Spread the love

ଆମ ଦେଶର ଶିକ୍ଷାନୀତି ବିଦେଶୀ ସଂସ୍କୃତି ଦ୍ଵାରା ପ୍ରଭାବିତ ଦେଶୀ ଦଲାଲ ମାନଙ୍କ କବଳରେ।Aakash/Fiit Jee/Allen/Narayana/Motion/Rise/Axcent/Concept tree ପରି ଦେଶରେ ଅନେକ କୋଚିଂ ସେଣ୍ଟର ପଇସା ଛାଣି ନେଉଛନ୍ତି ।ସତେ ଯେମିତି କୁବେର ଦେବତା ଏମାନଙ୍କ ଉପରେ କୃପା ବୃଷ୍ଟି କରିଛନ୍ତି । ଛୋଟ ସହର ହେଉ କି ମେଟ୍ରୋ । କୋଟା ହେଉ କି ଦିଲ୍ଲୀ ।ଭୁବନେଶ୍ୱର ହେଉ କି ଚେନ୍ନାଇ । ଗଳି କନ୍ଦିରେ ଏମିତି ୧୦୦ରୁ ଉର୍ଦ୍ଧ କୋଚିଂ କ୍ଲାସ ଚଲାଉ ଥିବା ବେପାରୀ ମାନେ ମାଡ଼ି ବସିଛନ୍ତି ଆମର ଶିକ୍ଷା ବ୍ୟବସ୍ଥାକୁ ।ଯାହା ରୋଜଗାର ଏମାନେ ଶର୍ଗୁଣା ପରି ଅନେଇ ବସିଛନ୍ତି ଖୁମ୍ପି ନେବାକୁ । ଆମ ସମୟରେ ଏମିତି ନଥିଲା। ଚୁଡ଼ା ମୁଢ଼ି ଖାଇ ପଢ଼ୁଥିଲୁ ।ପଖାଳ ସହିତ ଆଳୁ ବାଇଗଣ ପୋଡା ଖାଇ ସ୍କୁଲ ଯିବାକୁ ପଡୁଥିଲା ।ଗୋଟିଏ ପ୍ୟାଣ୍ଟ୍ ଧୋଇ ସୁଝେଇ ପିନ୍ଧୁଥିଲୁ ।ପୋଷାକ ହେବ ତ ଘରର ସମସ୍ତଙ୍କ ପାଇଁ ।ସେ ପୁଣି ପ୍ରଥମାଷ୍ଟମୀ କିମ୍ବା ସରସ୍ଵତୀ ଓ ଗଣେଶ ପୂଜାରେ ।ଛିଣ୍ଡା ଚପଲରେ ସେପ୍ଟପିନ ମାରି ଚଳେଇ ନେବାକୁ ବାଧ୍ୟ ।ନହେଲେ ଖାଲି ପାଦରେ ଯା । ଗାଡ଼ି ଚଢ଼ିବା ସ୍ବପ୍ନ । ସାଇକେଲ ଚଢ଼ିବା ପାଇଁ ବାପାଙ୍କ ପାଖରେ ପଇସା ନଥିଲା ।ବାପା ଅଫିସରୁ ଆସିଲେ ତାଙ୍କ ଡାଇନାମା ଫିଟ୍ ସାଇକେଲ ରଡରେ ହାତ ଗଳେଇ ସାଇକେଲ ଶିଖିବାକୁ ଅନେଇ ବସିଥିଲୁ ୪/୫ ସାଙ୍ଗ।ସରକାରୀ ଚାକିରିଆ ହୋଇ ବି ପରିବାର ପାଇଁ ତେଲ ଲୁଣ ଠିକରେ ମାସକର ଆସୁ ନଥିଲା ।ଘରୁ ଚାଉଳ ଓ ପରିବା ପତ୍ର ହୁଏ ବୋଲି ମାସକର ଦରମା କୁନ୍ଥେଇ କୁନ୍ଥେଇ ୨୦ ଦିନ ଚାଲିଯାଏ । ଆଉ ୧୦ ଦିନ ଦୋକାନ ବାକିରେ ।ହଷ୍ଟେଲ ପଇସା ଦେବାକୁ ଅପେକ୍ଷା କରିବାକୁ ପଡେ ।ସେଥିରେ ପୁଣି ବିବାହ ବ୍ରତ ବେଭାର ଦିଆ ନିଆ ପାଇଁ ବନ୍ଧୁ ବାନ୍ଧବ ଘର କଥା ବୁଝିବାକୁ ପଡେ। ବାପା ଏକା ରୋଜଗାର କରନ୍ତି ।ଖର୍ଚ୍ଚ ପାଇଁ ନିର୍ଭର କରନ୍ତି ଅତି କମରେ ୧୦ ଜଣିଆ ପରିବାର । ବଜେଟ ବିଗିଡି ଯାଉଥିଲା ।ଧନ୍ୟବାଦ୍ ବାପା କେମିତି ପରିବାର ଚଳେଇ ଆସୁଥିଲେ ।ଅଭାବ ଅସୁବିଧା କାହାକୁ ଜଣେଇ ନଥିଲେ ।ଏକାଠି ଖାଇବା , ବସିବା,ହସିବା , ଖେଳିବା ଆନନ୍ଦ ଥିଲା ଗାଁ ରେ। ଆଜିକାଲି ସହରରେ ପଇସା ରୋଜଗାର ସତ କିନ୍ତୁ ଶାନ୍ତି ନାହିଁ।ଆମେ ଟ୍ୟୁସନ୍ କଣ ଜାଣି ନଥିଲୁ । ଆଜିକାଲି ଗୋଟିଏ ପୁଅ ପଢା ଖର୍ଚ୍ଚ ସମ୍ଭାଳି ହେଉନି ।ପ୍ରତି ବିଷୟ ପାଇଁ ଟ୍ୟୁସନ୍ ।ସ୍କୁଲ କଥା ନକହିବା ଭଲ ।ଯଦି କେବେ ଫି ବିଳମ୍ବ ହୁଏ Principal Love ଲେଟର ଆସିଯାଏ Pending fee କାଗଜ ସହିତ ।କଥାରେ ଅଛି ପଇସା ରୋଜଗାର କରି ପରକୁ ପୋଷିବା କଥା ।ପିଲା ଦିନ ଫେରି ଆସନ୍ତା କି ? ଏ ସମୟ ଦେଖିବାକୁ ପଡ଼ନ୍ତା ନାହିଁ ।

ମୋର ଅଙ୍ଗେ ନିଭେଇ ଥିବା କଥା ।କବିତାର ରୂପ ଦେବାକୁ ଚେଷ୍ଟା କଲି ।ପୁଅର ୧୨ କ୍ଲାସ ସରିଲା ।କୁକୁର ଖାଇବା ଶୁଙ୍ଘିଲା ପରି ହଠାତ୍ ବିଭିନ୍ନ କୋଚିଂ ସେଣ୍ଟର୍ ବାଲା ଫୋନ କରି କୁହନ୍ତି Aryan Pradhan ବାପା କହୁଥିଲେ କି ? ଫୋନ ନମ୍ବର Urgent ଭାବି ଉଠେଇ ବାକୁ ପଡେ ।Jee ହେଉ କି Medical . ସତେ ଯେମିତି ପରିଚିତ ମାଉସୀ ପିଉସୀ ଝିଅ ।ଆମ ପାଖରେ ପିଲାଙ୍କୁ ଛାଡ଼ନ୍ତୁ.IIT କିମ୍ବା AIMS ରେ ପଢିବା ପକ୍କା ।ପୁଅ ବାଧ୍ୟ ହୋଇ କୁହେ ବାପା କାହିଁକି ଏମାନଙ୍କ ଫୋନ ଉଠାଇ ବିରକ୍ତ ହେଉଛ ।ଏମାନଙ୍କ କଥାରେ ପଡ଼ିଲେ ନିଜେ ବିକ୍ରି ହେବା ସହିତ ଜମିବାଡ଼ି ବିକ୍ରି ହେଇଯିବ ।ଦରକାର ନାହିଁ ବେପାରୀ ମାନଙ୍କ କୋଚିଂ ସେଣ୍ଟର। ଏମାନଙ୍କୁ DATA କୋଉଠୁ ମିଳୁଛି ଭଗବାନ୍ ଜାଣନ୍ତି ।ମଜା କଥା ପୁଅ କହୁଛି,ଆଗକୁ ଏମିତି ଯିଏ ଫୋନ୍ କରିବ,କହି ଦେବେ ARYAN ମୋ ପୁଅ ନୁହେଁ । ଭୁଲରେ ଲାଗିଯାଇଛି ନମ୍ୱର୍ । ଆଉ Disturb ହେବେନି ।ପୁଅ କଥା ଶୁଣି ନା ହସି ପାରୁଛି ନା କାନ୍ଦି ପାରୁଛି ?ହେଲେ ଏ ଦଲାଲ ମାନେ କଣ ଛାଡୁଛନ୍ତି ।ବାରମ୍ବାର କଲ କରି Demo ଦିଅନ୍ତୁ ଓ Fee କମ କରିଦେବୁ କହି ପ୍ରଲୋଭନ ଦେଖାନ୍ତି ।JEE ENTRABCE ପରୀକ୍ଷା ସେଣ୍ଟର ରେ ମୋ ପରି ଅନେକ ବାପାଙ୍କ ଏଇ ଗୋଟିଏ ଅବସ୍ଥା । କେତେ ଦଲାଲ ମାନେ Pamplet ବାଣ୍ଟି କୁହନ୍ତି ମୋବାଇଲ୍ ନମ୍ୱର୍ ଦିଅନ୍ତୁ ।ପିଲାଟା ଏତେ କଷ୍ଟ କରୁଛି ସେଥିପାଇଁ ମନ୍ ଉଣା କରିବ କାହିଁକି ବାଧ୍ୟ ହୋଇ ମୋବାଇଲ୍ ଗୋଟିଏ ଅଙ୍କ ଭୁଲ ଦେବାକୁ ପଡେ ।କିଏ ଟ୍ରିଁ ତ୍ରିଁ ଶୁଣିବ ଏମାନଙ୍କର ?ମୋ ପରି କିଏ ଅନ୍ତର କଥା ଖୋଲି କହିଦିଏ ତ କିଏ ମୋ କଥା ଶୁଣି ହସିଦିଏ ।ପୁଅ ସତେ ଯେମିତି କାରଗିଲ ଯୁଦ୍ଧ ପାଇଁ ବର୍ଡରରେ ଠିଆ ହେଇଛି (JEE MAIN ପରୀକ୍ଷା ସେଣ୍ଟର) ।ବାପା ମା ମାନେ ହାତ ହଲେଇ ପୁଅ ଝିଅଙ୍କୁ ପରୀକ୍ଷା ସେଣ୍ଟର ଭିତରକୁ ଯିବାକୁ ଚାତକ ପରି ଚାହିଁ ରୁହନ୍ତି ।ଠିକରେ ଲେଖିବୁ ।ତରତର ହେବୁନି। ମାଇନସ ମାର୍କିଂ ।ଭଲରେ ପଢ଼ି ସାରି ଉତ୍ତର ଦେବୁ ।୫ ମିନିଟ୍ ଭିତରେ ୫୦୦ ଟିପ୍ସ ଦିଅନ୍ତି ବାପା ମା ।ମିଡ଼ିଆ ବାଲା କଣ କମ ନଖରା କରନ୍ତି ।ଏଇ ଦେଖନ୍ତୁ ଚକିତ ବର୍ଷ ୯/୧୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।ସତେ ଯେମିତି ଏମାନେ ଗଣୁଛନ୍ତି ।କିଏ ବାପା ମାଙ୍କ Interview ରେ ବ୍ୟସ୍ତ ତ କିଏ ବୁମ୍ ହାତରେ ଧରି ଭାରି ବ୍ୟସ୍ତ ।ଏହା ବି Breking News. ମଜା ମଜାରେ କବିତା ଲେଖିବା ସହିତ ୩ ଘଣ୍ଟା ପରୀକ୍ଷା ସେଣ୍ଟର ଭିତରେ ସମୟ ବିତି ଯାଏ ମୋର ।
ସବୁ ବାପା ମାଙ୍କୁ ଅନୁରୋଧ ଏ ଶିକ୍ଷା ଦଲାଲ ମାନଙ୍କ କବଳରୁ ନିଜକୁ ଦୂରେଇ ରଖନ୍ତୁ ।🙏

Leave a Reply

Your email address will not be published. Required fields are marked *