Spread the love

ଆଜି ଅପରାହ୍ନ ରେ ନୁଆବାଜାର ସ୍କୁଲ ନିକଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଆଉ ତିନି ଜଣ ଗୁରୁତର ଭାବରେ ଆହାତ ହୋଇଛନ୍ତି। ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର କର୍ମାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏପରିକି ଦମକଳ ବାହିନୀ କଟର ସାହାଯ୍ୟରେ କାଟି ଡ୍ରାଇଭର କୁ ଉଦ୍ଧାର କରିଥିଲେ। ତିନି ଜଣ ଙ୍କୁ ଚିକିତ୍ସା ପାଇଁ ବଡ ଡାକ୍ତର ଖାନାକୁ ପଠାଇଛନ୍ତି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ଜଣା ପଡ଼ିଛି ଯେ ନୁଆବାଜାର ପଟୁ ରଘୁନାଥ ପୁର ଅଭିମୁଖେ ଦୃତଗତିରେ ଯାତ୍ରା କରୁଥିବା ଇଣ୍ଡିଗୋ କାର OR05AV 3888 ଅପର ପକ୍ଷରେ କଟକ ଆଡ଼କୁ ଆସୁଥିବା ହାଇୱା ଟ୍ରକ୍ OD 02BS9655 ସହିତ ମୁହାଁ ମୁହିଁ ଧକ୍କା ଫଳରେ ଇଣ୍ଡିଗୋ କାର୍ ଟି ବିପରୀତ ଦିଗକୁ ଘୁରି ପଡ଼ିଥିଲା। ଘଟଣା ସ୍ଥଳରେ ଜଣେ ବାଟୋଇ ଛିଡା ହୋଇଥିବା ବେଳେ କାର ଟି ତାଙ୍କ ଦେହରେ ବାଡ଼େଇ ହୋଇ ଯିବା ଫଳରେ ବାଟୋଇଟି ଖଣ୍ଡିଆ ଖାବରା ହୋଇଥିଲା। ଇଣ୍ଡିକା କାର ର ଡ୍ରାଇଭର କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡ୍ରାଇଭର ର ପରିଚୟ ମିଳି ପାରିନାହିଁ। ଏହି ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସି ଆର ଆର ଆଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ କୁ ପଠାଇଛି। ପୋଲିସ ଟ୍ରକ୍ ଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି। ଏଥି ସହିତ ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଅଟକି ରହିଥିବା ଯାନ ବାହାନ ଚଳାଚଳ କୁ ପୋଲିସ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଛି।

Leave a Reply

Your email address will not be published. Required fields are marked *