Spread the love

*ଓସୋ ମଧ୍ୟ୍ୟପ୍ରଦେଶ ର ରାୟସେନ ଜିଲ୍ଲାର କୋଟାଵଡା ଗାଁ ରେ 11ଡିସେମ୍ବର 1931ରେ ଜନ୍ମ ଗ୍ରହଣ କରିଥିଲେ. ତାଙ୍କ ପିଲାଦିନ ର ନାଁ ଥିଲା ଚନ୍ଦ୍ର ମୋହନ ଜୈନ. ସେ ଜଣେ ମଧ୍ୟବିତ୍ତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ. ପିଲାଦିନେ ଭାରି ଭାବୁକ ଜଣା ପଡିବାରୁ ତାଙ୍କୁ ତାଙ୍କ ଜେଜେ ଜେଜେମା ଙ୍କ ପାଖରେ ଜବଲପୁର ରେ ପାଠ ପଢିଲେ. ସେଇ ଠାରେ କଲେଜ ଓ ସାଇକୋଲିଜି ଅନର୍ସ ରେ ବି ଏ ପାଶ କଲେ ଓ ଜବଲପୁର ଇୟୁନିଭରର୍ସିଟି ଏମ ଏ ସାରି ରାୟପୁର ସଂସ୍କୃତି କଲେଜ ରେ ସାଇକୋଲୋଜି ରେ ପ୍ରଫେସର ହେଲେ. ତାଙ୍କ ଶିକ୍ଷକତା ଏପରି ଥିଲା ଯେ ଛାତ୍ର ମାନେ ତାଙ୍କୁ ନଦେଖିଲେ ମନ ଦୁଃଖ କରୁଥିଲେ.କିଛି ନୂଆ ତଥ୍ୟ ସେ ପଢ଼ାଉଥିଲେ ଦୁନିଆ ମଣିଷ ଜୀବ ଜଗତ ଓ ଧର୍ମ ବିଷୟରେ ଶୁଣିବାକୁ ଆଗ୍ରହ ବଢ଼ି ଛାତ୍ର ମାନେ ଚାରିଆଡେ କହିବା ଆରମ୍ଭ କଲେ. ଧୀରେ ଧୀରେ ଚନ୍ଦ୍ରମୋହନ ଙ୍କ ନାଁ ପ୍ରସିଦ୍ଧ ହେବାରୁ ଅନ୍ୟ କଲେଜ ର ପିଲାମାନେ ସମୟ ପାଇ ସନ୍ଧ୍ୟା ବେଳେ ତାଙ୍କ ଘରକୁ କିଛି ନୂଆ ଶିକ୍ଷା ନେବାକୁ ଆସିଲେ. ଏହାକୁ ଦେଖି କଲେଜ ର ଅନ୍ୟ ପ୍ରଫେସର ମାନଙ୍କୁ ଚିନ୍ତା ବଢ଼େଇଲା ୟେ ତ ପାଠ ପଢାଉ ନାହାନ୍ତି ଆଧ୍ୟାତ୍ମିକ ବିଷୟରେ କିଛି ନୂଆ ଛାତ୍ର ମାନଙ୍କୁ ଶିଖାଉଛନ୍ତି ଫିଲସୋଫି ର ପାଠ ଅଲଗା ତେଣୁ ତାଙ୍କୁ 1960ରେ କଲେଜ ରୁ ବିଦା କଲେ.ପୁଣି ଜବଲପୁର ଏୟୁନିଭରର୍ସିଟି ରେ ଆସି କିଛି ଦିନ ଶିକ୍ଷକତା କଲେ ସେଠାରେ ବି ରାୟପୁର ର ପୁରୁଣା ଛାତ୍ର ଙ୍କ ଭିଡ଼ ଲାଗିଲା. ସେ ଯୋଉଠି ରହୁଥିଲେ ସେଠାରେ ଏକ ନୂଆ ନିଜସ୍ୱ କୋଠରୀ ରେ ପ୍ରବଚନ ଭଳି କ୍ଲାସ ଦେଉଥିଲେ ଦୁନିଆରେ ମଣିଷ କାହିଁକି ଆସିଛି ସଂସାର କରିବା ଦରକାର କଣ ସାଧୁ ସନ୍ଥ ମାନେ ଲୋକଙ୍କୁ ଠକୁଛନ୍ତି ଏହିପରି ଭାଷଣ ଲୋକଙ୍କ ମୁଣ୍ଡରେ ପୁରେଇ ଲୋକଙ୍କୁ ଆକର୍ଷଣ କରେଇଲେ. ଧୀରେ ଧୀରେ ପୁଣି ଜବଲପୁର ଇଉନିଭରସିଟି ମ୍ୟାନେଜମେଣ୍ଟ ଵାଲା କହିଲେ ଆପଣ ଏଠୁ ପଳାନ୍ତୁ.1965 ରେ ସେଇଠି ସେ ନିଜ ନାଁ ପରିବର୍ତନ କରି ପାଖା ପାଖି ଦୁଇସହ ଶିଷ୍ୟ ତିଆରି କରି ଆଚାର୍ଯ୍ୟ ରଜନୀଷ ଭାବରେ ବମ୍ବେ ପଳେଇ ଆସିଲେ ସେତେବେଳକୁ ବହୁତ ଶିଷ୍ୟ ହେଇଯାଇଥିଲେ ବମ୍ବେ ର ଅଡିଟରିଅମ ଭାଷଣ ରେ ଯାହା କହିଥିଲେ ତାହାଥିଲା ସେକ୍ସ ଫ୍ରି ସମାଜ ସ୍ୱାମୀ ସ୍ତ୍ରୀ ହେଉଛି ମାୟା ଜୀବନରେ ଯେତେଦିନ ରୁହ ଆରାମରେ ରୁହ ନିଜ ପାଇଁ ବଂଚିବା ଶିଖ ଧର୍ମ ମଣିଷ ତିଆରି କରିଛି ସାରା ପୃଥିବୀ ରେ ଗୋଟିଏ ବର୍ଡ଼ର ରଖିବା ଦରକାର ଗୋଟିଏ ମିଳିତ ସରକାର ହଉ ଗୋଟିଏ ସେନା କରାଯାଉ. ଧୀରେ ଧୀରେ ସବୁଧର୍ମ ର ଲୋକ ମାନେ ଆସି ଭିଡ଼ ଲଗେଇଲେ ସେଠାରୁ ଆସି ପୁନା ରେ ଆଶ୍ରମ ଆରମ୍ଭ କଲେ ଶିଷ୍ୟ ବି ବଡ଼ ବଡ଼ ଧନୀ ଶ୍ରେଣୀର.1970 ରେ କୁଲୁମାନାଲି ଯାଇ ସେଠାରେ ସନ୍ୟାସୀ ଭାବେ ତପସ୍ୟା ଆରମ୍ଭ କରି ଏକ ସଂଗଠନ “ନବ ସନ୍ୟାସୀ କ୍ରାନ୍ତି “ଦଳ ଗଠନ କରି ବଡ଼ ବଡ଼ ହଲ ରେ ପ୍ରବଚନ ଦେବା ଆରମ୍ଭ ହେଲା ଦେଶ ବିଦେଶ ରୁ ବହୁତ ଭକ୍ତ ଲାଇନ ଲାଗିଲେ 1971 ରେ ସାରା ପୃଥିବୀ ରେ ଅଡିଓ କ୍ୟାସେଟ ମାଧ୍ୟମରେ ପ୍ରଚାର କରି ଫେମସ ହେଇ ନିଜକୁ ଜଣେ ସର୍ବ ଧର୍ମ ର “ଭଗବାନ “ଘୋଷଣା କଲେ ଏପଟେ ଭାରତରେ ବହୁତ ବିରୋଧୀ ହେବା ଆରମ୍ଭ ହେଲା କେତେବେଳେ ଗାନ୍ଧୀ ବାଦୀ ଙ୍କୁ ବିରୋଧ ତ କେତେବେଳେ କମ୍ୟୁନିଷ୍ଟ ମାନଙ୍କୁ ଫିଲୋସୋଫି ଭାଷାରେ ଜାଲିଆ ବୋଲି କହିଲେ. ସବୁ ରାଜନୀତି ଦଳର ନେତା ମାନେ ଥିବାରୁ ପ୍ରଥମ ରେ କେହି କିଛି କହିଲେ ନାହିଁ.1980ରେ ପୁନା ଆସି ଏକ ପୁସ୍ତକ “ସମ୍ଭୋଗ ଠାରୁ ସମାଧି ପର୍ଯ୍ୟନ୍ତ” ଉଦଘାଟନ କଲେ. ସେ ବହିରେ ଯାହା ଲେଖା ଥିଲା କିଛି କିଛି ମଣିଷ ଜୀବନର ଦୁଃଖ ଦୁର୍ଦଶା ଉପରେ ସତ୍ୟ ଲାଗୁଥିବାରୁ ଆହୁରି ବହୁତ ଭକ୍ତ ତିଆରିହେଲେ କୁହାଯାଏ 1981ବେଳକୁ ସାରା ବିଶ୍ୱରେ ତିନି ଲକ୍ଷ୍ୟ ଶିଷ୍ୟ ତିଆରି ହେଇଯାଇଥିଲେ.ଆମେରିକା ଜାପାନ ଅଷ୍ଟ୍ରେଲିଆ କାନାଡ଼ା ରୁଷ ଭଳି ତିରିଶ ଟି ଦେଶର ଧନୀ ଲୋକଙ୍କୁ ଧରି ସଂଗଠନ ଆଗକୁ ବଢୁଥିବା ବେଳେ ରାଜନୀଷ ଙ୍କ ଦେହ ଖରାପ ହୁଏ ତାଙ୍କୁ ଆମେରିକା ନେଇ ନିଉର୍କ ରେ ହସ୍ପିଟାଲ ରେ ଆଡମିନ କରାଯଏଁ. ପାଖା ପାଖି ଏକ ମାସ ପରେ ସେ ହସ୍ପିଟାଲ ରୁ ଆସି ଏକ ବଡ଼ ହୋଟେଲ ରେ ରୁହନ୍ତି ସେତେବେଳେ ରୋନାଲଡ ରେଗାନ ଥାନ୍ତି ରାଷ୍ଟ୍ରପତି. ଆମେରିକା ର କିଛି ଶିଷ୍ୟ ସେଇ ଆମେରିକା ରେ ରାଜନୀଷ ଙ୍କୁ ରଖି ଉର୍ବଏଡ଼ ସହର ଠୁ କୋଡିଏ କିଲୋମିଟର ପରେ ଏକ ଜଙ୍ଗଲ ଯାଗାରେ 64ଏକର ଜମି ନେଇ ନୂଆ ଆଶ୍ରମ ତିଆରି କରନ୍ତି ନାଁ “ରାଜନୀଷ ପୁରମ “1982 ବେଳକୁ ସେଠାରେ କୋଡିଏ ହଜାରେ ଘର ତିଆରି ହୋଇଯାଏ ଗୋଟିଏ ଏଆରପୋର୍ଟ ବି ହୁଏ. ଆଶ୍ରମ ଚାଲେ ଧୀରେ ଧୀରେ ଆମେରିକା ରେ ବି ବିରୋଧ ହୁଏ ଅଭିଯୋଗ ଆସେ ଡ୍ରଗ୍ସ ବେଭିଚାର ଚାଲୁଛି. ସେତେବେଳେ ରାଜନୀଷ ଏତେ ପ୍ରସିଦ୍ଧ ହୋଇଥାନ୍ତି ଯେ ସରକାର ବି କିଛି କହିବା ପୂର୍ବରୁ ଚିନ୍ତା କରୁଥାନ୍ତି କଣ କରାଯିବ. ପୁଣି ଆମେରିକା ରେ ବିରୋଧ ପ୍ରବଳ ହୁଏ ସରକାର ଗିରଫ କରନ୍ତି ବାର ଦିନ ଜେଲରେ ରଖନ୍ତି ହାତ ଗୋଡ଼ ରେ ଜଞ୍ଜିର ଦେଇ ପାଗଳା ଜେଲରେ. ଅଦାଲତ ରେ କେସ ର ଫଇସଲା ହୁଏ ଅପରାଧ ତ କିଛି ନାହିଁ ତେଣୁ ଦେଶ ବାହାରକୁ ରାଜନୀଷ ଯାଆନ୍ତୁ. ଆଶ୍ରମ ଚାଲୁ. ତାପରେ ଧନଶାଳୀ ଭକ୍ତ ମାନେ ଗ୍ରୀସ କାନାଡ଼ା ଅଷ୍ଟ୍ରେଲିଆ ନେଦାରଲ୍ୟାଣ୍ଡ ସହିତ କୋଡିଏ ଟି ଦେଶରେ ପହଂଚି ନିରାଶ ହୁଅନ୍ତି ସେଠିକାର ସରକାର ଅନୁମତି ଦେବାକୁ ମନା କରନ୍ତି ଦୁଇ ତିନି ଦିନ ସବୁଠି ରହି ଶେଷକୁ 1987ରେ ଭାରତ ଆସନ୍ତି ସେଇ ପୁନା ଆଶ୍ରମ କୁ.19ଜାନୁଆରୀ 1990 ରେ ମୁର୍ତ୍ତୁ ବରଣ କରନ୍ତି 58 ବର୍ଷ ରେ ଆଜିବି ତାଙ୍କ ମୁର୍ତ୍ତୁ ଏକ ରହସ୍ୟ ହେଇ ରହିଛି କେହି କୁହନ୍ତି ଆମେରିକା ଜେଲରେ ସ୍ଲୋପଇଜନ ଦିଆଯାଇଛି ଏକ ଥିଲିଅମ ପଦାର୍ଥ ତାଙ୍କୁ ଖାଦ୍ୟରେ ଦିଆଯାଇଥିଲା ବୋଲି ଭାବନ୍ତି. ଧୀରେ ଧୀରେ ଭକ୍ତ ମାନଙ୍କ ଭିତରେ ସମ୍ପତି ପାଇଁ କେସ ଚାଲୁଛି ଶୁଣାଯାଉଛି ଦଶ ହଜାରେ କୋଟି ଟଙ୍କା ମୂଲ୍ୟର କେହି ମାଲିକ ନୁହନ୍ତି ଟ୍ରଷ୍ଟ ର ବହୁତ ମୁର୍ତ୍ତୁ ବରଣ କଲେଣି. କିନ୍ତୁ ଗୋଟିଏ ରହସ୍ୟ ଆଜିପଯ୍ୟନ୍ତ ଜଣାପଡିନି ତାଙ୍କ ମୁର୍ତ୍ତୁ ର ଏକ ଘଣ୍ଟା ପରେ ତାଙ୍କ ଡାକ୍ତର ଗୋକୁଳ କୋଟୱାନୀ ମୁମ୍ବାଇ ହାଇ କୋର୍ଟ ରେ ଯାହା କହିଲେ ସମସ୍ତଙ୍କୁ ଚିନ୍ତାରେ ପକେଇଚି ଡାକ୍ତର କହିଲେ ସେ ଆସି ରାଜନୀଷ ଙ୍କୁ ଦେଖିଥିଲେ ତାଙ୍କ ସାର୍ଟ ରେ ବାନ୍ତି ର ଚି଼ହ୍ନ ଥିଲା ଆଉ ତାଙ୍କ ଦୁଇ ଜଣ ପ୍ରମୁଖ ଭକ୍ତ କହିଲେ ଜଲଦି ଡେଥ ସାର୍ଟିଫିକେଟ ଟା ଦିଅନ୍ତୁ.. ଜଣେ ମାନସ୍ତତ୍ଵବିତ ଙ୍କୁ ବିଶ୍ୱ ଇତିହାସ ରେ ଲିପିବଦ୍ଧ କରାଗଲା.

Related Post

Leave a Reply

Your email address will not be published. Required fields are marked *

You Missed