ଏଇ ପୃଥିବୀରେ ଯେବେଠୁଁ ମନୁଷ୍ୟ ମାନେ ଆଧୁନିକ ମୁହାଁ ହେଲେ, ଧୀରେ ଧୀରେ ବିଶ୍ୱାସ ବି ନିଜ ନିଜ ମଧ୍ୟରୁ ଦୂରେଇଲା,ରାଜା ରାଜୁଡା ଅମଳରୁ ୟେ ପରିସ୍ଥିତି ହେଇଥିବା ମନେ ହୁଏ, ରାଜାମାନଙ୍କ ଗୁପ୍ତଚର ମାନେ ଯାହାକହିଲେ ରାଜା ତାହା ବିଶ୍ୱାସ କଲେ, ଓ ପଡୋଶୀ ରାଜା ଉପରେ ଆକ୍ରମଣ କଲେ,, ଅତଏବ ରାଜାଙ୍କ ସନ୍ଦେହୀ ମନ ତଳେ ଅନେକ ପ୍ରଶ୍ନ ଉଙ୍କିମାରିଲା,, ଜଣେ ଆଉଜଣଙ୍କୁ ନିପାତ କରି ରାଜ୍ୟ ଜୟ ର ବାହାଦୁରି ନେଲେ, ଯାହା ବର୍ତମାନ ଦେଖାଯାଉଛି,, ଯିଏ ସରକାର କରୁଛି ସିଏ ନିଜର ଗୁପ୍ତଚର ମାନଙ୍କ କଥା ଉପରେ ବିଶ୍ୱାସ କରି ନିଜନିଜର ସହକର୍ମୀ ଙ୍କ ଉପରେ ସନ୍ଦେହ କରି ତାକୁ ହଟେଇଦେଉଛି,, କିନ୍ତୁ ସବୁଠୁ ରହସ୍ୟମୟ ବିଷୟ ହେଉଛି ବେଳେ ବେଳେ ଅନ୍ଧାରରେ ମାରିଥିବା ତୀର ବି ଆଜିର ରାଜାଭୂମିକାରେ ଥିବା ରାଜ୍ୟ ମୁଖିଆ ଙ୍କୁ ବି ଉଚିତ ଜ୍ଞାନ ଦେଇ ସିଂହାସନ ସୁରକ୍ଷିତ ରଖୁଛି,ଆଜିର କାହାଣୀ ବି ସେମିତି ଜଣେ ଜାସୁସ ବା ଗୁପ୍ତଚର ଉପରେ ଆଧାରିତ,, ଯାହା ଦିନେ ଦୁଇଟି ଦେଶକୁ ଆଲୋକୀକତା ପ୍ରତିପାଦନ କରିଥିଲା,, ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ନାଁ ସେ ଲୋକଟି କେବେ ଜାସୁସ ଥିଲା ନାଁ ସରକାରୀ ଙ୍କ ଠାରୁ କେବେ ନିୟମିତ ଦରମା ନେଉଥିଲା, କିନ୍ତୁ ତାଙ୍କ ଦେଶ ମୁଖିଆ ଙ୍କୁ ସଠିକ ସୂଚନା ଦେଇ ଅନେକ ପୁରସ୍କୃତ ହେଇଥିଲା, ନାଁ ସେ କେବେ ଦେଶ ମୁଖିଆ ଙ୍କୁ ଭେଟିଥିଲା ନାଁ ମୁଖିଆ ତାଙ୍କୁ ଭେଟିଥିଲେ,, ଘଟଣା ଟି ସ୍ପେନ ରେ ଘଟିଥିଲା, ଅଜବ ଜାସୁସ ଙ୍କର ନାଁ ” khuam poel garsia” ଯାହାଙ୍କ ଜନ୍ମ 14 ଫେବୃଆରୀ 1912ମସିହାରେ ସ୍ପେନ ରେ ହେଇଥିଲା ଗାର୍ଷିଆ ଙ୍କ ବାପା ଜଣେ ସଂଗ୍ରାମୀ ଥିଲେ, ଏକ କାରଖାନା ର ଶ୍ରମିକ ଥିଲେ କିନ୍ତୁ ଶ୍ରମିକ ମାନଙ୍କ ଦୁଃଖ ଦୁର୍ଦଶା ଦେଖିପାରୁନଥିଲେ,, ସଂଗଠନ ତିଆରି କରି ଶ୍ରମିକ ମାନଙ୍କ ସୁଖ ଦୁଃଖ ଦେଖୁଥିଲେ, ଯୋଉଥିରେ ଗାର୍ଷିଆ ପାଠ ପଢି ପାରିନଥିଲେ, ଏକ ତ ଅର୍ଥଅଭାବ ତେଣେ ଘରେ ଅଶାନ୍ତି, ତେଣୁ ଗାର୍ଷିଆ 17 ବର୍ଷ ବୟସରୁ ପାଠ ଛାଡି ଛୋଟ ଛୋଟ ଦୋକାନ କୁକୁଡ଼ା ଫାର୍ମ ରେ ଚାକିରୀ କଲେ,,21 ବର୍ଷ ବୟସରେ ସ୍ପେନ ଛାଡି ବାହାର ରାଜ୍ୟରେ ଯିବାକୁ ମନ ବଳେଇଲେ, ଥରେ ତାଙ୍କ ସାଙ୍ଗରେ ବ୍ରିଟେନ ର ଜଣେ ଜାସୁସ ଦେଖା ହେଲେ, ଯେହେତୁ ବ୍ରିଟିଶ ଅମ୍ବାସି ଟା ପାଖରେ ଥିଲା, ସେ ଜାସୁସ ସାଙ୍ଗରେ ବୁଲିଲେ ଓ ନିଜ ରାଜ୍ୟର କିଛି ଖବର ଯୋଗାଡ଼ ରେ ଦୁଇ ଜଣ ରହିଲେ,, କିନ୍ତୁ ବ୍ରିଟିଶ ଜାସୁସ ଯିଏ MI 5 ପାଇଁ କାମ କରୁଥିଲେ, ଗାର୍ଷିଆ ଙ୍କୁ ସାଙ୍ଗରେ ନେଲେନି,, ସେ ତାଙ୍କର କିଛି ଫାଇଦା ପାଇଁ ଗାର୍ଷିଆ ଙ୍କୁ ବ୍ୟବହାର କରୁଥିଲେ, କିନ୍ତୁ ଗାର୍ଷିଆ ଙ୍କ ଇଛା କେମିତି ଜାସୁସ ହେବେ ଓ ଗୁପ୍ତ ଖବର ଦେବେ,,ଥରେ ଏକ ହୋଟେଲ ରେ କାମ କଲେ ସେଇ ସ୍ପେନ ରେ, ବାଡ ହୋଟେଲ ଅନେକ ବଡ଼ ବଡ଼ ଲୋକ ଆସି ରୁହନ୍ତି ଥରେ ରାଜାଙ୍କ ଅତି ନିଜର କିଛି ଲୋକ ଆସି ଏକ ରୁମ ବୁକ କରି ରହିଲେ, ଗେଷ୍ଟ ମାନଙ୍କର ଏକ ବିଦେଶୀ ବ୍ରାଣ୍ଡ ମଦ ଆବଶ୍ୟକ ପଡିଲା,ଯାହା ସେଠାରେ ମିଳୁନଥିଲା,, ଗାର୍ଷିଆ ତାଙ୍କୁ ଯୋଗାଡ଼ କରିଦେଲେ,, ସେମାନେ ଗାର୍ଷିଆ ଙ୍କ ଉପରେ ଖୁସି ହେଇ ପାସପୋର୍ଟ ବନେଇଦେଲେ, ବ୍ରାଜିଲ, ଲଣ୍ଡନ, ର, ଯାହା ଖବର ଅଛି ସେଇଟା ଦୁଃପ୍ଲିକେଟ ପାସପୋର୍ଟ ଥିଲା ଯାହା ଗାର୍ଷିଆ ନିଜେ ଏକ ପ୍ରିଣ୍ଟିଙ୍ଗ ପ୍ରେସ ରେ ତିଆରି କରିଥିଲେ,, ଯାହାହେଉ ସେ ଇଂଲଣ୍ଡ ଗଲେ, ଥରେ ଟ୍ରେନ ରେ ଯାଉଥିବା ବେଳେ ସେଠାରେ ତାଙ୍କୁ ଭେଟ ହେଲେ ଜର୍ମାନୀ ର ଜଣେ ପ୍ରକୁର୍ତ୍ତ ଜାସୁସ,, କଥା ବାର୍ତା ବେଳେ ଗାର୍ଷିଆ ଫୁଟାଣିଆ କଥା ଗୁଡ଼ାଏ ଗପିଲେ, ଯେମିତି ବ୍ରିଟିଶ ପାଇଁ ଜାସୁସ କାମ କରୁଛନ୍ତି,,ଜର୍ମାନୀ ଜାସୁସ ଭାବିଲେ ଗାର୍ଷିଆ ଙ୍କୁ ନିଜର କଲେ ସେ ବି ଜର୍ମାନୀ ପାଇଁ ଗୁପ୍ତ ଖବର ଦେବେ,, ସେଇଠୁ ପ୍ରକୁର୍ତ୍ତ ଆରମ୍ଭ ହେଲା ସିକ୍ରେଟ ଏଜେଣ୍ଟ, ଗାର୍ଷିଆ ଙ୍କ ନାଁ ଦେଲେ “ALARIK” ଚାଲିଲା ଖବର ଦିଆନିଆ, ବିନା ବେତନରେ, କାମ କରୁଥିଲେ ବ୍ୟକ୍ତିଗତ ବ୍ୟବସାୟୀ ମାନଙ୍କ ପାଖରେ,, ବ୍ରିଟେନ ଖବର ଦେଲେ ଜର୍ମାନୀ ଙ୍କୁ, କିଛି ଦିନ ଗଲା ଚାଲିଆସିଲେ ନିଜ ଦେଶକୁ ସେଠାରେ ରହି ପ୍ରେମ ବିବାହ କଲେ ଜଣେ ସୁନ୍ଦରୀ ଯୁବତୀଙ୍କୁ, ସେ ଯୁବତୀ ଯେତେବେଳେ ଜାଣିଲେ ସ୍ୱାମୀଙ୍କର ବଡ଼ ବଡ଼ ଲୋକଙ୍କ ସାଙ୍ଗରେ ସମ୍ପର୍କ ଓ ଜାସୁସ ବିଷୟ ତାଙ୍କର ବି ଇଛା ହେଲା ସ୍ୱାମୀଙ୍କର କାମ ଆଗକୁ ବଢେଇବାକୁ, ପ୍ରକୁର୍ତ୍ତ ରେ ଗାର୍ଷିଆ ଦୈନିକ ଖବର କାଗଜ ପଢି ଯୋଉଁଗୁଡିକ ସରକାର ଙ୍କ ଆଗାମୀ ପଦକ୍ଷପ ସେଇଆକୁ ଗୁପ୍ତରେ ପଠାଉଥିଲେ ଜର୍ମାନୀ ମାନଙ୍କ ପାଖକୁ, ଯେହେତୁ ବ୍ରିଟିଶ ସାଙ୍ଗରେ ରହି କରୁଥିଲେ ତଥ୍ୟ ସଂଗ୍ରହ ଓ ସେଇଆକୁ ପଠାଉଥିଲେ ଜର୍ମାନୀ, ଥରେ ଧରାପଡ଼ିଲେ ବ୍ରିଟିଶ ଏଜେଣ୍ଟ ଭାବିଲେ କିଏ ତଥ୍ୟ ଦେଉଛି,, ଗାର୍ଷିଆ ଙ୍କୁ ଗିରଫ କରାଗଲା, ଓ ତାଙ୍କୁ ସତ୍ୟ କଣ ଜାଣିବାକୁ ଇଛା ହେଲା ବ୍ରିଟିଶ ଜାସୁସ ମାନଙ୍କର, ଗାର୍ଷିଆ ଓ ତାଙ୍କ ପତ୍ନୀ ସତ କହିଥିଲେ, ଯେ ଆମେ ଦୈନିକ ଖବର କାଗଜ ପଢି ସେଇଆକୁ ଏକ କାଗଜରେ ଚିଠି ଲେଖି ଜଣେ ଜର୍ମାନୀ ଜାସୁସ ଯିଏ ଏହିଠାରେ ଅଛି ତାକୁ ଦେଉ, ବ୍ରିଟିଶ ଭାବିଲେ ଗାର୍ଷିଆ କୁ ବି ବ୍ୟବହାର କରାଯାଇପାରେ, ତାଙ୍କୁ କହିଲେ ଠିକଅଛି ତୁମେ ତାଙ୍କ ପାଇଁ କାମ କର କିନ୍ତୁ ତାଙ୍କ ଖବର ଆମକୁ ଦିଅ ଓ ଜର୍ମାନ ଯା ସେହିଠାରେ ରହି ପୂରଣ କର ସେଇଆ ହେଲା, ଗାର୍ଷିଆ ଡବଲ ଏଜେଣ୍ଟ ହେଲେ,, ବେଳେ ବେଳେ କିଛି କିଛି ଅର୍ଥ ଦୁଇପଟୁ ମିଳିଲା, ଥରେ ଏକ ଅନ୍ଧାରରେ ମାରିଥିବା ମିଛ ନିୟୁଜ ବି ଜର୍ମାନ ରେ ସତ ହେଇଥିଲା,, ହିଟଲର ମିଶିବାକୁ ଚାହିଁଥିଲେ ଗାର୍ଷିଆ ସାଙ୍ଗରେ, କିନ୍ତୁ ଗାର୍ଷିଆ ମନକଲେ ନିଜ ଦେଶ ମୁଖିଆ ଜାଣିଲେ ପୁଣି ଦଣ୍ଡ ମିଳିବ,, ତାଙ୍କୁ ବ୍ରିଟିଶ ଵାଲା ସିକ୍ରେଟ ଏଜେଣ୍ଟ ଭାବେ ନାଁ ଦେଇଥିଲେ “GARBO” ଯେତେବେଳେ ଗାର୍ଷିଆ ନିଜ ଦେଶକୁ ଆସିଲେ ସେଇଠୁ ଆରମ୍ଭ କଲେ ଅସଲି ଗୁପ୍ତ ତଥ୍ୟ ପ୍ରେରଣ, ନିଜ ଦେଶ ମୁଖିଆ ଙ୍କ ବ୍ୟକ୍ତିଗତ ସମ୍ପର୍କ ରେ ଆସିଯାଇଥିଲେ କିନ୍ତୁ କେବେ ଭେଟିନଥିଲେ, ଦ୍ୱତୀୟ ବିଶ୍ଵଯୁଧ୍ୟ ସମୟ 6 ଜୁନ 1944 ରେ ବ୍ରିଟିଶ ରାଜା ଙ୍କୁ ପଠେଇଲେ ତାଙ୍କ ପାଖଲୋକ ଯୋଉମାନେ ହିଟଲର ସାଙ୍ଗରେ ଗୁପ୍ତ ଭାବେ ଥିଲେ, ରାଜା ଆଶ୍ଚର୍ଯ୍ୟ ହେଇଥିଲେ, ଓ ପରୀକ୍ଷା ମୂଳକ କିଛି ଘଟଣା ପୁରା କହିଥିଲେ ରାଜାଙ୍କର ବିଶ୍ୱାସ ହେଇଥିଲା, ତା ପରେ ଆରମ୍ଭ ହେଲା ଅସଲି ଖେଳ ରାଜା ସନ୍ଦେହ କରି ନିଜ ପାଖଲୋକଙ୍କୁ ହଟେଇଲେ ଓ ନୂଆ ସେନା ମୁଖିଆ ସହିତ କିଛି ଅଧିକାରୀ ଗାର୍ଷିଆ କଥାରେ ପୋଷ୍ଟିଙ୍ଗ ଦେଲେ ଓ ଜର୍ମାନୀ କୁ ଚକ୍ରବିହୋ ରେ ପକେଇ ଜର୍ମାନୀ ଙ୍କୁ ଶେଷ କଲେ,,ସେ ନୂଆ MI 5 ଚିଫ ଥିଲେ ଥୋମାସ ହରିଶ ଯିଏ ଗାର୍ଷିଆ ଙ୍କ ପୁଅକୁ ଏକ ବଡ଼ ଚାକିରୀ ଦେଇଥିଲେ ଓ ଗାର୍ଷିଆ ଙ୍କୁ ଏକ ବେନାମୀ ନାଁ ରେ ଏକ ଛପାଖାନା କରେଇଦେଲେ ଭେନେଜୁଲା ରେ, ସେ ସେଇଠି ରହିଲେ 40 ବର୍ଷ, କିନ୍ତୁ କେହି ଜାଣିପାରିଲେ ନାହିଁ, ସମସ୍ତ ତଥ୍ୟ କିଏ ଦେଇଥିଲା 1984 ମସିହାରେ ତାଙ୍କୁ ଖୋଜି ଖୋଜି ଜଣେ ସାମ୍ବାଦିକ ଭେଟିଥିଲେ, ତାଙ୍କୁ ସେ ତାଙ୍କ କାହାଣୀ କହିଥିଲେ ସମ୍ପୂର୍ଣ, ଯାହା ପରେ MI 5 ର ୱେବ ସାଇଟ ରେ 1988 ରେ ପୋଷ୍ଟିଙ୍ଗ ହେଇଥିଲା, ଯୋଉଦିନ ସେ ମୁର୍ତ୍ତୃ ବରଣ କରିଥିଲେ,,,