Spread the love

ସ୍ବପ୍ନ ଆଉ ବାସ୍ତବ ଭିତରେ ଫରକ ବୁଝିବା ଅସମ୍ଭବ. ମଣିଷ ସ୍ବପ୍ନ ଦେଖେ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଦେଖିଥିବା ସ୍ବପ୍ନ ଟା ସତ ହୁଏନା. ଯାହା ବିଜୁ ବାବୁ ଙ୍କ କ୍ଷତ୍ର ରେ ଘଟିଥିଲା ସେ ଜୀବନରେ ଯାହା ଭାବିଥିଲେ ତାର ଅଧା ଅଧି ସଫଳ ହେଇଥିଲା କିନ୍ତୁ ଯାହା ହେଇନଥିଲା ତାଙ୍କର ଦେହାନ୍ତ ପରେ ଆସ୍ତେ ଆସ୍ତେ ହେଉଥିବା ପରି ମନେହୁଏ. କଟକ ରେ ଥିବା ତାଙ୍କର ପୁରୁଣା ଘର ଆନନ୍ଦ ନିବାସ କୁ ମୁଁ ଯେତେବେଳେ ଗଲି ସେତେବେଳେ କୁ ତାହା ସମାଜ ପାଇଁ ଦାନ ହେଇଯାଇଥିଲା ଯାଇ ଦେଖିଲି ବଡ଼ ଆଶ୍ଚର୍ଯ୍ୟ ଲାଗିଲା ସେଠାରେ ଏକ ବଡ଼ ସୁନେଲି ରଙ୍ଗରେ ତାଙ୍କର ଭାବନା ଥିବା ସ୍ବପ୍ନ ଓ ଅବଶୋଷ ଭରା ଗୁଡିଏ ଲାଇନ ଥିଲା. ଲାଇନ ଗୁଡିକୁ ପଢିଲା ପରେ ଯାହା ଜଣାପଡିଲା ସିଏ ଆଜି ନାହାନ୍ତି ସତ କିନ୍ତୁ ସବୁ ସ୍ୱପ୍ନ ଟି ବାସ୍ତବ ରେ ଘଟୁଛି. ନବୀନ ବାବୁ 5T ଆରମ୍ବ କରି ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ଯେମିତି ପୂରଣ କରୁଛନ୍ତି. ସେ ଲେଖରୁ କିଛି..ମୁଁ ଯଦି ଦିଲ୍ଲୀ ରେ ଯାଇ ରାଜନୀତି ନକରିଥାନ୍ତି 18କୋଟି ଟଙ୍କା ମୋ ପାଇଁ ଏକ ଆଲପିନ ସଦୃଶ ହେଇଥାନ୍ତା..ସାମ୍ବାଦିକ ମାନେ ସଚିବାଳୟ ଅଣ ସରକାରୀ କାର୍ଯ୍ୟରେ ଆସୁଛନ୍ତି..ପୋଲିସ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୁଅନ୍ତୁ..ଏହିପରି ଅନେକ ଲେଖା ଥିବାର ଦେଖି ମୁଁ ବୁଝିଗଲି ଏଇ ତିନୋଟି ର ଅର୍ଥ ହେଉଛି ତାଙ୍କର ବର୍ତମାନ ର ବାସ୍ତବ ଚିତ୍ର. ଆଜି ସାମ୍ବାଦିକ ମାନଙ୍କୁ ସଚିବାଳୟ ଅଣ ସରକାରୀ କାମରେ ପୁରଯାଉନି.. ରାଜନୀତି କରି ସର୍ବସ୍ୱ ହରେଇ ଦିଲ୍ଲୀ ର ନିଜସ୍ୱ ରହୁଥିବା କୋଠା କୁ ବିକିବାର ଯୋଉଦୁଃଖ କୁ ସେ ଅନୁଭବ କରୁଥିଲେ ନହେଲେ.1955ମସିହାରେ ଆରମ୍ଭ କରିଥିବା ବହୁତ ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନ କାଳକ୍ରମେ ବନ୍ଦ ହେଇଥିଲା. ସେ ଅନୁଭବ କରିଥିଲେ ଯଦି ରାଜନୀତି କରିନଥାନ୍ତେ ତେବେ ଆଜି ଟାଟା ବିର୍ଲା ଠୂବି ହୁଏତ ବଡ଼ ହୋଇଥାନ୍ତେ ତେଣୁ ଅଠର କୋଟି ତାଙ୍କ ପାଇଁ ଏକ ଆଲପିନ ପାରିଲାଗିଥାନ୍ତା. ଏବେ 5T ହେଲାପରେ ସବୁ ପୋଲିସ ଥାନା ବାହାରେ ଆମେ ଦେଖୁଛେ ଥାନାକୁ ପ୍ରବେଶ ପୂର୍ବରୁ ଗୋଟେ ବୋର୍ଡ ରେ ଲେଖା ଅଛି. ଏ ଥାନାରେ ଯେତେ କର୍ମଚାରୀ ଅଛନ୍ତି ସମସ୍ତେ ଜନସାଧାରଣ ଙ୍କ ପଇସାରେ ଦରମା ନେଉଛନ୍ତି ତେଣୁ ଏ ସମସ୍ତ ର ମାଲିକ ଜନସାଧାରଣ.. ଆଜି 5T ର ଜାଲରେ କେତେ କେତେ ଅସାଧୁ ସରକାରୀ ବାବୁ ମାନେ ଆଜି ଜେଲରେ ରହିଲେଣି ତେଣୁ ଓଡ଼ିଆ ମାନଙ୍କ ପାଇଁ ଦେଖିଥିବା ସ୍ବପ୍ନ ପୂରଣ ହେଉଥିବପରି ମନେ ହୁଏ..

Leave a Reply

Your email address will not be published. Required fields are marked *