Spread the love

ଏୟାର ଇଣ୍ଡିଆ ବିମାନର ରୁଟ୍‌ ପରିବର୍ତ୍ତନ
ମଧ୍ୟପ୍ରାଚ୍ୟରେ ଘନାଉଛି ଆଉ ଏକ ଯୁଦ୍ଧ ଆଶଙ୍କା
ଯୁଦ୍ଧ ଆଶଙ୍କା ଭିତରେ ଏୟାର ଇଣ୍ଡିଆ ବିମାନର ରୁଟ୍‌ ପରିବର୍ତ୍ତନ

ଦିଲ୍ଲୀରୁ ଲଣ୍ଡନ ଯାଉଥିବା AI 161 ବିମାନର ରୁଟ୍‌ ପରିବର୍ତ୍ତନ
ଇରାନ ଏୟାରସ୍ପେସ୍ ଦେଇ ନଯିବା ପାଇଁ ରୁଟ୍‌ ପରିବର୍ତ୍ତନ!.
ମୁହାଁମୁହିଁ ସ୍ଥିତିରେ ମଧ୍ୟପ୍ରାଚ୍ୟର ୨ ଦେଶ ଇସ୍ରାଏଲ ଓ ଇରାନ୍‌
ଇରାନ ଦୂତାବାସରେ ଇସ୍ରାଏଲର ଆକ୍ରମଣ ପରେ ଯୁଦ୍ଧ ଆଶଙ୍କା!.
ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଘନଘଟା ବଢ଼ିବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ହମଲା କରିପାରେ ଇରାନ। ଇରାନ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ରହିଛି। ଇସ୍ରାଏଲ ଏବେ ହମାସ ସହ ଗାଜାରେ ଯୁଦ୍ଧ କରୁଛି। ଏପରି ସ୍ଥିତିରେ ଇରାନ ଯଦି ଇସ୍ରାଏଲ ଉପରେ ହମଲା କରେ , ତା ହେଲେ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି!.
ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି। ଆକ୍ରମଣ ହେଲେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବ। ଏଥିପାଇଁ ଆମେରିକାର ଯୁଦ୍ଧ ଜାହାଜ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛି। ସେପଟେ ଇରାନରେ ଇସ୍ରାଏଲ ବିରୋଧୀ ଆନ୍ଦୋଳନ ମଧ୍ୟ ତୀବ୍ର ହେବାରେ ଲାଗିଛି। ଲୋକମାନେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ପତାକା ପୋଡ଼ିଛନ୍ତି।

ଏପ୍ରିଲ ୧ରେ ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଇସ୍ରାଏଲ ଓ ଇରାନ ନ ଯିବାକୁ କୁହାଯାଇଛି!.

Leave a Reply

Your email address will not be published. Required fields are marked *