ଏପ୍ରିଲରେ ବିଧାନସଭା ନିର୍ବାଚନ! ECIଙ୍କ ବଡ ଘୋଷଣା
ଆରମ୍ଭ ହୋଇଗଲାଣି ବିଧାନସଭା ନିର୍ବାଚନ କାଉଣ୍ଟଡାଉନ୍। ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶନିବାର ପ୍ରେସମିଟ୍ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡ଼ିଶାରେ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ECI ଟିମ୍ । ତେବେ ପ୍ରେସମିଟ୍ରେ କଣ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।
ଜାଣନ୍ତୁ…
ECI: ସମସ୍ତଙ୍କ ପାଇଁ ସମାନ ଆଚରଣ ରହିବ । ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ କମିଶନଙ୍କ ନିର୍ଦ୍ଦେଶ । ସବୁ ଦଳ ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯିବ । ନିରପେକ୍ଷତା ଓ ସମାନତାକୁ କମିଶନଙ୍କ ଗୁରୁତ୍ବ ।
ECI: ପ୍ରଥମ ଆବେଦନକାରୀଙ୍କୁ ଅଗ୍ରାଧିକାର ଦିଆଯିବ । ପ୍ରଚାର ପାଇଁ ରାଜନୈତିକ ଦଳଙ୍କୁ ମିଳିବ ସ୍ଥାନ ଅନୁମତି । ପ୍ରଥମେ ଆବେଦନ କରିଥିବା ଦଳ ବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । KYCରେ ସବୁ ପ୍ରାର୍ଥୀଙ୍କ ସମସ୍ତ ବିବରଣୀ ଦେବେ କମିଶନ । ଗଣମାଧ୍ୟମରେ ୩ ଥର ଅପରାଧ ବିବରଣୀ ଦେବେ ପ୍ରାର୍ଥୀ ।
ECI:ବେଆଇନ କାର୍ଯ୍ୟକଳାପର ସୂଚନା ଦେଇପାରିବେ ନାଗରିକ । କମିଶନଙ୍କ ଆପ୍ ମାଧ୍ୟମରେ ନାଗରିକ ଦେଇପାରିବେ ସୂଚନା । ଅକ୍ଷାଂଶ ଓ ଦ୍ରାଘିମା ସହ ଖବର ଦେଇପାରିବେ ନାଗରିକ । ଶହେ ମିନିଟ୍ରେ ପହଞ୍ଚିବେ ପୋଲିସ ଓ ଅଧିକାରୀ ।
ECI: ନିର୍ବାଚନ କମିଶନ କହିଛନ୍ତି, ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ମତଦାନ କରିବେ । ୪ ହଜାର ବୁଥ୍ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ ।
ECI: ଅଧାରୁ ଅଧିକ ବୁଥ୍ରେ ୱେବ୍ କାଷ୍ଟିଂ ସୁବିଧା କରରାଯିବ । ଓଡ଼ିଶାରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର ହେବ । ୨୦୧୯ ତୁଳନାରେ ଭୋଟରଙ୍କ ସଂଖ୍ୟା ୪.୪% ବୃଦ୍ଧି ପାଇଛି ।
ECI:୨୪ ଜୁନ୍ରେ ସରୁଛି ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ । ୧୬ ଜୁନ୍ରେ ସରୁଛି ଲୋକସଭାର କାର୍ଯ୍ୟକାଳ । ସବୁ ରାଜ୍ୟରେ ପ୍ରସ୍ତୁତି ସମୀକ୍ଷା ପରେ ତାରିଖ ଘୋଷଣା କରାଯିବ ।
ECI: ମାର୍ଚ୍ଚ ସୁଦ୍ଧା ତାରିଖ ଘୋଷଣା କରାଯିବ । ପରେ ଏପ୍ରିଲ ଓ ମେ’ରେ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନା ଓ ସମସ୍ତଙ୍କ ଭାଗୀଦାରି ଉପରେ କମିଶନଙ୍କ ଗୁରୁତ୍ବ
ECI: ଲୋକସଭା ଓ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ । ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଯୁବ ଓ ମହିଳା ଓ ଅପହଞ୍ଚ ଇଲାକାର ଭୋଟରଙ୍କୁ ନିବେଦନ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।