କିରୀଟି ଭୂଷିତ ହୋଇ ଗଦା ଓ ଚକ୍ର ହସ୍ତରେ ଧରି ଆପଣଙ୍କର ସେହି ପୂର୍ବ ରୂପ ଦେଖିବାକୁ ଇଛା କରୁଛି । ହେ ସହସ୍ରବାହୁ ହେ ବିଶ୍ୱମୂର୍ତ୍ତେ , ଆପଣ ସେହି ପୂର୍ବର ଚତୁର୍ଭୁଜ ରୂପରେ ପ୍ରକାଶ ହୁଅନ୍ତୁ।
ଭଗବାନ କହିଲେ ହେ ଅର୍ଜୁନ ମୁଁ ତୁମ ଉପରେ ପ୍ରସନ୍ନହୋଇ ମୋର ଆତ୍ମଯୋଗଶକ୍ତି ବଳରେ ମୋର ଏହି ପରମରୂପ ଦର୍ଶନ କରାଇଲି । ତୁମ ବ୍ୟତୀତ ଅନ୍ୟକେହି ଆଗରୁ ମୋର ଏ ରୂପ ଦର୍ଶନ କରି ନ ଥିଲେ।
ହେ କୁରୁଶ୍ରେଷ୍ଠ ବୀର ଅର୍ଜୁନ ବେଦ ଅଧ୍ୟୟନ ଦ୍ୱାରା, ଯଜ୍ଞକର୍ମ ଦ୍ୱାରା, ଦାନଧର୍ମ ଦ୍ୱାରା କ୍ରୀୟାଦ୍ୱାରା ଅଥବା ଉଗ୍ର ତପସ୍ୟାଦ୍ୱାରା ଏହି ନରଲୋକରେ ତୁମ ବ୍ୟତୀତ ଅନ୍ୟକେହି ମୋର ଏ ବିଶ୍ୱରୂପ ଦର୍ଶନ କରିବାକୁ ସମର୍ଥ ନୁହନ୍ତି।
ମୋର ଏପରି ଭୟଙ୍କର ରୂପ ଦର୍ଶନ କରି ତୁମେ ଭୟଭୀତ ହୁଅନାହିଁ କି ବିମୂଢ ହୁଅ ନାହିଁ । ଭୟ ତ୍ୟାଗକରି ପ୍ରସନ୍ନ ଚିତ୍ତ ହୋଇଯାଅ ଓ ମୋର ସେହି ପୂର୍ବର ଚତୁର୍ଭୁଜରୂପ ଦର୍ଶନକର ।
ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି ଯଦିଓ ଶରୀରରେ ଚୈତନ୍ୟତା ବ୍ୟାପ୍ତ ଥାଏ, ଆତ୍ମା ଶରୀରର ସ୍ୱଭାବ ଦ୍ୱାରା ପ୍ରଭାବିତ ହୁଏ ନାହିଁ।
ଅହଂକାର ବଶତଃ ଆତ୍ମା ଶରୀର ସହିତ ତାଦାତ୍ମ୍ୟ କରି ନିଦ୍ରା, ଜାଗ୍ରତ, କ୍ଲାନ୍ତି, ପ୍ରଫୁଲ୍ଲତା ଇତ୍ୟାଦି ଅନୁଭବ କରିଥାଏ । କେହି କେହି ପ୍ରଶ୍ନ କରି ପାରନ୍ତି, ଆତ୍ମା ଯେଉଁ ଶରୀରରେ ଥାଏ, ତା’ର ପରିବର୍ତ୍ତନ ଦ୍ୱାରା ସେ ଦୂଷିତ ହେବନାହିଁ କାହିଁକି? ଶ୍ରୀକୃଷ୍ଣ ଏହାକୁ ଆକାଶର ଉଦାହରଣ ଦ୍ୱାରା ବୁଝାଉଛନ୍ତି । ଆକାଶ ସବୁକିଛି ଧାରଣ କରିଥାଏ, କିନ୍ତୁ ସେ ସୂକ୍ଷ୍ମ ହୋଇଥିବା ଯୋଗୁଁ ଧାରଣ କରିଥିବା ସ୍ଥୂଳବସ୍ତୁ ଦ୍ୱାରା ତାହା ପ୍ରଭାବିତ ହୋଇ ନ ଥାଏ । ସେହିପରି ଆତ୍ମା ନିଜକୁ ଶରୀର ମନେ କରୁଥିଲେ ସୁଦ୍ଧା, ସେ ତାର ଦିବ୍ୟତା ବଜାୟ ରଖେ ।