ଭଗବାନ କୁହନ୍ତି ଯଦି ତୁମେ ଏପରି ଅଭ୍ୟାସ କରିବାକୁ ଅସମର୍ଥ ହୁଅ ତେବେ ମୋପାଇଁ କର୍ମ ପରାୟଣ ହୁଅ । ମୋପାଇଁ ସକଳ କର୍ମ କରି ମଧ୍ୟ ତୁମେ ସିଦ୍ଧିଲାଭ କରିପାରିବବ।
ଯଦି ମୋ ଯୋଗ (ସମତା) ର ଆଶ୍ରା କରି ତୁମେ ଏହା କରିବାରେ ଅସମର୍ଥ ହୁଅ ତେବେ ମନ ଓ ଇନ୍ଦ୍ରିୟଙ୍କୁ ବଶିଭୂତ କରି ସମସ୍ତ କର୍ମର ଫଳେଚ୍ଛା ତ୍ୟାଗ କର।
ଅଭ୍ୟାସ ଅପେକ୍ଷା ଜ୍ଞାନଶ୍ରେଷ୍ଠ, ଜ୍ଞାନ ଅପେକ୍ଷା ଧ୍ୟାନକରିବା ଶ୍ରେଷ୍ଠ, ଧ୍ୟାନ କରିବା ଅପେକ୍ଷା କର୍ମଫଳ ତ୍ୟାଗ କରିବା ଶ୍ରେଷ୍ଠତର, ତ୍ୟାଗକଲେ ତତ୍କ୍ଷଣାତ୍ ପରମଶାନ୍ତି ମିଳେ।
ଯେଉଁଯୋଗୀ ସର୍ବଜୀବରେ ଦ୍ୱେଷ ନରଖି, ସମସ୍ତଙ୍କ ପ୍ରତି ବନ୍ଧୁଭାବାପନ୍ନ ହୋଇ ଓ ଦୟାଶୀଳ ରହି, ଯେ ନିଜେ କିଛିନୁହେଁ ଭାବି ନିରହଂକାର ରହେ, ଦୁଃଖ ସୁଖରେ ସମଭାବାପନ୍ନ ରହେ, ସର୍ବଦା ସମସ୍ତଙ୍କ ପ୍ରତି କ୍ଷମାଶୀଳ ଭାବ ରଖିଥାଏ ସେ. ସର୍ବଦା ସନ୍ତୁଷ୍ଟ ରହନ୍ତି ଓ ସର୍ବଦା ଆତ୍ମସଂଯମୀ ଓ ଦୃଢ ଆତ୍ମବିଶ୍ୱାସୀ ରହିଥାନ୍ତି। ମୋଠାରେ ମନ ବୁଦ୍ଧି ସମସ୍ତ ଅର୍ପଣ କରି ଦେଇଥାନ୍ତି ସେ ମୋର ଅତ୍ୟନ୍ତ ପ୍ରୀୟ।
"ସାଧନ ଭଜନ କରି, ନାନା ସ୍ଥାନ ବୁଲି, ପୁରୁଷକାରର ଚୂଡାନ୍ତରେ ଯେତେବେଳେ ହତାଶ ହୋଇପଡିବ, ସେତେବେଳର ନିର୍ଭରତା ହିଁ ପ୍ରକୃତ ନିର୍ଭରତା। ସେତିକିବେଳେ ଗୁରୁକୃପାନିମିତ୍ତ ଆକୁଳତା ଜାତ ହୁଏ। ଅନେକ ଲୋକ ସାଧନାବସ୍ଥାରେ ଏପରି ଗୋଟାଏ ସ୍ଥାନରେ ଅଟକିଯାଆନ୍ତି, ଯେଉଁଠାରେ ବହୁ ଚେଷ୍ଟା କରି ସୁଦ୍ଧା ଆଉ ଉଠିପାରନ୍ତି ନାହିଁ ; ଧକ୍କା ଦେଇ ସେହି ସ୍ଥାନରୁ ଶ୍ରୀଗୁରୁଦେବ ଉଠାଇ ଦିଅନ୍ତି।"*
ସମ୍ପର୍କକୁ ଗୁରୁତ୍ତ୍ବ ଦେବାର ଅଛିତ ସମୟ ଥାଉ ଥାଉ ଦିଅନ୍ତୁ ନହେଲେ ପରେ ଶୁଖିଲା ଗଛକୁ ପାଣି ଦେଇ ସବୁଜ କରିବାର ଆଶା ବେକାର ହୋଇଯିବ।
ଆପଣ ସଫଳତା ଅପେକ୍ଷା ବିଫଳତା ଠାରୁ ଅଧିକ ଶିକ୍ଷା ଗ୍ରହଣ କରନ୍ତୁ ଏବଂ ଏହି ଶିଖିବା ବନ୍ଦ କରନ୍ତୁ ନାହିଁ,କାରଣ “ବିଫଳତା” ଚରିତ୍ର ନିର୍ମାଣ କରିଥାଏ।
ଗର୍ବ ଅହଙ୍କାର ନୁହେଁ ଦୀର୍ଘସ୍ଥାୟୀ ସମାଜ ଚଳଣୀ ପାଇଁ ଉପଦେଶ ଦେଲେ ନିଆଁବାଣ ହୋଇ ପାଖକୁ ଆସନ୍ତି ଧାଇଁ।
ସମ୍ପର୍କ ତ ସମସ୍ତେ ଗଢନ୍ତି କିନ୍ତୁ ଶେଷ ପର୍ଯ୍ୟନ୍ତ ସେହି ମାନଙ୍କ ସମ୍ପର୍କ ମଜବୁତ୍ ରୁହେ ଯାହା ଭିତରେ ବିଶ୍ବାସ ରହିଥାଏ।