ଅପ୍ରିୟ କଥା !
ଗାଡ଼ିର ବ୍ଯବହାର ! ଦିନେ ଷ୍ଟାଟସ୍ ବଢ଼ାଉଥିବା ୪ ଚକିଆ ଯାନ ଆଜି ଗୋବର ଲିପା ଜାଳେଣି ପ୍ରସ୍ତୁତ ପାଇଁ ସାହାରା ବନିଛି ।ଗୁଜ୍ଜର ମହିଳା ପାଇଁ ଏଇଟା ନିତି ଦିନିଆ କଥା । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ପ୍ରାୟ ଘରେ ସମସ୍ତଙ୍କର ୪/୫ ଗାଡ଼ି । ଦିନେ ଖାଇବା ପାଇଁ ସଙ୍ଘର୍ଷ କରୁଥିଲେ ।ପଇସା ମୁଲ୍ୟ ବୁଝୁଥିଲେ ।ଆଜିକାଲି ପ୍ରାୟ ଗ୍ରାମବାସୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ କୋଟି କୋଟି ଟଙ୍କା ।ମୋର ଗୋଟିଏ ଛାତ୍ର ଦାଦ୍ରିର । ଆକାଉଣ୍ଟରେ ଅତି କମରେ ୮/୧୦ କୋଟି । ବାକି ପରିବାର ସଦସ୍ୟଙ୍କ ଆକାଉଣ୍ଟ ଅଲଗା ।ଗୋଟିଏ ପୁଅ ।ଜମି ବି ବହୁତ୍ ଅଛି ।ମୋତେ ପଚାରିଲା ସାର,ମୁଁ MBA କରୁଛି ସାର୍ଟିଫିକେଟ ପାଇଁ ।ବାହାଘର ଭଲରେ ହେବ ।ଗୁଜ୍ଜର ବୋଲି ଝିଅ କିଏ ଦେବ ? ପଇସା ଥିଲେ ଦୋକାନ କିମ୍ବା ସୁଧ ଲଗେଇବି ,ଚାକିରୀ ପାଇଁ PLACEMENT ଚିନ୍ତା ନାହିଁ ।ମୁଁ ଭାବିଲି ଧନ୍ୟ ରେ ଚିନ୍ତାଧାରା ।କୋଉ ଜନ୍ମରେ କି ପୁଣ୍ୟ କରିଛ ବିଦ୍ୟା ଅର୍ଜନ କରିବା ଅର୍ଥକୁ ଅନର୍ଥ କରିବା ଆରମ୍ଭ କରି ଦେଲେଣି ।ଅତ୍ୟଧିକ ମାତ୍ରାରେ ଦରକାର ଠାରୁ ବେଶି ସୁବିଧା ହେଲେ ଏମିତି ହୁଏ । ପଇସା ମୂଲ୍ୟ ବୁଝିବେ କେମିତି ?ନୂଆ ସହର, ଏୟାର ପୋର୍ଟ , ଆଗ୍ରା ହାଇୱେ ଇତ୍ୟାଦି ପରେ ଯେଉଁ ଜମିରେ କିଛି ହେଉ ନଥିଲା ଓ ମୂଲ୍ୟ ଶୁନ୍ୟ ଥିଲା ଆଜି ତାର ମୂଲ୍ୟ ଆକାଶ ଛୁଇଁଛି । ଜମି ଗଲା ପରେ ସରକାରଙ୍କର ଅନୁଦାନରେ ଦାମୀ ଗାଡ଼ି କିଣି ତାର ବ୍ୟବହାର କୌଳିକ ବୃତ୍ତି ସହିତ ଯୋଡ଼ି ଦେଇଛନ୍ତି ଏମାନେ ।କିଏ କହେ ଗାଡ଼ି ଖତ ଖାଉଛି ।ବାସ୍ତବିକ ଗାଡ଼ି ଗୋବର ଆବରଣରେ ପବିତ୍ରତା ବଜାୟ ରଖିଛି ।
ସ୍କୁଲ୍ ସମୟରେ ନୀତିବାଣୀରେ ପଦ୍ୟଟି ମନେ ପଡିଯାଉଛି “ମଳୟେ ଭିଲ୍ଲି ପୁରନ୍ଦ୍ରି ଚନ୍ଦନ ତରୁନ ଇନ୍ଧନ କୁରତେ”
ଘଞ୍ଚ ଜଙ୍ଗଲ ଭିତରେ ଥିବା ଚନ୍ଦନ କାଠର ମୂଲ୍ୟ ପ୍ରକୃତି କୋଳରେ ବଢ଼ିଥିବା ଆଦିବାସୀ ମହିଳାଙ୍କୁ ବୁଝିବା ଦରକାର ପଡ଼େନି। ସେ ସୁବାସିତ ଚନ୍ଦନ କାଠକୁ ରୋଷେଇ ପାଇଁ ଜାଳ କାଠ ଭାବରେ ବ୍ୟବହାର କରେ ।
ତେଣୁ ଦରକାର ଠାରୁ ଅଧିକ ଯଦି ମିଳେ ତେବେ ଅପବ୍ୟବହାର ବଢ଼ି ଥାଏ । ଗୁଜ୍ଜର ମହିଳା ହୁଅନ୍ତୁ କି ଆଦିବାସୀ ମହିଳା ହୁଅନ୍ତୁ ।ପ୍ରକୃତ ବ୍ୟବହାରର ସଂଜ୍ଞା ବଦଳେଇ ଦିଅନ୍ତ୍ତି।
ଚିତ୍ର ଉପରେ ନଜର ପଡ଼ିଲା ।ତେଣୁ ଚେଷ୍ଟା କଲି କବିତାର ରୂପ ଦେବା ପାଇଁ ।