Spread the love

ନୂଆଦିଲ୍ଳୀ, ୦୮/୦୩: ଏବେ କ୍ରିପ୍ଟୋକରେନ୍ସୀ ଉପରେ ବି ଲାଗୁ ହେବ ଭାରତର ମନି ଲଣ୍ଡ୍ରିଂ ଆଇନ୍‌। ଏନେଇ ବୁଧବାର ଭାରତ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଭର୍ଚୁଆଲ ଡିଜିଟାଲ ଏବଂ fiat କରେନ୍ସୀ (ବିଶ୍ବରେ ବ୍ୟବହୃତ ହେଉଥିବା କିଛି ବିଦେଶୀ ମୁଦ୍ରା) ଏକ୍ସଚେଞ୍ଜ, ଭର୍ଚୁଆଲ ଡିଜିଟାଲ ଆସେଟ୍ସର ଏକାଧିକ ଫର୍ମ ମଧ୍ୟରେ ଏକ୍ସଚେଞ୍ଜ ଏବଂ ଡିଜିଟାଲ ଆସେଟ୍ସର ଟ୍ରାନ୍ସଫରକୁ ମନି ଲଣ୍ଡ୍ରିଂ ଆଇନ ଅନୁଯାୟୀ କଭର କରାଯିବ।
ବିଜ୍ଞପ୍ତିରେ କୁହାଯାଇଛି ଯେ ଭର୍ଚୁଆଲ ଡିଜିଟାଲ ଆସେଟ୍ସକୁ ସୁରକ୍ଷିତ ରଖିବା କିମ୍ବା ବ୍ୟବହାର କରିବା ଏବଂ ଭର୍ଚୁଆଲ ଡିଜିଟାଲ ଆସେଟ୍ସକୁ ଅଫର ଏବଂ ବିକ୍ରି ସହ ଜଡ଼ିତ ଆର୍ଥିକ ସେବା ଅନ୍ତର୍ଗତ ଏହାକୁ କଭର କରାଯିବ।ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ବି କ୍ରିପ୍ଟୋକରେନ୍ସୀ ସହ ଜଡ଼ିତ ବିଧେୟକ ଏବଂ ନିୟମ ନିର୍ଦ୍ଧାରିତ ହୋଇନାହିଁ। ଅବଶ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଲୋକଙ୍କୁ ଅନେକ ଥର ଏହାର ବ୍ୟବହାରକୁ ନେଇ ସତର୍କ କରିଛି।

Leave a Reply

Your email address will not be published. Required fields are marked *