ଅଢ଼େଇ ବର୍ଷରେ ସରିଲା ସୁବ୍ରତ ବାଗଚିଙ୍କ ଭୁବନେଶ୍ୱର କ୍ୟାନ୍ସର ହସ୍ପିଟାଲ।।ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ!
- Sri Shankara Cancer Hospital and Research Centre (SSCHRC)
କଥା ଓ କାମ
InfoValley
୧୯୯୯ରେ ସୁବ୍ରତ ବାଗଚି ପୂର୍ବରୁ ‘ଉଇପ୍ରୋ’ରେ କାମ କରୁଥିବା ଅନ୍ୟ ୯ଜଣ ସାଙ୍ଗଙ୍କ ସହ ମିଶି ପ୍ରତିଷ୍ଠା କରିଥିଲେ ‘ମାଇଣ୍ଡଟ୍ରି’ କମ୍ପାନୀ।
ନିଜେ ଜଣେ ସଫ୍ଟୱେର ଇଂଜିନିୟର ହୋଇନଥିଲେ ବି ସଫ୍ଟୱେର ବ୍ୟବସାୟରେ ସଫଳ ହୋଇଥିଲେ ବାଗଚି। ରାଜ୍ୟ ସଚିବାଳୟରେ ଜଣେ କନିଷ୍ଠ କିରାଣୀ କାମ ଛାଡ଼ି ସେ ବିଭିନ୍ନ କମ୍ପାନୀରେ କାମ କରିଥିଲେ।
ତାଙ୍କ ଲିଖିତ ୧୦ଟି ପୁସ୍ତକ ଭିତରେ ‘Go Kiss the World: Life Lessons For The Young Professional’ ପୁସ୍ତକରେ ତାଙ୍କ ଜୀବନ ସଂଘର୍ଷର କାହାଣୀ ରହିଛି।
ମାଇଣ୍ଡଟ୍ରିର ବଜାର ମୂଲ୍ୟ ଏବେ ପ୍ରାୟ ୫୮ ହଜାର କୋଟି ଟଙ୍କା!
ସୁବ୍ରତ ବାଗଚି:କହିଥିଲେ “ମୁଁ ୩ଟି କାରଣରୁ ଦାନ ପାଇଁ ପ୍ରେରଣା ପାଇଛି।
ମଧ୍ୟବିତ୍ତର ମୂଲ୍ୟବୋଧ, ସାଙ୍ଗମାନଙ୍କ ପ୍ରଭାବ ଓ ବାହାର ଦୁନିଆ ଦେଖିବା (middle class value, peer group & exposure)ରୁ ଦାନ କରିବାର ପ୍ରେରଣା ପାଇଛି!
ମୁଁ ଆମେରିକାରେ ୩ ଥର ଯାଇ ରହିଛି। ଆମେରିକାର ନ୍ୟୁୟର୍କରେ ଥିବା ‘ସ୍ଲୋଆନ କେଟରିଂ’ କ୍ୟାନ୍ସର ଗବେଷଣା କେନ୍ଦ୍ର ଦ୍ୱାରା ପ୍ରଭାବିତ ହୋଇଥିଲି। ଏହାକୁ ସ୍ଲୋଆନ ଓ କେଟରିଂଙ୍କ ଭଳି ଦୁଇ ଜଣ ଅଟୋମୋବାଇଲ ଇଞ୍ଜିନିୟର ପ୍ରତିଷ୍ଠା କରିଥିଲେ। ବେଙ୍ଗାଳୁରୁରେ ଅଜିମ ପ୍ରେମଜି, ନାରାୟଣ ମୂର୍ତ୍ତିଙ୍କ ଭଳି ଲିଡ଼ରଙ୍କ ସଂସ୍ପର୍ଶରେ ଆସିବା, କିରଣ ମଜୁମଦାରଙ୍କ ଭଳି ସାଙ୍ଗମାନଙ୍କ ସଂସ୍ପର୍ଶରେ ଆସିବା କାରଣ ବି ଏଭଳି ମନୋଭାବ ସୃଷ୍ଟି କରିଛି।
ଇନସୁଲିନ ହେଉ କି କୋଭିଡ ଟିକା- ଏଭଳି ଅନେକ କଥା ବିଶ୍ୱବିଦ୍ୟାଳୟ ଗବେଷଣାରୁ ବାହାରିଛି। ଷ୍ଟାନଫୋର୍ଡ, ହାଭାର୍ଡ, ୟେଲ ବିଶ୍ୱବିଦ୍ୟାଳୟ ଏଭଳି ଉଚ୍ଚତର ଗବେଷଣା କରୁଛନ୍ତି।
ପୃଥିବୀର ଶ୍ରେଷ୍ଠ ୧୦୦ ଗବେଷଣା କେନ୍ଦ୍ର ଭିତରେ କେବଳ IISc ବେଙ୍ଗାଳୁରୁ ଥିବାରୁ ଆମେ ସେଠି ଗବେଷଣା ପାଇଁ ଅର୍ଥ ଦାନ କଲୁ। ସେଠାରେ ୫୦ଟି ଚେୟାର ପ୍ରଫେସର ପଦ ସୃଷ୍ଟି ହେବ- ଆଉ ପ୍ରତିଟି ପାଇଁ ଅତି କମରେ ₹୮ କୋଟି ଟଙ୍କା ଖର୍ଚ୍ଚ ହେବ!” ଲକ୍ଷ୍ମୀନାରାୟଣ କାନୁନଗୋ ଭୁବନେଶ୍ୱର