ଆସନ୍ତା ନିର୍ବାଚନ କୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଶ୍ରୀ ନର ସିଂ ଭୋଳ ଏବଂ ଜିଲ୍ଲା ପାଳ ଭୀନିତ ଭରଦ୍ୱାଜ ଙ୍କ ର ନିର୍ଦ୍ଦେଶ କ୍ରମେ ଚୋରା ମଦ କାରବାର ପେଣ୍ଠ ଉପରେ ଚଢ଼ାଉ କରାଯାଇଛି। ଏହି ଭଳି ଚଢ଼ାଉ ଅବ୍ୟାହତ ରହିବ। ଆଜି ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବାଲିକୁଦା ଠାରେ ଏକ ବିଲାର ଗାଡ଼ି ଉପରେ ଚଢ଼ାଉ କରି 1040 ଲିଟର ଚୋରା ମଦ ଜବତ କରଜିଛି।ଏହାର ଆନୁମାନିକ ମୂଲ୍ୟ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏଥି ସହିତ ବୋଲର ଗାଡ଼ିକୁ ଜବତ କରିବ ସହିତ ଚୋରା ମଦ କାରବାର ରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେହି ଭଳି ବାଙ୍କୀ ଅଞ୍ଚଳର ବ୍ରହ୍ମପୁରା ଅଞ୍ଚଳରେ ଚଢ଼ାଉ କରି 840 ଲିଟର ମଦ ସହିତ ଜଣଙ୍କୁ ଗିରଫ କରାଯାଇଛି। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି।