Spread the love

.
.

. *💎 ଓଁ ନମୋ ଭଗବତେ ବାସୁଦେବାୟ 💎*

*⚜️ ଏ ଭାବ ଜାଣି ଋଷିଜନେ। କର୍ମ ଇଚ୍ଛନ୍ତି ଦୃଢ଼ମନେ।*
*⚜️ ଯେ ଭାବେ କର୍ମ ହିଁ ନଫଳେ। ସେ ଭାବେ ଭଜନ୍ତି ନିଶ୍ଚଳେ।*
*⚜️ ଈଶ୍ଵର ଭାବେ କର୍ମ କଲେ। ନିର୍ଗୁଣ ଲଭନ୍ତି ସେ ଭଲେ।*

*🔱 ( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଅଷ୍ଟମ ସ୍କନ୍ଧ, ପ୍ରଥମ ଅଧ୍ୟାୟ)*

*⚜️ ପ୍ରସଙ୍ଗ-ମନ୍ଵନ୍ତରାନୁଚରିତ*

*🔱 ଅର୍ଥ- ତପସ୍ୟାରତ ସାୟମ୍ଭୁବ ମନୁ ଭଗବାନଙ୍କର ମହିମା ବର୍ଣ୍ଣନା କରି କହିଲେ, ଯେହେତୁ ଈଶ୍ଵର ନିଜର ମାୟାଶକ୍ତି ଦ୍ଵାରା ବିଶ୍ବର ସୃଷ୍ଟି ନିମନ୍ତେ ଜନ୍ମ ଆଦି ସ୍ଵୀକାର କରନ୍ତି ଏବଂ ସେସବୁକୁ ନିଜର ଚିତ୍ ଶକ୍ତି ଦ୍ଵାରା ପରିତ୍ୟାଗ କରିଦେଇ ନିଷ୍କ୍ରିୟ ସତ୍ ସ୍ଵରୂପରେ ସ୍ଥିତ ହୋଇ ଯାଆନ୍ତି ଅର୍ଥାତ୍ ସେ କର୍ମ କରି ତାହାକୁ ପରିତ୍ୟାଗ କରିଦେଇ ନିଷ୍କ୍ରିୟ ସତ୍ ସ୍ଵରୂପରେ ସ୍ଥିତ ହୁଅନ୍ତି , ସେଥିପାଇଁ ଋଷିମାନେ ନୈଷର୍ମ୍ୟସ୍ଥିତି ବା ମୋକ୍ଷ ପ୍ରାପ୍ତି କରିବା ନିମନ୍ତେ ପ୍ରଥମେ କର୍ମ କରିବା ଉପରେ ଦୃଢ଼ତାର ସହ ଗୁରୁତ୍ଵ ଦେଇଥାନ୍ତି। କର୍ମ କରି ସେସବୁ କର୍ମକୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିବା ପୁରୁଷ ପରିଶେଷରେ ନୈଷ୍କର୍ମ୍ୟସ୍ଥିତି ବା ମୋକ୍ଷ ପ୍ରାପ୍ତ ହୋଇଥାନ୍ତି।*

*🔱 ଭାବାର୍ଥ- କର୍ମ କରି କରୁଥିବା ସମସ୍ତ କର୍ମକୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିବା ପୁରୁଷ ପରିଶେଷରେ ନୈଷ୍କର୍ମ୍ୟସ୍ଥିତି ବା ମୋକ୍ଷ ପ୍ରାପ୍ତ ହୋଇଥାନ୍ତି।*

.

Related Post

Leave a Reply

Your email address will not be published. Required fields are marked *

You Missed