Spread the love

ବନ୍ଧନ କାହାକୁ କୁହାଯାଏ, ନିଜ ପରିବାର ଭାଇର ପରିବାର, ବନ୍ଧୁ ବାନ୍ଧବ ଙ୍କ ପରିବାର ଭିତରେ ଉତ୍ତମ ବୁଝାମଣା କୁ ଏକ ବ୍ୟକ୍ତିର ବନ୍ଧନ କୁହାଯାଇପାରେ, ଯଦି କୌଣସି ଵିଵେକୀ ମଣିଷ ଉତ୍ତମ ସମ୍ପର୍କ ର ବନ୍ଧନ ଭିତରେ ରୁହେ ତାହେଲେ ଚିନ୍ତା ମୁକ୍ତ ମଣିଷ କୁହାଯାଇପାରେ,ସେଥିପାଇଁ ଭଗବାନ ଙ୍କ ଆଶ୍ରିବାଦ ଆବଶ୍ୟକ, ଭଗବାନ କୁହନ୍ତି ଯିବ ବାସ୍ତବରେ ମୋ ଠାରୁ ସୃଷ୍ଟି, କିନ୍ତୁ ଯିବ ଭିତରେ ମଣିଷ ଟିକେ ନିଆରା ହେଇଗଲା, ସେ ଇନ୍ଦ୍ରୀୟ, ମନ, ଓ ବୁଦ୍ଧି କୁ ବୁଝିପାରିଲା ନାହିଁ, ତା ଭିତରେ ଅସୁରିକ ବା ପଶୁ ପ୍ରକୃତି ଥିବାରୁ ବେଳେ ବେଳେ ସେ ବୁଦ୍ଧି କୁ ଆପଣେଇ ଶେଷ ଜୀବନରେ କଷ୍ଟ ପାଇଲା,,ତେଣୁ ଇଶ୍ଵର କୁହନ୍ତି ହଇରେ ମଣିଷ ବୁଝିବାକୁ ଚେଷ୍ଟା କର ନିଜ ତନ ମନ ବୁଦ୍ଧି ଯୋଗ୍ୟତା ଅଧିକାର ଇତ୍ୟାଦି ମାଧ୍ୟମରେ ଅନ୍ୟ ମାନଂକୁ ସାହାଯ୍ୟ କର, ନିଜେ କୋଠା ଉପରେ କୋଠା ବାଡେଇ ଆଠଟି ଦାମୀ ଗାଡି ଚଢିଲେ କଣ ହେବ ଯଦି ତୁମ ପାଖ ପଡୋଶୀ ଭଙ୍ଗା ଚାଳ ଘରେ ଉପାସ ରେ ଶୋଉଛି,ଇଶ୍ଵର କୁହନ୍ତି ମୁଁ ସବୁ ଦେଖୁଛି ଦିନ ଆସିବ ସବୁ ଚାଲିଯିବ,, ଆଜିର ସତ୍ୟ କାହାଣୀ ଠିକ ସେଇପରି ଅଦ୍ଭୁତ,, ଗୋଟିଏ ଦେଶ ଅଛି (ମୋନାକୋ) ଇଉରୋପ ରେ ଇଟାଲୀ ଓ ଫ୍ରାନ୍ସ ମଝିରେ ପଡୁଛି,, ଦେଶର ଲମ୍ବା ମାତ୍ର ଦୁଇ କିଲୋମିଟର ଚଉଡା ଚାରିକିଲୋମିଟର,, ରାଜା ଶାସନ,, ଏହାର ଇତିହାସ ବି ରହସ୍ୟ ଘେରରେ, ଲୋକସଂଖ୍ୟ ମାତ୍ର 50 ହଜାର, କିନ୍ତୁ ଆଧୁନିକତା ରେ ଏକ ନମ୍ବର,, ନିଜର ମନୁଷ୍ୟକୃତ ସମୁଦ୍ର କୁଳ, ବଡ଼ ବଡ଼ ଦାମୀ ହୋଟେଲ, ବିଶ୍ୱର ବଡ଼ ଜୁଆ ଅଡ୍ଡା (କାସିନୋ) ଅନେକ ଦିନ ପୂର୍ବେ କିଛି ରାଜା ମହାରାଜା ମାନେ ଭାବିଲେ ଆମେ ଏମିତି ଏକ ଜଗା ତିଆରି କରିବା ଯୋଉଠି ସବୁ ଆରାମ ଦାୟକ ଥିବ,ଆଉ ସେଠାକୁ ବୁଲିବାକୁ ଗଲେ ନିଜ ନିଜ ଶତ୍ରୁତା ଭୁଲିଯିବା, ଯୋଉ କିଛି ଦିନ ସେଠାରେ ରହିବା ମଉଜ ମସ୍ତି କରି ରହିବା, ଦେଶ ସୃଷ୍ଟି ହେଇଗଲା, ଓ ବଢିଆ ଲାଗିଲା ସମସ୍ତଙ୍କୁ,,50 ବର୍ଷ ତଳେ ମୋନାକୋ ର ରାଜା ଭାବିଲେ ଅନେକ ଲୋକ ଆସୁଛନ୍ତି ବୁଲିବାକୁ ସେମାନଙ୍କ ଟଙ୍କା ସୁନା ଅଳଙ୍କାର କିମ୍ବା ସମ୍ପତି ବାଡ଼ି ର କାଗଜ ପତ୍ର ଗୁପ୍ତ ରେ ରଖିବାକୁ ଏକ ସତନ୍ତ୍ର ବ୍ୟାଙ୍କ କରିବାକୁ ପଡିବ ଓ ଅଳ୍ପ ଅର୍ଥ ନେଇ ଆମେ ସେମାନଙ୍କ ଜିନିଷ ଲକର କରି ରଖିବା,, ଆରମ୍ବ ହେଇଗଲା ବ୍ୟାଙ୍କ ନାଁ (ରୟାଲ କଂସୃଟିଅମ ବ୍ୟାଙ୍କ)ସବୁ ଦେଶର ବଡ଼ ବଡ଼ କୁବେର ମାନେ ଆସିଲେ ବୁଲିବାକୁ,, ଓ ବ୍ୟାଙ୍କ ବିଷୟରେ ଶୁଣି ଖୁସି ହେଇ ସେଠାରେ ରଖିଲେ ପ୍ରଚୁର ମୁଦ୍ରା, ସୁନା, ହୀରା,, ଓ ସମ୍ପତି କାଗଜ ପତ୍ର,ଚାଲିଲା କିଛିଦିନ,,1992 ମସିହା ଡିସେମ୍ବର ରେ ସଖାଳୁ ଏଗାରଟା ବେଳେ ବ୍ୟାଙ୍କ ଆଗରେ ପୋଲିସ ଗାଡି ଜମା ହେଇଗଲା,, ଦେଶର ଯେତିକି ପୋଲିସ ଅଫିସର ଥିଲେ ପ୍ରାୟତଃ ସମସ୍ତେ ଆସିଲେ, କଣ ହେଇଚି ଭାବି ସାଧାରଣ ଲୋକଙ୍କ ଭିଡ଼ ବି ହେଲା,, ଜଣାପଡିଲା ବ୍ୟାଙ୍କ ଭିତରେ ଡକାୟତ ପଶିଛନ୍ତି,, ଚାଲିଲା କଥା ବାରତା, ଲାଉଡ଼ସ୍ପିକର ରେ ଏପଟୁ ପୋଲିସ କହୁଛନ୍ତି ଗିରଫ କରିବେ ସେପଟୁ ଡକାୟତ କହୁଛନ୍ତି ଆମେ 60 ଜଣ ବ୍ୟାଙ୍କ ଷ୍ଟାଫ ଙ୍କୁ ବନ୍ଧକ ରଖିଛୁ, ଆମକୁ ପୋଲିସ ଆକ୍ରମଣ କଲେ ସମସ୍ତଙ୍କୁ ଜୀବନରୁ ମାରିଦେବୁ,, ମଝିରେ ମଝିରେ ମାଇକ ରେ ମାଡ଼ ଶୁଭୁଥାଏ ଓ ମହିଳା ବ୍ୟାଙ୍କ କର୍ମଚାରୀ ମାନଙ୍କ କ୍ରନ୍ଦନ ବି ଶୁଭୁଥାଏ,, କଣ କରାଯିବ,, ସେଇ ଦେଶରେ ଏଇ ଏମିତି କିଛି ଘଟଣା ଘଟିଲେ ଜଣେ ଜଣେ ମୁରବି ଥାନ୍ତି, ଏଥର ମାଇକେଲ ବୋଲି ଜଣେ ବୟସ୍କ ମୁରବି ଙ୍କୁ ସରକାର ଡାକିଲେ, ମାଇକେଲ ପ୍ରଚୁର ଧନୀ ସିପିଙ୍ଗ କାମ, ଅନେକ ଜାହାଜ ବି ଅଛି,, ଯାହା ସରକାର ଙ୍କ ଲୋକ କହିଥିଲେ ବିଦେଶୀ ସାଧାରଣ ଲୋକମାନକୁ, ମାଇକେଲ ଆସିଲେ ଏକ ଦାମୀ ଗାଡ଼ିରେ,, ପୋଲିସ ମାନଙ୍କ ସାଙ୍ଗରେ କଥା ହେଇ ଭିତରେ ପଶିଲେ,, ଓ କିଛି ସମୟ ପରେ ବାହାରିଲେ, କହିଲେ ସେମାନଙ୍କ ଡିମାଣ୍ଡ 100 କୋଟି ଟଙ୍କା ନେବେ, ଓ ରାତିରେ ସେମାନେ ଯିବେ, ଯଦି କିଏ କିଛି କରନ୍ତି ସାଙ୍ଗରେ ନେଇଥିବା ଲୋକକୁ ମାରିବେ,, ସରକାରୀ ଅଫିସର ମାନେ ଲାଗିଲେ ଅର୍ଥ ଯୋଗାଡ଼ରେ,, ମାଇକେଲ କହିଲେ 20 ଘଣ୍ଟା ହେଲାଣି ଟଙ୍କା ତ ସରକାର ଯୋଗାଡ଼ କରିପାରୁନାହାନ୍ତି, ମୁଁ ଚାଲିଲି,, ମୋର ବହୁତ କାମ ଅଛି, ଓ ଆପଣମାନେ ଭିତରକୁ ଯାଇ ସମାଧାନ କରନ୍ତୁ,,, କିଛି ପୋଲିସ ଅଫିସର ମାଇକେଲ ଙ୍କୁ ନିବେଦନ କଲେ ଆଉ ଅଳ୍ପ ସମୟ ରୁହନ୍ତୁ ଟଙ୍କା ଆସୁଛି,, ଟଙ୍କା ଆସିଲା ମାଇକେଲ ବ୍ୟାଗ ଭର୍ତି ଟଙ୍କା ନେଇ ବ୍ୟାଙ୍କ ଭିତରକୁ ଗଲେ,,, ଆଉ ଆସିଲେ ନାହିଁ ତିନିଘଣ୍ଟା ଗଲା କଣ ହେଲା ଭାବି ପୋଲିସ ନିଜେ ଅତ୍ୟାଧୁନିକ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଲେ, ଭିତରେ ଦେଖିଲେ ବ୍ୟାଙ୍କ ର କର୍ମଚାରୀ ଗୋଟିଏ ରୁମରେ ରହିଛନ୍ତି,,, ମାଇକେଲ ଆଗରୁ ତିଆରି କରିଥିବା ସୁଡ଼ଙ୍ଗ ବାଟେ ଫେରାର,,10 ହଜାର କୋଟି ଟଙ୍କା ଥିଲା, ଓ ବିପୁଳ ମାତ୍ରାରେ ସୁନା ହୀରା ଥିଲା, ଆଉ କିଛି ନାହିଁ ସବୁ ଫାଙ୍କା ପଡିଛି, ଏବେ ହେବ କଣ ମାଇକେଲ ଙ୍କର ନିଜ ଦେଶ ଜାପାନ, ହୁଏତ ସମୁଦ୍ର ବୋଟ ସାହାଯ୍ୟରେ ଫେରାର ହେଇଗଲେ,, ଯୋଉ ବଡ଼ ବଡ଼ ଲୋକ ନିଜ ଦେଶରୁ ଲୁଟ କରି ଏଠାରେ ରଖିଥିଲେ ସେମାନେ ଚିଲେଇଲେ, ଅନେକ ମିଟିଙ୍ଗ ହେଲା ସରକାର ଓ ବିଦେଶୀ କୁବେର ମାନଙ୍କ ସାଙ୍ଗରେ, ଶେଷଜୁ ବିଦେଶୀ ଧନୀ ମାନେ ନିରବ ରହିଲେ କାରଣ ନିଜ ଦେଶରେ ଲୋକ ଜାଣିଲେ ଇଜ୍ଜତ ଯିବ,, ସମସ୍ତେ ଚୁପ ରହିଲେ,,, କିଛି ଦିନ ପରେ ବିଦେଶୀ ଖବର କାଗଜ ମାନଙ୍କରେ ବିଭିନ୍ନ କଥା ବାହାରିଲା,ଯେମିତିକି ବର୍ତମାନ ସୁଇଚବ୍ୟାଙ୍କ ବୋଲି ଏକ ବ୍ୟାଙ୍କ ଅଛି,,,କିନ୍ତୁ କିଏ କେତେ ସେଠାରେ ରଖିଛି ବିଶ୍ୱରେ କୌଣସି ଏଜେନ୍ସି କିମ୍ବା ତଦନ୍ତ କାରି ସଂସ୍ଥା କହିପାରିବେନି,,,, ତେଣୁ ଗବେଷଣା କହେ, ପ୍ରତି ପଚାଶ ବର୍ଷରେ କିଛି ପରିବର୍ତନ ହୁଏ,

Leave a Reply

Your email address will not be published. Required fields are marked *