପୁରା 17 ବର୍ଷ 3ମାସ 5ଦିନ ଜେଲ ଦଣ୍ଡ ପାଇ ଖଲାସ ହେଇଥିଲେ,, କିନ୍ତୁ ଆଉ ଏକ ଦିଗକୁ ଦେଖିଲେ ତିହାଡ଼ ଜେଲ ପାଖରେ ଥିବା ତାଙ୍କ 5ଷ୍ଟାର ହୋଟେଲ ରେ ଅଧିକା ଦିନ କଟିଥିଲା, ଏହାର ସଠିକ ତଥ୍ୟ ସେଇ ଅଣ୍ଡର କଭର ସଚୋଟ ସାମ୍ବାଦିକ ହିଁ ଦେଇପାରିବେ,, ସବୁଠୁ ଆଶ୍ଚର୍ଯ୍ୟ ଘଟଣା ଆଜି ପର୍ଯ୍ୟନ୍ତ ସେ ସାମ୍ବାଦିକ କିଏ ତାହା ଗୁପ୍ତ ରଖଯାଇଛି,, କାରଣ ପୋଲିସ ବିଭାଗର କିଛି ସଚୋଟ ପୋଲିସ ଙ୍କ ପାଇଁ ଅପରାଧୀ ଅଇନି ହାତରୁ ଖସି ପାରିନଥିଲା,,,ଯାହା ଖବର ଅଛି ମନୁ ଶର୍ମା ଙ୍କର ଏକ ବଡ଼ ମିଡ଼ିଆ ହାଉସ ଅଛି,,