ସମୟ ବିଲୋକି ବାଜନେ ବାଜେ । ରଥ ଗଜ ବାଜି ବରସିହ୍ନ ସାଜେ ॥*
ଦଶରଥ ବିପ୍ର ବୋଲି ସବ ଲୀହ୍ନେ । ଦାନ ମାନ ପରିପୂରନ କୀହ୍ନେ ॥*
ଭାବାର୍ଥ :- କନ୍ୟାମାନେ ପାଲିଙ୍କିରେ ବସିବାରେ ଉଚିତ୍ ସମୟ ହୋଇଗଲା ଜାଣି ବାଜାବାଲା ମଙ୍ଗଳ ବାଦ୍ୟ ବଜାଇବା ଆରମ୍ଭ କଲେ । ବରଯାତ୍ରୀ ମାନେ ହାତୀ, ଘୋଡା ଓ ରଥ ଆଦି ସଜେଇଲେ । ମହାରାଜ ଦଶରଥ ସମସ୍ତ ବ୍ରାହ୍ମଣଙ୍କୁ ଡକାଇ ଦାନ ଦକ୍ଷିଣା ସହିତ ଉଚିତ ସମ୍ମାନ ଦେଇ ସମସ୍ତଙ୍କୁ ପୂର୍ଣ୍ଣ ରୂପେ ପ୍ରସନ୍ନ କରିଦେଲେ ।*
ଚରଣ ସରୋଜ ଧୁରି ଧରି ସୀସା । ମୁଦିତ ମହୀପତି ପାଇ ଅସୀସା ॥*
ସୁମିରି ଗଜାନନୁ କୀହ୍ନ ପୟାନା । ମଂଗଲ ମୂଲ ସଗୁନ ଭଏ ନାନା ॥*
ଭାବାର୍ଥ :- ମହାରାଜା ଦଶରଥ ବ୍ରାହ୍ମଣଙ୍କ ଚରଣ ଧୁଳିକୁ ମୁଣ୍ଡରେ ଲଗାଇ ଆଶିର୍ବାଦ ପାଇ ଅଶେଷ ଆନନ୍ଦିତ ହେଲେ ଏବଂ ଶ୍ରୀଗଣେଶଙ୍କୁ ସ୍ମରଣ କରି ଜନକପୁରରୁ ଏପରି ସମୟରେ ବିଦାୟ ନଜଲେ, ଯେଉଁ ସମୟରେ ସବୁପ୍ରକାର ମଙ୍ଗଳମୟ ଶୁଭ ସଂକେତ ଦିଶୁଥିଲା,
“ତୁମେମାନେ କେହି ସିଦ୍ଧି ଲାଭ କରିସାରି ମୋର ଆଶ୍ରୟ ଗ୍ରହଣ କରି ନାହଁ, ତେଣୁ ତୁମ ଭିତରେ ଦୋଷ ତ୍ରୁଟି ନିଶ୍ଚୟ ପରିଲକ୍ଷିତ ହେବ: ସୁତରାଂ ଆତ୍ମଦୋଷ ଗୋପନ କରିବା ସାଧୁତ୍ୱର ଲକ୍ଷଣ ନୁହେଁ।ନିଜର କିପରି ଚରିତ୍ରଗଠନ କରିବାକୁ ହୁଏ, ତୁମେମାନେ ଜଗତକୁ ଏହି ଶିକ୍ଷା ପ୍ରଦାନ କର।କେବଳ ମନୁଷ୍ୟତ୍ବ ଅର୍ଜ୍ଜନକଲେ ଆପଣା ମନକୁ ସମସ୍ତ ଦୈନ୍ୟ ଦୂର ହୋଇଯାଏ।ତୁମେମାନେ ମନୁଷ୍ୟକୁ ମନୁଷ୍ୟ ହେବାରେ ସାହାଯ୍ୟ କର….ତୁମମାନଙ୍କ ପ୍ରତି ମୋର ଏହାହିଁ ଆଶୀର୍ବାଦ।”*