ଆଜି ସାରା ଦେଶରେ ମାନନୀୟ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ 554 ଟି ରେଳ ଷ୍ଟେସନର ପୁନର୍ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଅଭାସି ମାଧ୍ୟମରେ କରିଛନ୍ତି। ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ 21 ଟି ରେଳ ଷ୍ଟେସନ ମଧ୍ୟରେ ଜଗତ ସିଂହପୁର ଜିଲ୍ଲା ର ରଘୁନାଥ ପୁର ଏବଂ ପାରାଦୀପ ରେଳ ଷ୍ଟେସନ
ପୁନର୍ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ପାରାଦୀପ ନିମନ୍ତେ 14.89 କୋଟି,ରଘୁନାଥ ପୁର ନିମନ୍ତେ 16.77 କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଏହି ଉତ୍ସବ ରେ ବିଜେପି ର ଜିଲ୍ଲା ସଭାପତି ସତ୍ୟ ବ୍ରତ ମହାପାତ୍ର, ବିଧାୟକ ବିଜୟ ଶଙ୍କର ଦାସ, ରାଜ କିଶୋର ଦାସ,ରେଳ ବିଭାଗର ସିପିଓ ଜେନରାଲ ସୂର୍ଯ୍ୟ ପ୍ରକାଶ, ଅତିରିକ୍ତ ମଣ୍ଡଳ ଯନ୍ତ୍ରୀ ସନ୍ତୋଷ କୁମାର୍ ସାହୁ,ଅତିରିକ୍ତ ସିଗ୍ନାଲ ମଣ୍ଡଳଯନ୍ତ୍ରୀ ସ୍ଵସ୍ତିକ ସାମନ୍ତରାୟ ପ୍ରମୁଖ ଉପସ୍ଥିତଥିଲେ। ଏହି କାର୍ଯ୍ୟ କ୍ରାମକୁ ରେଳବାଇ କନଟ୍ରାକ୍ଟର ଇଂଜିନିୟର ସଚିନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ ।