Spread the love

MS ଧୋନିଙ୍କ ବିରୋଧରେ ଠକେଇ ଅଭିଯୋଗ, ୩୦ ଅଗଷ୍ଟ ଜବାବ୍ ରଖିବାକୁ ନିର୍ଦ୍ଦେଶ@Kc

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି. ବର୍ତ୍ତମାନ କିଛି ଭୁଲ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ବିସିସିଆଇ ଅଧିକାରୀଙ୍କ ନିକଟରେ ‘କନଫ୍ଲିକ୍ଟ ଅଫ୍ ଇନଷ୍ଟ୍ରେଷ୍ଟ’ର ଅଭିଯୋଗ ଆସିଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ନୈତିକ କମିଟିରେ ଏହି ଅଭିଯୋଗ ଦାଖଲ କରାଯାଇଛି।

ମାମଲା କ’ଣ ?

ଏହି ଅଭିଯୋଗ ଉତ୍ତରପ୍ରଦେଶର ଆମେଠୀ ଜିଲ୍ଲାର ବାସିନ୍ଦା ରାଜେଶ କୁମାର କରିଛନ୍ତି। ଅଭିଯୋଗ ୧୫ କୋଟି ଟଙ୍କା ଠକେଇ ମାମଲା ସହିତ ଜଡିତ। ଯାହାକି ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାଖଲ କରାଯାଇଥିଲା। ଅଗଷ୍ଟ ୩୦ ସୁଦ୍ଧା ବିସିସିଆଇର ନୈତିକ କମିଟି ଧୋନିଙ୍କ ଠାରୁ ଉତ୍ତର ମାଗିଛି। ଏହା ବ୍ୟତୀତ ରାଜେଶ କୁମାରଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି।

ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ଦାୟର କରିଛନ୍ତି। ଏଥିରେ ମିହିର ଦିୱାକରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମିଆ ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଭାରତୀୟ କ୍ରିକେଟରଙ୍କୁ ୧୫ କୋଟି ଟଙ୍କା ଠକେଇ କରାଯାଇଛି।

Leave a Reply

Your email address will not be published. Required fields are marked *