Spread the love

” ଆମ ସମୟର କଥା ”

😊😘😜😊😍😍

ସ୍କୁଲ ନିଜେ ନିଜେ ହିଁ ଯିବାକୁ ପଡୁଥିଲା ଚାଲିଚାଲି , କାଁ ଭାଁ ଜଣେ ଦି’ଜଣ ସାଇକେଲରେ ହିଁ ଯାଉଥିଲେ l ବସ୍ ରେ ଛାଡ଼ିବା ପରମ୍ପରା ନଥିଲା l

ସ୍କୁଲ ପଠେଇବା ପରେ କିଛି ଭଲ ମନ୍ଦ ହେଇଯିବ….., ଆମ ବାପା ମାଆ ଏମିତି କେବେ ଚିନ୍ତା ହିଁ କରୁ ନଥିଲେ l ସେମାନଙ୍କୁ କୌଣସି ବିଷୟରେ ଭୟ ବି ନଥିଲା l

🤪 ପାସ / ଫେଲ… କେବଳ ଏତିକି ହିଁ ଆମକୁ ଜଣାଥିଲା…. % ରେ ଆମର କେବେ ସମ୍ବନ୍ଧ ହିଁ ନଥିଲା l

😛 ଟିଉସନ ହେଉଥିଲେ କହିବାକୁ ଲାଜ ଲାଗୁଥିଲା, କାରଣ ଆମକୁ ମୂର୍ଖ / ଗଧ ଭାବିବେ….. 🤣🤣

ବହି ଭିତରେ ଓସ୍ତ ପତର ଓ ମୟୂର ପୁଚ୍ଚ ରଖିଲେ ପାଠ ଭଲ ହେବ ଏମିତି ଧାରଣା ଆମର ଥିଲା ……

☺️☺️ କପଡା ବ୍ୟାଗ… , ଅଖା ବ୍ୟାଗ…. ଏବଂ ପରେ ଟିଣ / ଆଲୁମିନିୟମ ଟ୍ରଙ୍କରେ….. ବହି ଖାତା ନେଇ ସ୍କୁଲ ଯାଉଥିଲୁ l

😁 ପ୍ରତି ବର୍ଷ ନୂଆ କ୍ଲାସକୁ ଯିବା ପୂର୍ବରୁ ବହି ଓ ଖାତାରେ ମୋଟା ମାଟିଆ କାଗଜର ମଲାଟ ମଡ଼ାଇ ନେଉଥିଲୁ….. ଏହି କାମ ଏକ ବାର୍ଷିକ ଉତ୍ସବ ଭଳି ଲାଗୁଥିଲା….

🤗 ବର୍ଷ ସାରିବା ପରେ ବହି ବିକିବା ଏବଂ ନୂଆ କ୍ଲାସ ପାଇଁ ଗତ ବର୍ଷର ପୁରୁଣା ବହି କାହା ଠାରୁ କିଣିବା ପାଇଁ ଆମକୁ ଲାଜ ଲାଗୁନଥିଲା l

🤪 ଆମକୁ ପାଠ ପଢେଇବା ଏକ ବୋଝ ବୋଲି ଆମ ବାପା ମାଆଙ୍କୁ କେବେ ଲାଗୁନଥିଲା l.😞

🥸😎 ସ୍କୁଲରେ ସାର କିମ୍ବା ଦିଦିଙ୍କ ହାତରୁ ମାଡ଼ ଖାଇବା, ସ୍କୁଲ ବାରଣ୍ଡାରେ ଆଣ୍ଠେଇବା , କାନ ଧରି ଏକ ଗୋଡ଼ିକିଆ ଛିଡ଼ାହେବା କଷ୍ଟ ଲାଗୁଥିଲେ ମଧ୍ୟ “ଇଗୋ ପ୍ରୋବ୍ଲେମ ” ନଥିଲା….. , ସତ କହିବାକୁ ଗଲେ ” ଇଗୋ ” କ’ଣ ଆମକୁ ଜଣା ନଥିଲା ……..🧐😝 🤪🤪

ଘରେ ଆଉ ସ୍କୁଲରେ ମାଡ଼ ଖାଇବା ଆମର ଦୈନିକ ଜୀବନର ଏକ ସାଧାରଣ ଘଟଣା ଥିଲା l
ମାଡ଼ ଦେଲାଵାଲା ଓ ମାଡ଼ ଖାଇବାଵାଲା ଦୁହେଁ ହିଁ ଖୁସିରେ ରହୁଥିଲେ , ମାଡ଼ ଖାଇବାଵାଲା ଏଥିପାଇଁ ଖୁସି ଯେ କାଲି ଠାରୁ ଆଜି ଟିକିଏ କମ ମାଡ଼ ହେଇଛି ଏବଂ ମାଡ଼ ଦେଲାଵାଲା ଏଇଥି ପାଇଁ ଖୁସି ଯେ ଆଜି ପୁଣି ବହେ ଦେଇଛି….. 😀 😂……

😜 କାଠ ପଟାରେ ବ୍ୟାଟ ତିଆରି କରି ଜରି ଓ କନାରେ ରବର ଟ୍ୟୁବ ବାନ୍ଧି ବଲ ବନେଇ ଖାଲି ପାଦରେ କ୍ରିକେଟ ଖେଳିବାର ମଜା ଆମକୁ ହିଁ ଜଣା l

ଜଣେ ସାଙ୍ଗକୁ ସାଇକେଲର ଆଗ ଦଣ୍ଡାରେ ଓ ଆଉ ଜଣକୁ ପଛରେ କ୍ୟାରିୟରରେ ବସେଇ ସାଇ ସାଇ କେତେ ବୁଲିଛୁ….. ତା’ର ହିସାବ ନାହିଁ l ସତରେ ସାଇକେଲ ଚଲେଇବା ମଜା ହିଁ ନିଆରା…. ସାଇକେଲ ଚଲେଇବାକୁ ମିଳିଗଲେ ବହୁତ ଖୁସି ଲାଗୁଥିଲା l

😁 ଆମେ କେବେ ହାତ ଖର୍ଚ୍ଚ ( ପକେଟ ମନି ) କେବେ ବି ମାଗିନୁ କିମ୍ବା କେବେ ମଧ୍ୟ ମିଳିନାହିଁ….., ଏଥିପାଇଁ ଆମର ଆବଶ୍ୟକତା ବି ବହୁତ କମ ଥିଲା……, କେବେ କେବେ ଗାଣ୍ଠିଆ, ସେଉ, ବୁଟ ମିକ୍ସଚର କିମ୍ବା ମୁଡୁକି ପାଇଁ ଚାରିଅଣା ( ୨୫ ପଇସା ) ମିଳିଯାଉଥିଲା ତ ବହୁତ ଖୁସି….

ଛୋଟମୋଟ ଆବଶ୍ୟକତା ତ ଘରେ ଯିଏ କେହି ବି ପୂରଣ କରିଦେଉଥିଲେ କାରଣ ଯୌଥ ପରିବାର ଥିଲା…..

😁 ଆମେ …. ଆମର ବାପା ମାଆଙ୍କୁ କେବେ କହି ପାରିଲୁନି କି ଆମେ ତୁମକୁ କେତେ ଭଲ ପାଉଛୁ….. କାରଣ ଆମକୁ I love you କହିବା ଜଣା ହିଁ ନଥିଲା … 😌

ଆଜି ଆମେ ଦୁନିଆଁରେ ଅନେକ ଧକ୍କା ଏବଂ ଦୁଃଖ କଷ୍ଟ ପାଇ ସଂଘର୍ଷ କରି କରି ଗୋଟିଏ ଯାଗାରେ ଯାଇ ପହଞ୍ଚି ଯାଇଛୁ….. କେତେଜଣଙ୍କୁ ଯିଏ ଯାହା ଚାହୁଁଥିଲା ତାହା ତାଙ୍କୁ ମିଳିଯାଇଛି ଏବଂ ଆଉ କାହାକୁ କିଛି ବି ମିଳିନି….. !

😇 ଆମେ ଦୁନିଆଁର ଯେ କୌଣସି ସ୍ଥାନରେ ବି ରହୁ, କିନ୍ତୁ ଏହା ସତ୍ୟ ଆମେ ବାସ୍ତବିକ ଦୁନିଆଁରେ ବଡ଼ ହେଇଛୁ ଏବଂ ଆମର ବାସ୍ତବିକତା ସହିତ ସାମନା ବାସ୍ତବରେ ହେଇଛି ……..

😌 ଆମେ ଭଲ ଥିଲୁ କି ଖରାପ ଥିଲୁ …. ଜଣା ନାହିଁ …କିନ୍ତୁ ଆମର ବି ଏକ ସମୟ ଥିଲା ,! ଆଉ ଠିକ ଥିଲା .🤩🥰

💚❤️

Leave a Reply

Your email address will not be published. Required fields are marked *