Spread the love

🌹ମୋର ପ୍ରିୟ ମାନବ…

🌷ସକାଳୁ ଯେତେବେଳେ ତୁମେ ନିଦରୁ ଉଠିଲ ମୁଁ ତୁମରି ପାଖରେ ହିଁ ଥିଲି । ମୁଁ ଭାବିଲି ତୁମେ ମୋ ସହ କଥା ହେବ । ଗତକାଲି ବା ବିଗତ ଦିନର କିଛି ଘଟଣା ପାଇଁ ତୁମେ ମୋତେ ଧନ୍ୟବାଦ ଦେବ । କିନ୍ତୁ ତୁମେ ସେମିତିକିଛି ନ କରି ଫଟାଫଟ୍ ଉଠିପଡି ନିତ୍ୟକର୍ମ ସାରି ଚା ପିଇ ଗାଧୋଇବାକୁ ଚାଲିଗଲ । ମୋ ଆଡକୁ ଟିକେ ନଜର ବି ଦେଲନାହିଁ ।

🌷ମୁଁ ଭାବିଲି ତୁମେ ବୋଧେ ଗାଧୋଇସାରି ମୋତେ ମନେପକେଇବ ଓ ମୋ ପାଖକୁ ଆସିବ । କିନ୍ତୁ ତୁମେ ଗାଧୋଇସାରି କଉଁ ଡ୍ରେସ୍ ପିନ୍ଧିଲେ ତୁମକୁ ଭଲ ମାନିବ, ତୁମେ ସେଇ କାମରେ ଲାଗିଗଲ ।

🌷ପୁଣି ଜଳଖିଆ ସାରି ଅଫିସ୍ କାଗଜପତ୍ର ଏକାଠି କରିବା ପାଇଁ ଯେତେବେଳେ ଏଠିସେଠି ଖୋଜି ଧାଇଁବୁଲୁଥିଲ, ମୁଁ ଭାବିଲି କାଳେ ତୁମ ନଜର ମୋ ଉପରେ ପଡିବ । କିନ୍ତୁ ସେମିତି କିଛି ବି ହେଲା ନାହିଁ ।

🌷ଯେତେବେଳେ ତୁମେ ଅଫିସ୍ ଯିବା ପାଇଁ ଟ୍ରେନ୍ ଧରିଲ, ମୁଁ ଭାବିଲିକି ଏହି ଫାଙ୍କା ସମୟର ଉପଯୋଗ ତୁମେ ମୋ ସହ ଟିକେ ବାର୍ତାଳପ କରିବାରେ ବିତାଇବ । କିନ୍ତୁ ତୁମେ ସେମିତି ନ କରି ପେପର ପଢିିଲ, ମୋବାଇଲ୍ ରେ ଗେମ୍ ଖେଳିଲ, ପୁଣି ଚୁପ୍ ହୋଇ ବସିଗଲ ।

🌷ମୁଁ ତୁମକୁ କହିବାକୁ ଚାହୁଁଥିଲି କି ତୁମେ ମୋ ସହ ଅଳ୍ପ କିଛି ସମୟ ବିତାଇ ଦେଖ, ତୁମର ସମସ୍ତ କାମ ଆହୁରି ସହଜ ଓ ସରଳ ହୋଇଯିବ । କିନ୍ତୁ ତୁମେ ମୋ ସହ କଥା ହେଲ ନାହିଁ ।

🌷ଏମିତି ବି ମୌକା ଆସିଲା କି ତୁମେ ପୁରା ୧୫ ମିନିଟ୍ ନିଜ ଚେୟାର୍ ରେ ବସି ରହିଲ, ତଥାପି ମୋ ଉପରକୁ ଟିକେ ନଜର ଦେଲ ନାହିଁ ।

🌷ଦିପହର ସମୟରେ ଯେତେବେଳେ ତୁମେ ଜଳଖିଆ କରିବାକୁ ଆସିଲ ମୋତେ ଲାଗିଲା କି ଏବେ ତୁମେ ମୋତେ ନିଶ୍ଚୟ ମନେ ପକେଇବ । କିନ୍ତୁ ଏମିତି କିଛି ବି କରିଲ ନାହିଁ ।

🌷ଦିନର ବହୁତ ସମୟ ବାକିଥିଲା। ମୁଁ ପୁଣି ଭାବିଲି ତୁମେ ମୋତେ ନିଶ୍ଚୟ ମନେପକାଇବ । କିନ୍ତୁ ତୁମେ ଅଫିସ୍ ରୁ ଫେରି ନିଜର ଅନ୍ୟ କାମରେ ଲାଗିଗଲ । ତାପରେ ଘଣ୍ଟା ଘଣ୍ଟା ଟିଭି ଦେଖିବାରେ ଓ ମୋବାଇଲ୍ ରେ ନିଜର ସମସ୍ତ ସମୟ ବିତେଇଦେଲ । ଅଧରାତି ପର୍ଯ୍ୟନ୍ତ ସମୟ ଅତିବାହିତ କରିଦେଲାପରେ ନିଜର ବିଛଣାକୁ ଆସିଲ । ନିଜର ସ୍ତ୍ରୀ ଓ ପିଲାଙ୍କୁ ଗୁଡ୍ ନାଇଟ୍ କହି ରେଜେଇ ଘୋଡି ଚୁପଚାପ୍ ଶୋଇପଡିଲ ।

🌷ମୋର ବହୁତ ମନ ଥିଲା କି ମୁଁ ବି ତୁମ ସହ କିଛି ସମୟ ବିତାଇବି, ତୁମ ସହ ଟିକେ କଥା ହେବି,ତୁମ କଥା ମଧ୍ୟ ଶୁଣିବି । ତୁମର ମାର୍ଗଦର୍ଶନ କରିବାକୁ ଚାହୁଁଥିଲି। ତୁମେ କଣ ପାଇଁ ଏହି ଦୁନିଆଁକୁ ଆସିଛ ଆଉ କେଉଁ କାମରେ ବ୍ୟସ୍ତ ରହୁଛ । କିନ୍ତୁ ତୁମର ମୋ ପାଇଁ ଟିକେ ବି ସମୟ ନାହିଁ । ତେଣୁ ମୁଁ ମନକୁ ମାରି ରହିଲି।

🌷ପୁଣି ଭାବିଲି କାଲି ଛୁଟିଦିନ ଅଛି ସମୟ ବହୁତ ମିଳିବ, ତେବେ ତୁମେ ବୋଧେ କାଲି ମୋ କଥା ନିଶ୍ଚୟ ମନେ ପକେଇବ । କିନ୍ତୁ ତୁମେ ଛୁଟିଦିନରେ ନିଜ ପରିବାର ବର୍ଗଙ୍କ ସହ ପିକନିକ୍ ବୁଲିଗଲ, ବନ୍ଧୁବାନ୍ଧବ ଘରକୁ ବୁଲିଗଲ । ପୁଣି ସନ୍ଧ୍ୟାରେ ନିଜର ସାଙ୍ଗସାଥି ମାନଙ୍କ ସହ କ୍ଲବ୍ ପାର୍ଟି ରେ ବ୍ୟସ୍ତ ରହିଲ ।

🌷ମୋ ଆଶା ଆଶାରେ ହିଁ ରହିଗଲା । କେବଳ ଅପେକ୍ଷା କରିବାରେ ମୋର……😰😰😰

ମୁଁ ତୁମକୁ ବହୁତ…. ଭଲପାଏରେ ….

🌷ପ୍ରତିଦିନ ମୁଁ ଅପେକ୍ଷା କରିଥାଏ କି ତୁମେ ମୋ ସହ ଟିକେ କଥାହେବ, ତୁମର ଛୋଟ ଛୋଟ ଖୁସି ପାଇଁ ମୋତେ ଧନ୍ୟବାଦ କହିବ।

🌷କିନ୍ତୁ ତୁମେ ସେତେବେଳେ ହିଁ ମନ୍ଦିର କୁ ଆସ ଯେତେବେଳେ ତୁମର କିଛି ଅସୁବିଧା ହୁଏ । ଫଟାଫଟ୍ ଆସ ଓ ନିଜର ଇଛାନୁସାରେ ମୋତେ ମାଗି ପୁଣି ଚାଲିଯାଅ । ବେଳେବେଳେ ମୋତେ ଧମକ୍ ମଧ୍ୟ ଦେଇଯାଅ କି ମୋ ମନସ୍କାମନା ପୂର୍ଣ ନ ହେଲେ ତମକୁ ଏଠି ରହିବାକୁ ଦେବିନି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ତୁମର ସେହି ଟିକିଏ ସମୟ ଧ୍ୟାନ ବି ମୋ ଉପରେ ନ ରହି ଲୋକଙ୍କ ଉପରେ ଥାଏ । ପରନିନ୍ଦା ପରଚର୍ଚ୍ଚା ରେ ସମୟ ଦେଇଦିଅ ।

ମୁଁ ସେହିଭଳି ତୁମପାଇଁ ଅପେକ୍ଷା କରି ରହିଥାଏ ।

🌷ତଥାପି ମୋର ଦୁଃଖ ନାହିଁ । ହୋଇପାରେ କାଲି ତୁମର ମୋ କଥା ମନେ ପଡିଯାଇପାରେ ଓ ତୁମେ ପୁଣି ମୋ ପାଖକୁ ଆସିପାର । ଏମିତି ବିଶ୍ବାସ ଓ ଭରସା ମୋର ତୁମ ଉପରେ ଅଛି । କାରଣ ମୋର ଅନ୍ୟ ନାମ “ବିଶ୍ବାସ ଓ ଆସ୍ଥା” ଅଟେ ।

ସକାଳୁ ଉଠି ପ୍ରଥମେ: ———

୧. ପ୍ରାର୍ଥନା କରିବ
୨. ଗୀତା ଅଧ୍ୟୟନ କରିବ
୩ ତା’ପରେ ଅନ୍ୟ କାମ …..
ଇତି ତୁମର ଈଶ୍ବର …👣

🌷କେବଳ ସୂର୍ଯ୍ୟ ଉଦୟ ହୋଇଗଲେ ଅନ୍ଧାର ଦୂର ହୁଏ ନାହିଁ , ଅନ୍ଧାର ଦୂର କରିବାକୁ ହେଲେ ଆମ ଆଖିକୁ ମଧ୍ୟ ଖୋଲିବାକୁ ପଡିଥାଏ ।

ସାଙ୍ଗମାନଙ୍କୁ ଖୁସି କରିବା ପାଇଁ ବହୁତ ପ୍ରକାର ମେସେଜ୍ ପଠଉଛନ୍ତି।

କିନ୍ତୁ ଏବେ ଜଣାପଡିବ ନିଜ ଈଶ୍ବରଙ୍କୁ ଧନ୍ୟବାଦର ଏହି ମେସେଜ୍ ଆପଣ କେତେ ଜଣଙ୍କୁ ପଠାଇପାରୁଛନ୍ତି…

Leave a Reply

Your email address will not be published. Required fields are marked *