ଜୀବହତ୍ୟା ମହାପାପ ।କିନ୍ତୁ ମୂଢ଼ ମାନବ ଏ କଥାକୁ ବୁଝିବା ପାଇଁ ଚେଷ୍ଟା କରୁନି ।ଜିହ୍ୱା ସ୍ଵାଦ ପାଇଁ ନିରୀହ ପ୍ରାଣୀଙ୍କ ଜୀବନ ନେଉଛି ।ଅସହ୍ୟ ହେଲା ପରେ କରୋନା ରୂପରେ ସାରା ବିଶ୍ୱକୁ ଧରା ଶାୟୀ କରିଛି ପ୍ରକୃତି ଦେବୀ । ୧୨ ହାତ ଖଣ୍ଡା ଧରି ସଂହାର କରିବେ। ଠାର ଓ ଗାରର ଅର୍ଥକୁ ବୁଝିବାକୁ ପଡ଼ିବ ।୧୨ ହାତ ଖଣ୍ଡା ଅର୍ଥ ଖଣ୍ଡାର ଲମ୍ବା ୧୨ ହାତ ନୁହେଁ ।ବାର ହାତରେ ଖଣ୍ଡା ।ମାନେ ସମସ୍ତଙ୍କ ହାତରେ ଅସ୍ତ୍ର । ନିଜ ନିଜ ଭିତରେ ହତ୍ୟା । ଭାଇ ଭାଇ ଭିତରେ ଝଗଡ଼ା । ବାପା ପୁଅ ଭିତରେ ଝଗଡ଼ା। ଶଶୁର ଜ୍ବାଇଁ ଭିତରେ ଝଗଡ଼ା । ଶାଶୁ ବୋହୁ ଭିତରେ ଝଗଡ଼ା । ସମୁଦୀ ସମୁଦୀ ଭିତରେ ଝଗଡ଼ା। ନଣନ୍ଦ ଭାଉଜ ଭିତରେ ଝଗଡ଼ା। ଜ୍ଞାତି କୁଟୁମ୍ବ ସହିତ ଝଗଡ଼ା। ଅଫିସ କିମ୍ବା କାର୍ଯ୍ୟାଳୟ ରେ ସହଯୋଗୀ ବନ୍ଧୁ ସହିତ ଝଗଡ଼ା ।ଗୁରୁ ଶିଷ୍ୟ ଭିତରେ ଝଗଡ଼ା ।ମାଲିକ ଓ କର୍ମଚାରୀ ଭିତରେ ଝଗଡ଼ା । ଏମିତି ..
ତେଣୁ ଭଗଵାନ ଏ ପାପୀଙ୍କୁ ମାରି ନିଜ ସମୟ ଖରାପ୍ କରିବେ କାହିଁକି ? ସାଧୁ ସନ୍ଥଙ୍କ ଉଦ୍ଧାର କରିବା ପାଇଁ ସମୟ ଦେବେ ।ଯେଉଁ ଖଡ୍ଗରେ ଜୀବହତ୍ୟା କରିଛ ସେହି ହସ୍ତରେ ନିଜେ ଯମପୁରକୁ ଯିବାକୁ ପ୍ରସ୍ତୁତ ହେବାକୁ ପଡିବ। ଯେତେବେଳେ ଧରାରେ ପାପଭର ବଢ଼ି ଚାଲିବ ଓ ନିରୀହ ଜୀବ ଜନ୍ତୁଙ୍କୁ ମାନବ ରୁପି ରାକ୍ଷସ ବଦ୍ଧ କରିବେ ,ସେତେବେଳେ ଭଗବାନ୍ ବିଷ୍ଣୁ ସୃଷ୍ଟି ରକ୍ଷା ନିମନ୍ତେ କଳ୍କୀ ରୂପରେ ପ୍ରକଟ ହେବେ । ଯାହା ବର୍ତ୍ତମାନ ଚାଇନାରୁ ଆରମ୍ଭ ହୋଇଛି । ଏମିତି ଅନେକ ଖଣ୍ଡ ପ୍ରଳୟ ସାମ୍ନା କରିବାକୁ ପଡ଼ିବ ।ପ୍ରକୃତି ସହିତ ଖେଳିଲେ ଅବସ୍ଥା ଏମିତି ହେବ ।ଏବେବି ସମୟ ଅଛି ।ସୁଧୁରି ଯାଆନ୍ତୁ । ଜୀବହତ୍ୟା ବନ୍ଦ କରନ୍ତୁ