Spread the love

ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୦୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ, ଓଡିଶା ଉପରେ ଆସିପାରେ କିଛି ନୂଆ ତଥ୍ୟ,

ଲୋକସଭା ନିର୍ବାଚନକୁ ନେଇ ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତେଲେଙ୍ଗାନା ସମେତ ଅନ୍ୟ କିଛି ରାଜ୍ୟର ପାଖାପାଖି ୧୦୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ସୋମବାର ଦିଲ୍ଲୀ ମୁଖ୍ୟାଳୟରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ସମସ୍ତ ନାଁ ଉପରେ ଚୂଡାନ୍ତ ମୋହର ମାରି ସାରିଥିବା ବେଳେ କେବଳ ଘୋଷଣା ବାକି ଅଛି । ବିହାର, ତାମିଲନାଡୁ ସମେତ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ତୃତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ମାର୍ଚ୍ଚ ୨ରେ ପ୍ରଥମ ପର୍ଯ୍ୟାୟରେ ଦଳ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ୧୬ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଥିଲା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ୩୦୦ରୁ ଅଧିକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହିତ ଦଳ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।ସେହିପରି ଓଡିଶା ରାଜନୀତି ଏକ ପ୍ରକାର ଗୋଳାମାଳିଆ ହେଲା ପରି ଲାଗୁଥିଲା ବେଳେ ଆଜିର ସ୍ଥିତି କିଛି ନୂଆ ଚିତ୍ର ହେଇପାରେ ବୋଲି ରାଜନୈତିକ ବିଶେଷାଙ୍ଗ ଙ୍କ ମତ,,

Leave a Reply

Your email address will not be published. Required fields are marked *