Spread the love

 ପ୍ରାଣରେ ଇଚ୍ଛା ଜାଗୁଛି ଗୋଟିଏ ପ୍ରକାରର, ତୁମେ ମାଗୁଛ ଅନ୍ୟ ପ୍ରକାରର ; ଏପରି ହେଲେ ଚଳିବ ନାହିଁ । ପ୍ରାଣ ବୁଝି ପ୍ରାର୍ଥନା କରିବା ଦରକାର । କେବଳ ମାଗିବା ଜିନିଷ ଗୋଟିଏ ହେବା ଦରକାର ; ତା ନ ହେଲେ ପାଞ୍ଚରକମ ପ୍ରାର୍ଥନା କଲେ କେଉଁ ଗୋଟିକରେ ହେଲେ ଅଧିକ ଜୋର୍ ହୁଏ ନାହିଁ   

ଯଦି ଅତ୍ଯଧିକ କାହା ଉପରେ ରାଗ ଆସେ,ତାହେଲେ ଭାବ ଯେ ତାର କେଉଁ ଭଲ ଗୁଣ ପାଇଁ ତୁମର ତା ସହିତ ଦିନେ ସମ୍ପର୍କ ଗଢ଼ି ଉଠିଥିଲା।

ମିଛ କହି କାହା ଆଗରେ ନିଜକୁ ଭଲ ବୋଲି ଦେଖେଇ ହେବାଠାରୁ ସତ କହି ଖରାପ ହୋଇଯିବା ହଜାରେ ଗୁଣରେ ଭଲ।

ଯେତେ ଦିନ ଯାଏ ତୁମେ ଅନ୍ଯର କଥା ହଜମ କରି ପାରିବ ସେତେଦିନ ଯାଏ ତୁମେ ଭଲ,ଯେଉଁ ଦିନ ପ୍ରତିବାଦ କରିବ ସେତେବେଳେ ତୁମେ ଖରାପ ।

ଲୋକଙ୍କ ମଧ୍ୟରେ ରୁହନ୍ତୁ ଯେପରି ୩୨ ଟି ଦାନ୍ତ ମଧ୍ୟରେ ଜିଭ ଅଛି,ଏହା ସମସ୍ତଙ୍କ ସ୍ପର୍ଶରେ ଅଛି,କିନ୍ତୁ ଏହା କାହା ଦ୍ୱାରା ଦମନ କରାଯାଇ ନାହିଁ।

     

ପାନ-ବିଡ଼ି ନୁହେଁ ଛୋଟିଆ ନିଶା ହେ
ମଦ ତା’ର ବଡ଼-ବାପ,
ନିଶାସକ୍ତ ଜନ ହରାଏ ସର୍ବସ୍ବ
ଜନ୍ମ ହୁଏ ଅଭିଶାପ ।

ଯେତେ ସୁନ୍ଦର ଭାବନା ସେତେ ସୁନ୍ଦର ମଣିଷ, ଚେହେରା ତ ଆବରଣ ମାତ୍ର ।

ଲୋକେ ତ ଚାହିଁବେ ତୁମେ ଭଲରେ ରୁହ କିନ୍ତୁ କେବେ ଚାହିଁବେ ନାହିଁ କି ତୁମେ ତାଙ୍କ ଠାରୁ ଭଲରେ ରୁହ ….।

ଉଚିତ୍ କଥା କହିବା ମଣିଷ ଗୁଡାଙ୍କୁ ଭଲ ପାଇବାକୁ କେହି ନ ଥାନ୍ତି କାରଣ ଉଚିତ୍ କଥା ସମସ୍ତଙ୍କର Digestion ହୁଏ ନାହିଁ ।

         

Leave a Reply

Your email address will not be published. Required fields are marked *