Spread the love

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ଇଡିର ସମସ୍ତ ୩ଟି ସମନକୁ ଅବଜ୍ଞା ପରେ କେଜ୍ରିୱାଲଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ED କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛି ଆମ ଆଦମୀ ପାର୍ଟି ବା ଆପ୍। ସେପଟେ ଆଜି ସକାଳୁ କେଜ୍ରିୱାଲଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତା ବ୍ଲକ କରିଛି ଦିଲ୍ଲୀ ପୋଲିସ!.

ଆଇନ ବିଶାରଦଙ୍କ କହିବା ଅନୁଯାୟୀ ଜଣେ ଅତି ବେଶୀରେ ୩ଟି ସମନକୁ ଏଡ଼ାଇ ପାରିବେ। ଏହା ପରେ ଇଡି ଜାମିନ ବିହୀନ ପରୱାନା ଜାରି ଲାଗି ପଦକ୍ଷେପ ନେଇଥାଏ। ଏହାସତ୍ତ୍ୱେ ବି ସେ ଯଦି ହାଜର ନହୁଅନ୍ତି ତେବେ ଇଡି ତାଙ୍କୁ ଗିରଫ କରିବା ସହ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥାଏ!.
କ୍ରେଜିୱାଲଙ୍କ ପକ୍ଷରରେ ମଧ୍ୟ ଏଭଳି ଘଟିପାରେ ବୋଲି ଆଶଙ୍କା ରହିଛି। ଏବେ ଇଡିର ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ନଚେତ ଆଗୁଆ ଜାମିନ ଆବେଦନ କରିପାରନ୍ତି। ୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କୁ ସମନ ହୋଇଛି। ଆପ ସରକାର କିଛି ମଦ ଡିଲରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ରହିଛି!.

ଦିଲ୍ଲୀ ମୁଖ୍ୟ ସଚିବଙ୍କଠାରୁ ଏ ସଂପର୍କରେ ରିପୋର୍ଟ ପାଇବା ପରେ ଉପରାଜ୍ୟପାଳ ବିକେ ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ଗତବର୍ଷ ଏପ୍ରିଲରେ ସିବିଆଇ କେଜ୍ରିୱାଲଙ୍କୁ ୯ ଘଣ୍ଟା ଜେରା କରିଥିଲା। ଅନ୍ୟପକ୍ଷରେ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସଂଜୟ ସିଂହ ଗିରଫ ହୋଇ ଏବେ ଜେଲରେ!.

Leave a Reply

Your email address will not be published. Required fields are marked *