Spread the love

ଆଜି ନଭେମ୍ବର ୬ ତାରିଖ ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଦେଖିବ ଆମେରିକାର ପରମାଣୁ ଶକ୍ତି ।

ଆମେରିକା ସହ ଶତ୍ରୁତା କରି ବସିଥିବା ରାଷ୍ଟ୍ର ଋଷ, ଚୀନ୍, ଓ ଉତ୍ତରକୋରିଆ ଭଳି ଶତ୍ରୁ ରାଷ୍ଟ୍ରଙ୍କୁ ନିଜର ଶକ୍ତି ଦେଖାଇବାକୁ ଯାଉଛି ଆମେରିକା । ନଭେମ୍ବର ୬ରୁ ୧୦ତାରିଖ ଭିତରେ ଆମେରିକା ତାର ଖତରନାକ ପରମାଣୁ ବାଲାଷ୍ଟିକ୍ ମିସାଇଲ୍ ମିନଟମ୍ୟାନ୍-୩ର ପରୀକ୍ଷଣ କରିବାକୁ ଯାଉଛି । ଏହି ମିଜାଇଲ୍ ଘଣ୍ଟା ପ୍ରତି ବେଗ ରହିଛି ୨୮ ହଜାର କିମି । 

ଗତ କିଛିଦିନ ତଳେ ଉତ୍ତରକୋରିଆ, ଋଷ, ଚୀନ୍ ମିସାଇଲ୍ ପରୀକ୍ଷଣ କରିଛନ୍ତି । ଆଉ ଏହାକୁ ଦେଖିବା ପରେ ଆମେରିକାବା କିପରି ଚୁପ୍ ରହିଥାନ୍ତା । ତେଣୁ ଆମେରିକା ଏହି ମିସାଇଲ୍ ପରୀକ୍ଷଣ ଦ୍ୱାରା ଏହି ତିନି ଶତ୍ରୁ ରାଷ୍ଟ୍ରକୁ ନିଜର ଶକ୍ତି ଦେଖାଇବାକୁ ଯାଉଛି । ଆମେରିକାର ଏହି ମିଜାଇଲ୍ ପରୀକ୍ଷଣ ନିହାତି ଭାବେ ଋଷ ଓ ଚୀନର ଚିନ୍ତା ବଢାଇଦେବ । ଏହି ମିସାଇଲର ରେଞ୍ଜ୍ ୧୦ହଜାର କିମି ରହିଥିବା ବେଳେ ଏହା ୧୧୦୦ କିମି ଉଚ୍ଚତାକୁ ଛୁଇଁବାର କ୍ଷମତା ରଖୁଛି । କେବଳ ଏତିକି ନୁହେଁ, ଏହି ମିସାଇଲର ବେଗ ହିଁ ଏହାକୁ ଅଧିକ ଘାତକ ବନାଇଥାଏ । ଏହା ଘଣ୍ଟାପ୍ରତି ୨୮,୨୦୦ କିଲୋମିଟର ବେଗରେ ଶତ୍ରୁଆଡକୁ ମାଡିଆସିଥାଏ । ଏହି ମିସାଇଲର ମାରକ କ୍ଷମତା ଯେମିତି, ତାର ଆକାର ମଧ୍ୟ ସେମିତି । ଏହାର ଆକାର ୬୦ ଫୁଟ୍ ଲମ୍ବା ରହିଛି । ଏହି ମିସାଇଲ୍ ନିହାତି ଭାବେ ଶତ୍ରକୁ ଆତଙ୍କିତ କରିବ । 

Leave a Reply

Your email address will not be published. Required fields are marked *