Spread the love

. ⭕‼️⭕ *ବୁଦ୍ଧ ପୁର୍ଣ୍ଣିମା* ⭕‼️⭕
➖➖➖➖➖➖➖➖➖➖➖➖

*🔱 ବୋୖଦ୍ଧ ଧର୍ମାବଲମ୍ବୀ ମାନେ ଆଜି ବୁଦ୍ଧ ପୁର୍ଣିମା ପାଳନ କରୁଛନ୍ତି। ମାନ୍ୟତା ରହିଛିକି ବୈଶାଖ ପୂର୍ଣ୍ଣମୀ ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧଙ୍କର ଜନ୍ମ ହୋଇଥିଲା । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ମାସରେ ପଡୁଥିବା ପୂର୍ଣ୍ଣମୀକୁ “ବୁଦ୍ଧ ପୂର୍ଣ୍ଣମୀ” ଭାବେ ପାଳନ କରାଯାଏ । ଶାସ୍ତ୍ର ମୁତାବକ ବୈଶାଖ ପୂର୍ଣ୍ଣମୀର ଅନେକ ମହତ୍ତ୍ୱ ରହିଛି । ଆଜିର ଦିନରେ ଦିନ ଗୋଟେ ୬ ମିନିଟରେ ବିଶାଖା ନକ୍ଷତ୍ର ଆରମ୍ଭ ହେବାକୁ ଯାଉଛି । ଏମିତି ବି ଧରାଯାଏ ବିଶାଖା ନକ୍ଷତ୍ର ସହିତ ଜଡିତ ହେବା କାରଣରୁ ତାଙ୍କୁ ବୈଶାଖ ପୂର୍ଣ୍ଣମୀ କୁହାଯାଏ । ସାଧାରଣତଃ ବିଶାଖାର ଅର୍ଥ ହୋଇଥାଏ ବିଭାଜିତ କିମ୍ବା ଗୋଟିଏରୁ ଅତ୍ୟଧିକ ଶାଖା ମାନଙ୍କର ଉତ୍ପନ୍ନ। ଏହି ନକ୍ଷତ୍ରର ସ୍ୱମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି।*

. *💎 ବୁଦ୍ଧ ଦେବଙ୍କ ବାଣୀ 💎*

*⚜️ ଭଗବାନ ବୁଦ୍ଧଙ୍କ କହିବା ଅନୁଯାୟୀ କୌଣସି ବି ବ୍ୟକ୍ତି କେବେ ବି କ୍ରୋଧ କରିବା ଉଚିତ ନୁହେଁ । କାରଣ କ୍ରୋଧର ସିନା କିଛି ଦଣ୍ଡ ମିଳେନାହିଁ କିନ୍ତୁ କ୍ରୋଧରୁ ଦଣ୍ଡ ନିଶ୍ଚିତ ମିଳିଥାଏ।*

*⚜️ ଗୌତମ ବୁଦ୍ଧଙ୍କ ଅନୁଯାୟୀ ହିଂସ୍ର ପଶୁ ଠାରୁ ବି ଅଧିକ ଭୟଙ୍କର ଧୋକା ଦେଉଥିବା ମିତ୍ର ହୋଇଥାନ୍ତି । ଯିଏ କି ଆପଣଙ୍କ ବିବେକ ଓ ବୁଦ୍ଧିକୁ କ୍ଷତି ପହଞ୍ଚାଇଥାନ୍ତି। ବ୍ୟକ୍ତି ସବୁବେଳେ ଏମିତି ସାଙ୍ଗ ଠାରୁ ଦୁରେଇ ରହିବା ଉଚିତ।*

*⚜️ ବୁଦ୍ଧ କହୁଥିଲେ କେବେ ବି କାହା ଉପରେ ସନ୍ଦେହ କରନ୍ତୁ ନାହିଁ । ଏମିତି କରିବା ଫଳରେ ଆପଣଙ୍କ ସମ୍ପର୍କ ଭାଙ୍ଗିଯାଇଥାଏ। ସେ ଆପଣଙ୍କ ମିତ୍ର ହୁଅନ୍ତୁ ନା କାହିଁକି। ମନରେ ସନ୍ଦେହ ରହିଲେ ସମ୍ପର୍କ ଭାଙ୍ଗି ଯାଇଥାଏ।*

*⚜️ ବୁଦ୍ଧ କହନ୍ତିକି ବ୍ୟକ୍ତିକୁ ମୋହମାୟା ବନ୍ଧନ ଆଦି ଠାରୁ ଦୁରେଇ ରହିବା ଉଚିତ। ଯେଉଁ ମାନେ ଯେତେ ପ୍ରେମରେ ବାନ୍ଧି ହୋଇଥାନ୍ତି। ସେମାନେ ସେତିକି ଦୁଖୀ ହୋଇଥାନ୍ତି।*

*⚜️ ବୁଦ୍ଧଙ୍କ ଅନୁଯାୟୀ ନିଜ ଉପରେ ବିଜୟ ହାସଲ କରିବା କୌଣସି ଯୁଦ୍ଧ ଜିତିବା ଠାରୁ ଅଧିକ ଫଳପ୍ରଦ ହୋଇଥାଏ। କାରଣ ବିଜୟ ସବୁବେଳେ ଆପଣଙ୍କର ହିଁ ହେବ।*

. *ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ*

. *🙏🙏🙏ଜୟ ଜଗନ୍ନାଥ ସ୍ବାମୀ 🙏🙏🙏*

Leave a Reply

Your email address will not be published. Required fields are marked *