ଆନ୍ତର୍ଜାତୀୟ ସାମାଜିକ କର୍ମକର୍ତ୍ତା ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ଙ୍କୁ ସମ୍ମାନିତ – ଭଞ୍ଜାଦୂତ ।
ଭୁବନେଶ୍ୱର:- (୨୩-ଡ଼ିସେମ୍ବର-୨୦୨୩)- ସାପ୍ତାହିକ ଓଡ଼ିଆ ଖବର କାଗଜ ଭଞ୍ଜଦୂତ ର ତୃତୀୟ ସ୍ୱ ନକ୍ଷତ୍ର ବାର୍ଷିକ ଉତ୍ସବ ରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଆନ୍ତର୍ଜାତୀୟ ସାମାଜିକ କର୍ମକର୍ତ୍ତା ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଙ୍କ ପିତା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ ଏହି ଉପାଧି ପୁରସ୍କୃତ, ସମ୍ମାନିତ ଗ୍ରହଣ କରିଛନ୍ତି । ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ।
ଏହି ଉତ୍ସବରେ ଶ୍ରୀଯୁକ୍ତ ମନୋରଂଜନ ମହାନ୍ତି, ନ୍ୟାୟଧିଷ – ଉଚ୍ଚତମ ନ୍ୟାୟାଳୟ, ଓଡ଼ିଶା ଏମ୍ବ ଶ୍ରୀଯୁକ୍ତ ବିଶ୍ଵନାଥ ଆଚାର୍ଯ୍ୟ – ଭାରତୀୟ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ଅଧିକାରୀ, ବରିଷ୍ଟ ସାମ୍ବାଦିକ, ଭଞ୍ଜଦୁତ ର ସମସ୍ତ ସାମ୍ୱାଦିକ ଙ୍କ ଗ୍ରହଣରେ ସମ୍ମାନ ରେ ସମ୍ମାନିତ କରାଯାଇଛି |
ଭଂଜଦୂତ ମେଡିଆ ର ତୃତୀୟ ସ୍ଵ ନକ୍ଷତ୍ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଅଶେଷ ଧନ୍ୟବାଦ୍ ଓ ଶୁଭେଛା ଜଣାଇଛନ୍ତି।
ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ, ଜଣେ ସରକାରୀ ଅବସରପ୍ରାପ୍ତ ଏମ୍ବ ସ୍ନେହୀ ସମାଜ ର ବରିଷ୍ଠ ନାଗରିକ ସଙ୍ଘ ର ସକ୍ରିୟ ସଭ୍ୟ ଅଟେ। ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ, ଏହି କାର୍ଯ୍ୟକ୍ରମ ରେ ନିଜର ବାର୍ତ୍ତା ରେ ପ୍ରକାଶ କରିଛନ୍ତି ଯେ, ମୋର ପୁତ୍ର ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଙ୍କୁ ଅତିଥି ହିସାବରେ ରେ ସ୍ବାଗତ କରିଥିବାରୁ ଆପଣ ଙ୍କୁ ଧନ୍ୟବାଦ୍ । ଯେହେତୁ ସେ ବିଦେଶ ରେ ଅର୍ଥାତ୍ କୁଏତ ରେ ଦୀର୍ଘ ୨୪-ବର୍ଷ ଧରି ରେ, ପ୍ରମୁଖ ପଦପୀ ଦାୟିତ୍ଵ ରେ କାର୍ଯ୍ୟରତ।
ସେ ବିଦେଶରେ ଅଫିସ କାର୍ଯ୍ୟ ସହିତ ବିଭିନ୍ନ ସାମାଜିକ ଓ ଜନ କଲ୍ୟାଣ କାର୍ଯ୍ୟରେ ରେ ପ୍ରତେକ୍ଷ ଭାବରେ ନିୟୋଜିତ ଓ ତଦାରଖ କରନ୍ତି ।
ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ଭାରତ ସେବା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ ଓ ପ୍ରତିଷ୍ଠାତା ।
ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ସଙ୍ଘ କୁଏତ ର ସଭାପତି ।
ଭାରତୀୟ ପ୍ରବାସୀ ପରିଷଦ ସାମାଜିକ ଜନ କଲ୍ୟାଣ ବିଭାଗ ର ମୂଖ୍ୟ ସଂଯୋଜଗ ।
ବିଶ୍ଵ ଓଡ଼ିଶା ସମାଜ କୁଏତ ସଙ୍ଗ ର ସଭାପତି ।
ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଜିସିସି ଦେଶ ବୋର୍ଡ / ଅର୍ଥାତ୍ ଆରବ ଦେଶର ସଭାପତି
ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ ହିସାବରେ ପ୍ରମୁଖ ସେବା ର ଦାୟିତ୍ୱ ତୁଲାଇଥାନ୍ତି ।
ରାଇଟର୍ ଫୋରମ୍ ଅଫ୍ କୁଏତ ର ଓଡ଼ିଆ ଗାଳ୍ପିକ ଲେଖକ ।
ଅର୍ଥାତ୍ ସେ ନିଜର ଦୈନନ୍ଦିନ କାର୍ଯ୍ୟାଳୟ ପରେ, କୌଣସି ଅସହାୟ ପ୍ରବାସୀ ଭାରତୀୟ ନାଗରିକ ଅସୁବିଧା ରେ ଶିକାର ହୋଇ ଥାନ୍ତି , ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥାନ୍ତି ।
ପ୍ରବାସୀ ଭାରତୀୟ ଙ୍କ ରକ୍ତଦାନ ସେବା କାର୍ଯ୍ୟକ୍ରମ ଓ ସଚେତନତା। ପୀଡ଼ିତ ପ୍ରବାସୀ ଭାରତୀୟ ଙ୍କ ଚିକିତ୍ସା ର ସହାୟତା। ବିଭିନ୍ନ ଅସହାୟ ଭାରତୀୟ କୌଣସି ଅସୁବିଧା ରେ କର୍ମକ୍ଷେତ୍ର ରେ ସାହାଯ୍ୟ ସହଯୋଗ କରିବା ସହିତ, ପ୍ରବାସୀ ଭାରତୀୟ ବେଳେ ବେଳେ ଅସମୟରେ କୌଣସି ଭୁଲ୍ ଓ ଠକାମୀ ଙ୍କ ଦ୍ଵାରା କର୍ମକ୍ଷେତ୍ର ରେ ଶିକାର ହେଲେ ତାଙ୍କୁ ସାହଯ୍ୟ କରିବା।
ପ୍ରବାସୀ ଭାରତୀୟ ଙ୍କ ଆକସ୍ମିକ ଦୁର୍ଘଟଣା ଓ ସେମାନଙ୍କର ବୀମା ର ସାହାଯ୍ୟ ଓ ଆର୍ଥିକ ସାହାଯ୍ୟ ନିମନ୍ତେ ନ୍ୟାୟଳୟ ଓ ସରକାର ଙ୍କ ସହଯୋଗର ଶ୍ରମିକ ଙ୍କୁ ଭାରତୀୟ ଦୂତାବାସ, ଭାରତ ସରକାର, ରାଜ୍ୟ ସରକାର ଙ୍କ ସହଯୋଗରେ, ପୀଡ଼ିତ ଶ୍ରମିକ ଙ୍କୁ ଘରକୁ ପଠାଇବା ର ଦାୟିତ୍ଵ ନେଇଥାନ୍ତି ।
ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ପୂଜା ଓ ପାଠଚକ୍ର ର ପ୍ରଚାର୍ ଓ ପ୍ରସାର।
ପ୍ରବାସୀ ଭାରତୀୟ ଙ୍କର ବାର୍ଷିକ ଖେଳ ପ୍ରତିଯୋଗିତା, ଶିଶୁ ପ୍ରତି ଯୋଗିତା କରିବା ସହିତ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।
ଏହା ସହିତ ପ୍ରବାସୀ ଭାରତୀୟ ଙ୍କ ବିଭିନ୍ନ ଶ୍ରମିକ ନିୟମ ବିଷୟରେ ଅବଗତ ର ସଚେତନତା ସୃଷ୍ଟି କରିବା ସହିତ ଓ ବିଭିନ୍ନ ସଚେତନତା ଶିବିର ଆୟୋଜନ କରାଯାଇ ଥାଏ।
ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସମସ୍ତ ମାନବ ସେବା କାର୍ଯ୍ୟ ରେ ଜଡିତ ଥିବାରୁ, ଏଥି ନିମନ୍ତେ ସେ, ଭାରତୀୟ ଦୂତାବାସ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର୍ ଙ୍କୁ ନିଜର ଆନ୍ତରିକ ଧନ୍ୟବାଦ୍ ଓ ସହଯୋଗ ଜଣାଇଛନ୍ତି।
ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ତାଙ୍କର ବାର୍ତ୍ତା ରେ କହିଛନ୍ତି, “ସମାଜ ସେବା ରେ ନିଜର ବହୁ ମୂଲ୍ୟ ସେବା ହିଁ ମାନବ ସେବା”। ମାନବ ସେବା ହିଁ ମାଧବ ସେବା । ସାମାଜିକ ସଚେତନତା ସ୍ଲୋଗାନ୍ ଯଥା – ରକ୍ତଦାନ – ଜୀବନ ଦାନ, ଚାରା ଲଗାନ୍ତୁ – ପରିବେଶ ବଞ୍ଚାନ୍ତୁ , ସଡ଼କ ସୁରକ୍ଷା – ଜୀବନ ରକ୍ଷା, ମାନବ ସେବା ହିଁ ମାଧବ ସେବା ପ୍ରଭୃତି ସାମାଜିକ ବାର୍ତ୍ତା ର ପ୍ରଚାର୍ ଓ ପ୍ରସାର ର ମୁଖ୍ୟ ଲକ୍ଷ। ଏଣୁ ଆପଣ ମାନେ କୌଣସି ଅସୁବିଧା ର ଶିକାର ହେଲେ, ନିଜର ୱାତ୍ସପ ନମ୍ୱର ଦ୍ଵାରା ଯୋଗା ଯୋଗ କରି ପାରିବେ – (+୯୧)-୯୬୬୮୧୧୮୮୨୫ ।
ଜୟ ଜଗନ୍ନାଥ, ଧନ୍ୟବାଦ୍।