Spread the love

ମହାପୁରୁଷ ମାନେ ସତର୍କ ବାଣୀ କରି ଦେଇଛନ୍ତି । ଆମର ପଞ୍ଚସଖା ଆଗତ ଭବିଷ୍ୟତ ବାଣୀ କରି ଖଣ୍ଡ ପ୍ରଳୟକୁ ଗାଣିତିକ ଠାରରେ ବୁଝେଇ ଦେଉଛନ୍ତି । ଆଜିବି ଆମେ ସେ ଠାର ସମ୍ପୂର୍ଣ୍ଣ ରୂପେ ବୁଝିବା କଷ୍ଟ। ନେମାଳ ଗାଦୀ ରେ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ମାଧ୍ୟମରେ ନିଜ ଶିଷ୍ୟ ରାମଦାସ ଉଲ୍ଲେଖ କରିଛନ୍ତି । କଳିଯୁଗରେ ମାନବ ନିଜର ଅହଙ୍କାର ପାଇଁ ପ୍ରକୃତି ଉପରେ ପ୍ରହାର କରି ସୃଷ୍ଟି ର ବିକାଶ ନାଁ ରେ ବିନାଶ ଆଡ଼କୁ ଗତି କରୁଛନ୍ତି ।ତେଣୁ କାଳ କରାଳ ରୂପରେ ପ୍ରଳୟର ତାଣ୍ଡବ ଲୀଳା ହେବା ସ୍ଵାଭାବିକ ।
ଖାଲି ଆମ ଦେଶରେ କାହିଁକି ବିଦେଶରେ ମଧ୍ୟ କିଛି ସାଧକ ମହାପୁରୁଷ ଆଗତ ଭବିଷ୍ୟ ବାଣୀ ଲେଖିଛନ୍ତି । ସିଲଭିଆ ବ୍ରୋନଙ୍କ END of THE DAYS ପୁସ୍ତକର ୩୧୨ ପୃଷ୍ଠାରେ ବିଶ୍ୱରେ ୨୦୨୦ ମସିହାରେ ଏମିତି ଘଟଣା ଘଟିବାର ଉଲ୍ଲେଖ କରିଛନ୍ତି ।ଯାହାକି ଚାଇନା ରୁ ଆରମ୍ଭ “କରୋନା” ଏହାର ଉଦାହରଣ ବୋଲି ଅନୁମାନ କରାଯାଏ ।ତେଣୁ ପ୍ରକୃତି ବିରୁଦ୍ଧରେ କାର୍ଯ୍ୟ କଲେ କେତେଗୁଡିଏ ବିପତ୍ତି ଦେଖା ଦେଇ ଥାଏ ।

” ନମସ୍କାର ” ସୋସିଆଲ ମିଡ଼ିଆରେ ଆଜିକାଲି ଅନେକ ଗୁଜବ ଚାଲିଛି କରୋନା ଭାଇରସକୁ ନେଇ ।
ୟା ଭିତରେ ୨ ବର୍ଷ ବିତିଗଲା । କରୋନା ପୁରା ବିଶ୍ଵର ସବୁଠାରୁ ଚର୍ଚ୍ଚିତ ଘଟଣା ବନିଗଲା। ଏହାର ପ୍ରତିକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଆମ ସନାତନ ଧର୍ମ ତଥା ବେଦ ଓ ଶାସ୍ତ୍ରରେ କାଳ କାଳରୁ ଏହାର ପ୍ରତିକାର ବ୍ୟବସ୍ଥା ରହିଛି ।ହଁ ଆଜ୍ଞା ହାଇଟେକ୍ ଯୁଗରେ ( Hand Shake ) କରମର୍ଦ୍ଦନ କରି ପାଶ୍ଚ୍ୟାତ୍ ସଭ୍ୟତାର କୁପ୍ରଭାବରେ ଆମେ ନିଜର ଆଧ୍ୟାତ୍ମିକ ଶକ୍ତିକୁ ଭୁଲି ଯାଉଛନ୍ତି । ହାତ ମିଳେଇବା ଦ୍ଵାରା ରୋଗ ସଂକ୍ରମଣ ବଢ଼ିଥାଏ ।ଧୀରେ ଧୀରେ ଏ କଥାକୁ ସ୍ୱୀକାର କଲେଣି ବିଦେଶୀ ମାନେ ।ଆମେ କିନ୍ତୁ ” ନମସ୍କାର” ପରି ଶାସ୍ତ୍ର ବର୍ଣ୍ଣିତ ଔଷଧକୁ ପ୍ରାଧାନ୍ୟ ନଦେଇ ମିଛ ଆଧୁନିକତାର କୁହୁଡିରେ ଭାସୁଛନ୍ତି । ନମସ୍କାର ହେଉଛି ବିନମ୍ର ଭାବ ଓ ଭକ୍ତିର ପ୍ରତୀକ । ଗୁରୁକୂଳରେ ମୁଣ୍ଡ ନୁଆଇଁ ନମସ୍କାର କରିବାର ଶୈଳୀ ଆମ ସନାତନ ଧର୍ମର ମହାନ ସଂସ୍କୃତି ଓ ପରମ୍ପରାକୁ ବୁଝାଇ ଦିଏ । କରମର୍ଦନ ଛାଡି ” ନମସ୍କାର,” କୁ ଆପଣେଇ ଏକ ସୁନ୍ଦର ବାର୍ତ୍ତା ଦେଇ ସମାଜକୁ କରୋନା ପରି ରାକ୍ଷସ କବଳରୁ ବଞ୍ଚାନ୍ତୁ ।
ନମସ୍କାର … ନମସ୍କାର .. ନମସ୍କାର ।
(ତଥ୍ୟ ସୋଲିଆଲ୍ ମିଡିିଆରୂ ସଂଗୃହିତ)
🙏

Leave a Reply

Your email address will not be published. Required fields are marked *