Spread the love

ସାମାଜିକ ସଂଗଠନ ଜୟ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ଆଶ୍ରମ ପିଲାଙ୍କ ସହ ପଖାଳ ଖାଇବା ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭାବ ବିନିମୟ କରିଥିଲେ । ଆମେ ଓଡ଼ିଆ ଆମ ପଖାଳ ଭାରି ବଢିଆ ବାର୍ତା କୁ ସଭିଙ୍କ ମୁହଁରେ ରହିବାର ଏହା ଏକ ଭିନ୍ନ ପ୍ରୟାସ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ବିଶ୍ଵ ପଖାଳ ଦିବସ ଉପଲକ୍ଷେ ସେବା ଓ ବନ୍ଧୁ ମିଳନ ମାଛୁଆ ବଜାର ଶଶିକଳା ପ୍ୟାଲେସ ରେ ସିଡିଏ ସ୍ଥିତ ରଥ ସାହୁ ସ୍କୁଲ ଆଦିବାସୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ପଖାଳ ଖାଇବାକୁ ଦିଆଯାଇଥିଲା । ଆଦିବାସୀ ପିଲାଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏକାଠି ବସିକି ଖାଇବା ସହ ସମସ୍ତଙ୍କୁ ପଖାଳ ଖୁଆଇ ଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା କୁନା ତ୍ରିପାଠୀ, ଅଭିଜିତ ମଜୁମଦାର, ବିରେନ୍ଦ୍ର ସାହୁ, ସନ୍ଦୀପ ରାଉତ,ଡଃ.ପ୍ରଭୁ ଚରଣ ମହାନ୍ତି, ଡାକ୍ତର ଉମେଶ ରାୟ, ହାସ୍ୟ ଅଭିନେତା ରାଜୁ ଦାସ ଓ ଟିମ୍, ଲୋକରଞନ ମହତାବ,ଗାୟକ ତାରିକ୍ ଅଜିଜ୍, ରାହୁଲ ପ୍ରଧାନ,ଖିରୋଦ ସାହୁ, ମହମ୍ମଦ ଇଯାଜ୍ ପଟେଲ ମଗଂଳାବାଗ ଥାନା ଆଇଆଇସି ସୁଧାଂଶୁ ଭୁଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *