*ପୂର୍ଣ୍ଣଚ୍ଛେଦ*
ଜ୍ୟୋତିକାନ୍ତ ରାୟ ରିଟାର୍ଡ ଆଇ.ଇ.ଏସ୍ l ଜ୍ଞାନପୀଠ, କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ବିଜେତା ସହ ଆହୁରି କେତେ କ’ଣ ପୁରସ୍କାର ପ୍ରାପ୍ତ ହେଇଛନ୍ତି ତାର ହିସାବ ରଖି ନାହାନ୍ତି । ଦକ୍ଷ ପ୍ରଶାସନିକ ଥିଲେ ହିଁ ତା ସହ ସାହିତ୍ୟ କ୍ଷେତ୍ର ରେ ବେଶ୍ ପ୍ରତିଷ୍ଠିତ ନାମ । ନିଜର ବିରାଟ ପ୍ରାସାଦ ସାମ୍ନାରେ ଥିବା ଲନ୍ ରେ ବସି ଚା ପିଉ ଥାଆନ୍ତି । ସିକ୍ୟୁରିଟି ଗାର୍ଡ ବେଲାଳ କାନ କୁଣ୍ଡେଇ କୁଣ୍ଡେଇ ଆସି ତାଙ୍କ ଆଗରେ ଠିଆ ହେଲା ।
କିରେ !! କ’ଣ କହିବୁ କି ?? ପୁଣି ଛୁଟି ମାଗିବାକୁ ଚାଲି ଆସିଲୁ ??? ଆଜିକାଲି ତୁ ବହୁତ ଛୁଟି ନେଉଛୁ ତ ??
ନାଇ ସାର୍ । ଗୋଟେ ଟୋକା ତିନି ଦିନ ହେଲା ଆସି ଆପଣଙ୍କୁ ଦେଖା କରିବ କହୁଛି । ମୁଁ ମନା କଲି । କହିଲି ସାର୍ ଙ୍କ ସମୟ ନାହିଁ ସେ ଦେଖା କରି ପାରିବେନି । ସେ ଫେରି ଫେରି ଯାଇଚି ପୁଣି ତା ପର ଦିନ ଆସି ପହଞ୍ଚି ଯାଉଚି । ଯେତେ କହିଲେ କହୁଛି ପାଞ୍ଚ ମିନିଟ୍ ପାଇଁ ଦେଖା କରେଇ ଦିଅ । ସାର୍ ଙ୍କର ବେଶୀ ସମୟ ନେବିନି ।
ହଃ !! ଚାକିରୀ ପାଇଁ ସୁପାରିଶ ନେବାକୁ ଆସିଥିବ । ନ ହେଲେ ଆଉ କ’ଣ କମ ଥିବ ?? ଏ ସବୁ କାମ କେତେ ବିରକ୍ତିକର ସେମାନେ ବୁଝନ୍ତି ନି । ମୁହଁ ଉଠେଇ ପଳେଇ ଆସନ୍ତି । ଯୁବପିଢି ଙ୍କ ୟେ ଦୟନୀୟ ଅବସ୍ଥା ଦେଖିଲେ ମୁଣ୍ଡ ଗରମ ହେଇଯାଏ । ତାକୁ କହିଦେ ସାର୍ ମାସେ ପାଇଁ ବାହାରକୁ ପଳେଇଛନ୍ତି ଦେଖା ହେଇ ପାରିବନି ।
ଥଙ୍ଗେଇ ଥଙ୍ଗେଇ ବେଲାଳ କହିଲା ସାର୍ !! ଭାରି ଜିଦିଆ ପିଲାଟା ତାକୁ ଯେତେ ମନା କଲେବି ସେ ସବୁଦିନ ପଳେଇ ଆସୁଛି । କହୁଚି ମୁଁ ଏମିତି ସବୁ ଦିନ ଆସିବି ଯେ ପର୍ଯ୍ୟନ୍ତ ସାର୍ ଙ୍କ ସହ ଦେଖା ନହେଇଚି ।
ବିରକ୍ତ ହେଇ କହିଲେ , ମାନେ ..ତୁ କଣ କହିବାକୁ ଚାହୁଁଚୁ ?? ମୁଁ ତାକୁ ଦେଖା କରିବାକୁ ବାଧ୍ୟ ?? ଯା…କହି ଦେ ଦେଖା ହେଇ ପାରିବନି ।
ହଉ ସାର୍ !! କହି ବେଲାଳ ଫେରି ଯିବା ବେଳେ ଦେଖିଲା ସେ ପିଲା ଗେଟ୍ ପାର କରି ଭିତରକୁ ପଶି ଆସିଥିଲା । ହେଇ ପିଲା କୁଆଡେ କୁଆଡେ ପଶି ଆସୁଚୁ ?? ସେ ହାତରେ ଧରିଥିଲା ଏକ ମୋଟା ଖାତା ।
ବେଲାଳ ତା ପାଖରେ ପହଞ୍ଚିବା ଆଗରୁ ସେ ପିଲା ଧାଇଁଆସି ଜ୍ୟୋତିକାନ୍ତ ଙ୍କ ଆଗରେ ଠିଆ ହେଇଗଲା । ସାର୍ କେବଳ ପାଞ୍ଚ ମିନିଟ୍ !! ବେଶୀ ସମୟ ନେବିନି ଆପଣଙ୍କର । ପ୍ଲିଜ୍ ସାର୍ ପ୍ଲିଜ୍ !! ବହୁତ ଆଶା ନେଇ ଆସିଚି । ଏତିକି କହି ସେ ମୋଟା ଖାତାଟି ଟିପୋଇ ଉପରେ ରଖିଦେଲା ।
ଯୁବକ !! ତୁମ ଅସ୍ପର୍ଦ୍ଧା କୁ ମାନିବାକୁ ପଡିବ । ଏଇଟା କ’ଣ ?? ଏଠି କାହିଁକି ଥୋଇଲ ???
ସାର୍ ମୁଁ ଅନୁଜ !! ଏଇଟା ମୋ ଜୀବନସାରା ସାଧନାର ଫଳ । ମୁଁ ଆରି ପାଇଁ ହିଁ ଏଠାକୁ ଆସିଛି ।
ଜ୍ୟୋତିକାନ୍ତ ତାତ୍ସଲ୍ୟ ଭରା ସ୍ବରରେ କହିଲେ ଜୀବନସାରା ର ସାଧନା !! ତୁମ ବୟସ କେତେ ୨୩୵୨୪ ହେବ ବୋଧେ ???
ସାର୍ ସାର୍ !! କେବଳ ଥରେ ମାତ୍ର ୟା ଉପରେ ଆଖି ବୁଲେଇ ଦେବେ । ମୁଁ ଜାଣେ ଆପଣଙ୍କ ପାଖରେ ସମୟର ବହୁତ ଅଭାବ । କେବଳ ମାତ୍ର ଦୁଇ ପୃଷ୍ଠା ପଢିଲେ ଆପଣ ଜାଣି ପାରିବେ ।
ପଢିଲେ କ’ଣ ହବ ?? ମୁଁ କାହିଁକି ବା ପଢିବି ଆଉ ସମୟ ନଷ୍ଟ କରିବି ???
ସେଇଥି ପାଇଁ ତ କହିଲି ମାତ୍ର ଗୋଟେ ଦୁଇ ପୃଷ୍ଠା ପଢିବାକୁ । ମୁଁ ୟାର ଇଂରାଜି ଆଉ ୨/୩ ଟି ଭାରତୀୟ ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ଚାହୁଁଚି । ଆପଣ ଟିକେ ସାହାଯ୍ୟ କରିବେ ବୋଲି ବହୁତ ଆଶା ନେଇ ଆସିଚି ।
ଆଚ୍ଛା !! ସାମାନ୍ଯ ହସିଲେ ଜ୍ୟୋତିକାନ୍ତ । ମାନିବାକୁ ପଡିବ ତୁମ ଆତ୍ମବିଶ୍ୱାସ କୁ ।
ଅନୁଜ ହାତ ଯୋଡି କହିଲା ,ଗରିବ ପିଲାଟେ ମୁଁ । କାଣି କୋଉଡି ଟିଏ ନାହିଁ ଖର୍ଚ୍ଚ କରିବାକୁ । ସାର୍ କେବଳ ଦୁଇ ପୃଷ୍ଠା ପଢିବେ । ଚାରି ଦିନ ପରେ ଆସିବି ଯଦି ଭଲ ନ ଲାଗିଲା ସିକ୍ୟୁରିଟି ଗାର୍ଡକୁ ଦେଇଦେବେ । ମୁଁ ତାଠାରୁ ପାଣ୍ଡୁଲିପି ଟି ନେଇଯିବି । ଆପଣଙ୍କ ଆଗକୁ ଆଉ ଆସିବିନି । କହି ଗୋଟେ ମୁହାଁ ହେଇ ଚାଲିଗଲା ।
ଜ୍ୟୋତାକାନ୍ତ ପାଣ୍ଡୁଲିପି ଉପରେ ଏକ ତେରଛା ନଜର ପକେଇ ଉଠି ଚାଲିଗଲେ । ଘର ଭିତରେ ଚାକର ରଘୁକୁ କହିଲେ ଗଲୁ ବାହାର ଟେବୁଲ ଉପରେ ଗୋଟେ ଖାତା ଅଛି , ସେଟା ଆଣି ମୋ ପଢା ଟେବୁଲ ଉପରେ ରଖିଦେବୁ ।
ୟା ଭିତରେ ଦୁଇ ଦିନ ବିତିଗଲା । ବିଭିନ୍ନ ମିଟିଙ୍ଗ ରେ ବ୍ୟସ୍ତ ରହିଲେ । ପାଣ୍ଡୁଲିପି କଥା ପୂରା ଭୁଲି ଯାଇଥିଲେ । ତୃତୀୟ ଦିନ ଷ୍ଟଡିରୁମ୍ କୁ ଗଲେ ପଢାପଢି କରିବା ପାଇଁ । ତାଙ୍କ ଆଖି ପଡିଲା ସେଇ ପାଣ୍ଡୁଲିପି ଉପରେ । ଆଖି ବୁଲେଇ ଚାଲି ଯାଉଥିଲେ ହଠାତ କଣ ହେଲା କେଜାଣି ଭାବିଲେ ଫେରାଇବାର ତ ଅଛି ୨/୪ ଲାଇନ୍ ପଢିବାରେ କଣ ଅସୁବିଧା ଅଛି ??? ଅନିଚ୍ଛାକୃତ ଭାବରେ ଖୋଲିଲେ । ପ୍ରଥମ ଲାଇନ ରୁ ହିଁ ଏକ ଝଟକା ଖାଇଲେ । ନାଇଁ ମ ଏଇଟା ସେଇ ପିଲା ଲେଖିଛି । ତା ପରେ ତ ଗୋଟେ ପରେ ଗୋଟେ ଲାଇନ୍ ପରେ ପୃଷ୍ଠା ପରେ ପୃଷ୍ଠା । ଯେତେ ଯେତେ ପଢି ଚାଲି ଥାଆନ୍ତି ତାଙ୍କର ଜ୍ଞାନର ଅହଂକାର ଭାଙ୍ଗି ଚୂରମାର ହେଇ ଚାଲିଥାଏ । ତାଙ୍କର ବିଶ୍ବାସ ହିଁ ହେଉ ନଥାଏ ଏଇ ଲେଖାଟି ଗୋଟିଏ ଅଳ୍ପ ବୟସର ଯୁବକ ଲେଖିଛି । ଲେଖାରେ ଯେଉଁ ଜୀବନ ଦର୍ଶନ ଆଉ ପରିପକ୍ୱତା ପ୍ରକାଶ ପାଇଛି ତାହା କେବଳ ଏକ ବହୁତ ଲେଖାଲେଖି କରିଥିବା ବୟସ୍କ ଲେଖକ ପାଖରେ ସମ୍ଭବ । ମଝିରେ ମଝିରେ ଆଖି ଛଳଛଳ ହେଇ ଯାଉଥାଏ । ଏତେ ବାସ୍ତବ ଚିତ୍ରଣ । ସେଇ ଲେଖା ଟି ପ୍ରତି ଧୀରେ ଧୀରେ ପ୍ରଲୁବ୍ଧ ହେବାକୁ ଲାଗିଲେ ….।
ରଘୁ ଆସି କହିଲା ବାବୁ ମାଁ ଖାଇବା ବାଢିଲେଣି ଖାଇବେ ଆସନ୍ତୁ । ଜ୍ୟୋତିକାନ୍ତ ଘଡିକୁ ଅନେଇଲେ ଦୁଇଟା ବାଜିଲାଣି । ଆରେ ୟେତେ ସମୟ ହେଲାଣି ??? ହଉ ତୁ ଖାଇବାଟା ଏଠିକି ନେଇ ଆ ….। ପଢି ପଢି ଖାଇବି । ଏଇଟା କିଛି ନୂଆ କଥା ନୁହେଁ ରଘୁ ପାଇଁ । ବହୁତ ସମୟରେ ବାବୁ ଏମିତି କରନ୍ତି । ସେ ଚୁପଚାପ ଖାଇବା ଆଣି ଟେବୁଲ ଉପରେ ରଖି ଚାଲିଗଲା ।
ଦିନ ଯାଇ ସଂନ୍ଧ୍ଯା ହେଲା । ସେ ସେମିତି ପଢି ଚାଲି ଥାଆନ୍ତି । ଏଥର ପତ୍ନୀ କାବ୍ୟା ଆସି ତାଙ୍କ ହାତରୁ ପାଣ୍ଡୁଲିପି ଟି କାଢି କହିଲେ । ଏମିତି ବସିଲେ ଦେହ ଖରାପ ହେଇଯିବ …. ବୟସକୁ ବି ଦେଖିବା ଦରକାର । ଉଠ ଉଠ ଟିକେ ରେଷ୍ଟ ନେବ ଚାଲ । ମୁଁ କିଛି ଶୁଣିବିନି ।
ଖଟରେ ଗଡି ପଡି ଭାବିଲେ , ଏତେ ଅଳ୍ପ ବୟସରୁ ଏତେ ଗଭୀର ମନନ ଆଉ ବିଶ୍ଳେଷଣ । ପୁଣି ଏକ ସାଧାରଣ ପରିବାରର । ସେ ବି ଏତେ ବହିଫହି ପଢି ଜ୍ଞାନ ଆହାରଣ କରିଥିବା ବି ସମ୍ଭବ ନୁହେଁ । ପାଇବ କୋଉଠୁ ??? ତା ଆଗରେ ମଥା ଆପେ ଆପେ ନଇଁ ଯାଉଥାଏ । ତାଙ୍କର ସମସ୍ତ ପୁରସ୍କାର ତା ଆଗରେ ନଗଣ୍ଯ ମନେ ହେଉଥାଏ । ବେଶୀ ସମୟ ଶୋଇ ପାରିଲେନି । ପୁଣି ଉଠି ଧାଇଁଲେ ପଢିବା ପାଇଁ । ରାତିସାରା ବସି ପଢିଲେ । ଭୋରରୁ ସରିଲା ବହି । ସେ ପିଲା ଆଜି ଆସିବ କହିଥିଲା ନା ….?? ନିତ୍ୟକର୍ମ ସାରି ତାକୁ ଅପେକ୍ଷା କରିବାକୁ ଲାଗିଲେ । ସେ ଆସି ପହଞ୍ଚିଗଲା ଦଶ ଟାରେ ।
ବେଲାଳ ତାକୁ ନେଇ ଆସିଲା ଘର ଭିତରକୁ । ଜ୍ୟୋତିକାନ୍ତ ତାକୁ କହିଲେ ବସ ଅନୁଜ !!! ସେ ଟିକେ ସଙ୍କୋଚ କଲା । ଆରେ !! ବସ ।
ସାର୍ ପଢିଲେ ??? କେମିତି ଲାଗିଲା ???
ଏଇଟା ସତରେ ତମେ ଲେଖିଛ ?? ତମ ବୟସକୁ ଦେଖି ମୋର ବିଶ୍ବାସ ହେଉନି ଏଇଟା ତମେ ଲେଖିଛ ବୋଲି । ତମେ ପଢାପଢି କଣ କରିଛ ??
ସାର୍ ବିଏ ପାସ୍ କରିଛି । ବହୁତ କଷ୍ଟ ରେ । ବାପାଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ ଚାଷୀ ପରିବାର ଆପଣ ବୁଝି ପାରୁଥିବେ ।
ହଁ !! ତମେ ଯଦି ଚାହୁଁଛ ଏଇଟା କୁ ମୁଁ ଇଂରାଜୀ ତଥା ମୁଁ ଜାଣିଥିବା କେତୋଟି ଆଞ୍ଚଳିକ ଭାଷା ରେ ଅନୁବାଦ କରେ ତେବେ ମୋତେ ଏଥି ପାଇଁ ପ୍ରାପ୍ଯ ମିଳିବା ଆବଶ୍ଯକ କି ନାହିଁ ??? ବହୁତ ସମୟ ଦେବାକୁ ପଡିବ ଏଥି ପାଇଁ ନା….। ପବ୍ଲିଶର୍ସ ଙ୍କୁ ଧରିବାକୁ ପଡିବ । ବହୁତ ପଇସା ବି ଖର୍ଚ୍ଚ ହେବ । ତମ ପାଖରେ ତ ପଇସା ନାହିଁ କେମିତି ହବ ପୁଣି ???
କାନ୍ଦ କାନ୍ଦ ହେଇ ଅନୁଜ କହିଲେ ସାର୍ ୟେ ସବୁ ବାବଦରେ ମୋର କିଛି ଧାରଣା ନାହିଁ ସାର୍ । ମୁଁ ଖାଲି ଚାହେଁ ମୋ ବହିଟି ସମସ୍ତ ଙ୍କ ପାଖରେ ପହଞ୍ଚିବା ଦରକାର। । ସେଇଥି ପାଇଁ ତ ବହୁତ ଆଶା ନେଇ ଧାଇଁ ଆସିଛି ଆପଣଙ୍କ ପାଖକୁ ।
ଏଥର ଜ୍ୟୋତିକାନ୍ତ ନିଜର ସଭ୍ୟତାର ମୁଖା ଖୋଲି ସିଧା ସିଧା କହିଲେ ଗୋଟିଏ ମାତ୍ର ବାଟ ଅଛି । ଯଦି ଲେଖାଟି ମୋତେ ଦେଇଦେବ । ମୁଁ ଏଟାକୁ ମୋ ନାମରେ ବାହାର କରିବି ତେବେ ହେଇ ପାରିବ । ମାନେ ମୁଁ କଣ କହୁଥିଲି କି ତମକୁ ତ କେହି ଲେଖା ଜଗତରେ ଚିହ୍ନି ନାହାଁନ୍ତି । ତମ ନାମରେ ବାହାରିଲେ କିଏ ସେ ବହି ପଢିବ ??? ମୋ ଲେଖାକୁ ହଜାର ହଜାର ପାଠକ ଚାହିଁ ବସି ଥାଆନ୍ତି । ମୋ ନାମରେ ବାହାରିଲେ ବହୁତ ଜଣ ପଢିବାର ସୁଯୋଗ ପାଇବେ । ଏବେ ତୁମର ମତ କଣ କୁହ ??
ଅନୁଜ ନିଜ ଆଖି ଆଗରେ ଏକ ପ୍ରତିଷ୍ଠିତ ଲେଖକ ନୁହଁ ପ୍ରଲୁବ୍ଧ ଭ୍ରମର ବସିଥିବାର ଦେଖିଲା । ବହୁତ କଷ୍ଟ ରେ ଟିକେ ହସି କହିଲା ଆପଣ ଙ୍କୁ ତ ମୋର ସବୁ କଥା କହି ସାରିଛି । ଗରିବ ଲୋକର ପୁଣି ମତ କ’ଣ ?? ଗୋଟିଏ ଆଶା ଅଧିକ ରୁ ଅଧିକ ପାଠକ ପାଖରେ ମୋ ଲେଖାଟି ପହଞ୍ଚୁ ଏତିକି ଚାହେଁ । ତାପରେ ଯାହା ଆପଣ ଠିକ୍ ଭାବିବେ !! ସାର୍ ତିନି ଚାରି ମାସରେ ବହି ଟା ବାହାରି ଯିବ ତ । ମୋ ପାଖରେ ସମୟ ବହୁତ କମ୍ ।
ଜ୍ୟୋତିକାନ୍ତ ଏକ ବିଜେତା ଭଳି କହିଲେ ହଁ ହେଇଯିବ । ଏବେ ସବୁ ଦାୟିତ୍ବ ମୋର । ଅନୁଜ ନମସ୍କାର ଟିଏ ପକେଇ ଚପଲ ଘୋସାରି ଘୋସାରି ଅପସରି ଗଲା ତାଙ୍କ ନଜର ରୁ ।
ଅନୁଜ ଆଉ ତାଙ୍କ ସାମ୍ନାକୁ କେବେ ଆସି ନାହିଁ । ଠିକ୍ ଚିରି ମାସ ପରେ ଅନୁବାଦ ସରିଗଲା । ଏକ ଫରେନ୍ ପବ୍ଲିଶର ଛାପିବାକୁ ପ୍ରସ୍ତୁତ ହେଇଗଲା । ଆଉ !! ଅଳ୍ପ ଦିନରେ ବେଷ୍ଟ ସେଲର ବୁକ୍ ଲିଷ୍ଟ ରେ ଆସିଗଲା । ଜ୍ୟୋତିକାନ୍ତ ଙ୍କ ପାଖକୁ ପଇସାର ସୁଅ ଛୁଟିଲା । ବୁକର ପୁରସ୍କାର ପାଇଁ ବି ମନୋନୀତ ହେଇଗଲା । ପୁରସ୍କାର ରାଶି ବି ବହୁତ ମିଳିଲା ।
ଜ୍ୟୋତିକାନ୍ତ କିନ୍ତୁ ଖୁସି ହେଇ ପାରୁ ନଥିଲେ । କେମିତି ଏକ ଶୂନ୍ୟତା ଥିଲା ଭିତରେ । ଖୁସି ହେବାର ଅଭିନୟ କରୁଥିଲେ ମାତ୍ର । କତେ କେତେ ଅଭିନନ୍ଦନର ବାର୍ତ୍ତ ଓଜାଡି ହେଇ ପଡୁଥିଲା ରାତିଦିନ । ହେଲେ ଏକାନ୍ତ ବେଳାରେ ବିବେକ ତାଙ୍କୁ ଧିକ୍କାର କରୁଥିଲା । ରାତିରେ ଠିକ୍ ସେ ଶୋଇ ବି ପାରିଲେନି ।
ଦିନେ ସକାଳୁ ବେଲାଳ ଆସି କହିଲା ସାର୍ ଗୋଟେ ବୁଢା ଆସି ଆପଣଙ୍କୁ ଦେଖା କରିବାକୁ ଚାହୁଁଛି । କହୁଚି ଅନୁଜ ର ବାପା ବୋଲି । ସାର ଖାଲି କାନ୍ଦୁଛି । ଯାହା ପଚାରିଲେ କିଛି କହୁନି ।
ଜ୍ୟୋତିକାନ୍ତ ଙ୍କ ପାଦ ତଳୁ ମାଟି ଧସିଗଲା ଯେମିତି । ଯିଏ ତାଙ୍କ ନିଦ ହଜିଇ ଦେଇଛି ତା ବାପା କାହିଁକି ଆସିଛି ?? ହଉ ପଠା ଭିତରକୁ । ମଳିମୁଣ୍ଡିଆ ଥୁରୁ ଥୁରୁ ବୁଢାଟେ ଆସି ଆଗରେ ଠିଆ ହେଲା । ଦଣ୍ଡବତ ହେଇ ଚୁପଚାପ୍ ଠିଆ ହେଲା ।
ଜ୍ୟୋତିକାନ୍ତ ପଚାରିଲେ ତୁମେ ଅନୁଜ ର ବାପା ??? ସେ ମୁଣ୍ଡ ଟୁଙ୍ଗାରି ହଁ ମାରିଲା । ଅନୁଜ ଆସିଲାନି ତୁମକୁ ପଠେଇଛି ଯେ ??? ବାବୁ !! ସେ ଆଉ କେବେ ଆସିବନି । କହି ଜୋର୍ ରେ କାନ୍ଦି ଉଠିଲା ।
ଆରେ ଆରେ ତମେ କାନ୍ଦୁଚ କାହିଁକି ?? କହି ନିଜ ଆଭିଜାତ୍ୟ ଭୁଲି ଉଠି ଆସିଲେ ଜ୍ୟୋତିକାନ୍ତ ବୁଢା ପାଖକୁ । ହେଲେ ତାକୁ ଛୁଇଁ ପାରିଲେନି ।
ବୁଢା ଧକେଇ ଧକେଇ କହିଲା କାଲି ତାର କ୍ରିୟାକର୍ମ ସରିଲା । ଏଇ କାନ୍ଧ ରେ ତାକୁ ମଶାଣିକୁ ନେଲି ଏଇ ହାତରେ ମୁହଁରେ ନିଆଁ ବି ଦେଲି । ଯିବା ଆଗରୁ ଆପଣଙ୍କ ଠିକଣା ଦେଇ କହିଥିଲା ବାବୁ ଙ୍କୁ କହି ଗୋଟେ ବହି ଆଣିବ ଆଉ ମୋର ଜୁଈ ଚିତା ପାଖରେ ପୋତି ଦେବ । ସେ ଜାଣିଛନ୍ତି କୋଉ ବହି ଦେବାକୁ ହେବ । ସେଇଥି ପାଇଁ ତା ଶେଷ ଇଚ୍ଛା ପୂରଣ କରିବାକୁ ବହୁତ ଆଶା ନେଇ ଧାଇଁ ଆସିଛି ।
ଜ୍ୟୋତିକାନ୍ତ ଅନୁତାପ ର ବୋଝରେ ପୂରା ନଇଁ ଯାଇଥିଲେ । ପାଟିରୁ ଭାଷା ହିଁ ବାହାରୁ ନଥିଲା । ଧୀରେ ଧୀରେ ଭିତରକୁ ଯାଇ କିଛି ସମୟ ପରେ ହାତରେ ଗୋଟେ ବହି ଆଉ କାଗଜ ଖଣ୍ଡେ ଧରି ଆସିଲେ । ଥର ଥର ହାତରେ ବୁଢା ହାତକୁ ବଢେଇ ଦେଲେ ଦୁଇଟା ଯାକ ।
ବୁଢା ପ୍ରଶ୍ନବାଚୀ ଦୃଷ୍ଟିରେ ଅନେଇଲା ବାବୁ ଙ୍କୁ । ଜ୍ୟୋତିକାନ୍ତ କହିଲେ ଏଇଟା ଦଶ ଲକ୍ଷର ଚେକ୍ । ଏଇଟା ଅନୁଜ ର ପ୍ରାପ୍ୟ । ତମ ନାଁରେ ଏକାଉଣ୍ଟ ଅଛି ତ ??
ବାବୁ ଆମେ ତ ବୁଢାବୁଢୀ ମଶାଣିକୁ ଗୋଡ ଲମ୍ବେଇ ବସିଛୁ । କେତେବେଳ କୋଉ କଥା । ଏତେ ଟଙ୍କା ନେଇ କଣ କରିବୁ ??? ବାବୁ ଖାଲି ବହିଟା ଦିଅନ୍ତୁ କହି ନେଇ ଚାଲିଗଲା ।
ଜ୍ୟୋତିକାନ୍ତଙ୍କ ଆଖିରେ ଅଶ୍ରୁର ବନ୍ୟା । ତା ପରଠାରୁ ତାଙ୍କ ଲେଖନୀ ମୁନରେ ବି ପଡିଗଲା *ପୂର୍ଣ୍ଣଚ୍ଛେଦ..।।**ପୂର୍ଣ୍ଣଚ୍ଛେଦ*

ଜ୍ୟୋତିକାନ୍ତଙ୍କ ଆଖିରେ ଅଶ୍ରୁର ବନ୍ୟା । ତା ପରଠାରୁ ତାଙ୍କ ଲେଖନୀ ମୁନରେ ବି ପଡିଗଲା *ପୂର୍ଣ୍ଣଚ୍ଛେଦ..।।*