Spread the love

.
ସୁଦାମା ହେବା ସରଳ ନୁହେଁ !
କାରଣ ଜାଣିବେ ନାହିଁ ?

ସୁଦାମା ଶ୍ରୀକୃଷ୍ଣଙ୍କୁ ଗରୀବ କରିବାକୁ ଚାହୁଁ ନଥିଲେ….

ଦ୍ବାରିକାନାଥ ତୃତୀୟ ମୁଠା ଖୁଦ ମୁଖରେ ଦେବା ପାଇଁ ହସ୍ତ ଉଠାଇଛନ୍ତି , ରୁକ୍ମିଣୀ ଦେବୀ ପ୍ରଭୁଙ୍କ ହାତ ଧରିଦେଇ କହିଲେ “ଭାଉଜ ଦେଇଥିବା ଖୁଦ ଭଜାର ସ୍ବାଦ ଏକୁଟିଆ ଉଠାଇବେ ସ୍ବାମୀ । ଆମକୁ ମଧ୍ୟ ଏହି ସୁଖ ପାଇବାର ଅବସର ଦିଅନ୍ତୁ ।”

ଦ୍ବାରିକାଧୀଶ ଙ୍କ ଅଧରରେ ଏକ ସ୍ମିତହସ ଖେଳିଗଲା । ପ୍ରଭୁ ଖୁଦଭଜା କୁ ପୁଡିଆରେ ରଖିଦେଇ ନିଜ ପାଟରାଣୀ ହାତରେ ବଢାଇଦେଲେ ।
ସୁଦାମା ସହିତ କଥାବାର୍ତ୍ତା ହୋଇ ହୋଇ କେତେବେଳେ ପ୍ରଭୁ ସୁଦାମା ଙ୍କ ପାଦ ଦବାଇବା ଆରମ୍ଭ କରିଲେ ସୁଦାମା ଜାଣି ପାରିଲେ ନାହିଁ । ସୁଦାମା ଶୋଇପଡିଥିଲେ କିନ୍ତୁ ଶ୍ରୀକୃଷ୍ଣ ନିଜ ଭାବନା ରେ ମଗ୍ନ ହୋଇ ବାଳୁତ ସମୟ ର ସ୍ମୃତି ଗୁଡିକ କହି ଚାଲିଥିଲେ । ଏହାଦେଖି ରୁକ୍ମିଣୀ ପ୍ରଭୁଙ୍କ ସ୍କନ୍ଧ ରେ ହାତ ରଖିଲେ ।

ପ୍ରଭୁ ଚମକି ପଡି ପ୍ରଥମେ ରୁକ୍ମିଣୀ ଙ୍କୁ ଦେଖିଲେ ପରେ ସୁଦାମା ଙ୍କୁ ଦେଖି ରୁକ୍ମିଣୀ ଙ୍କ ଭାବ ବୁଝି ସେଠାରୁ ନିଜ କକ୍ଷକୁ ଚାଲି ଆସିଲେ ।
ଭଗବାନ ଙ୍କ ଏପରି ମଗ୍ନ ହେବା ଦେଖି ରୁକ୍ମିଣୀ ପଚାରିଲେ– ସ୍ବମୀ ଆପଣଙ୍କ ବ୍ୟବହାର ଆଜି ନବହୁତ ବିଚିତ୍ର ଲାଗୁଛି । ଏହି ସଂସାରରେ ଥିବା ବଡ ରୁ ବଡ ସମ୍ରାଟ ଦ୍ବାରିକା ଆସିଲେ ତାଙ୍କୁ ଦେଖି ଆପଣ କେବେ ପ୍ରଭାବିତ ହୋଇ ନାହାନ୍ତି । ଆଜି ଆପଣଙ୍କ ମିତ୍ର ଆସିବା ସୂଚନା ପାଇବା କ୍ଷଣି ଭାବବିହ୍ବଳ ହୋଇ ଭୋଜନ ଛାଡି ଖାଲି ପାଦରେ ତାଙ୍କୁ ପାଛୋଟି ଆଣିବା ପାଇଁ ଦୌଡିଗଲେ ।
ଆପଣଙ୍କୁ କେବେ କୌଣସି ଦୁଃଖ କଷ୍ଟ ଦୁର୍ଗମ ପରିସ୍ଥିତି ଆପଣଙ୍କ ଆଖିରେ ଲୁହ ଆଣି ପାରି ନାହିଁ ଏବଂ ଗୋକୁଳ ଛାଡିବା ସମୟ ରେ ମାଁ ଯଶୋଦା ଙ୍କ ଅଶ୍ରୁଦେଖି ମଧ୍ୟ ରୋଦନ କରି ନଥିଲେ । ଆଜି ଆପଣ ନିଜ ବନ୍ଧୁ ଙ୍କ ଜୀର୍ଣ୍ଣ ଶୀର୍ଣ୍ଣ , କ୍ଷତ ରେ ପୂର୍ଣ୍ଣ ପାଦ ଦେଖି ଏତେ ଭାବୁକ ହୋଇଗଲେ ଯେ ନିଜ ଲୁହରେ ତାଙ୍କ ପାଦ ଧୋଇଦେଲେ ।
କୁଟନୀତି ରାଜନୀତି ଓ ଜ୍ଞାନର ଶିଖର ପୁରୁଷ ଆପଣ , ନିଜ ମିତ୍ରକୁ ଦେଖି ଏତେ ମଗ୍ନ ହୋଇଗଲେ ଯେ କୌଣସି ବିଚାର ନ କରି ତାଙ୍କୁ ତ୍ରିଲୋକର ସଂମ୍ପଦ ଓ ସମୃଦ୍ଧି ଦେବାକୁ ଯାଉଥିଲେ ।

ପ୍ରଭୁ ହର୍ଷ ହୋଇ କହିଲେ — ସେ ମୋର ବାଳୁତ ସମୟ ର ମିତ୍ର ରୁକ୍ମିଣୀ ।
କିନ୍ତୁ ସେ ବାଳୁତ ବେଳେ ଆପଣଙ୍କୁ ଲୁଚାଇ ଚଣା ଖାଇଥିଲେ ଯାହା ଗୁରୁମାଁ ତାଙ୍କୁ ଆପଣଙ୍କ ସହିତ ବଣ୍ଟି ଖାଇବା ପାଇଁ କହିଥିଲେ । ଆପଣ ଏହିପରି ମିତ୍ର ପାଇଁ ଏତେ ନଭାବୁକ କାହିଁକି ହେଉଛନ୍ତି ? ସତ୍ୟଭାମା ଏପରି ପ୍ରଶ୍ନ ପଚାରି ନିଜ ମନର ଜିଜ୍ଞାସା ପ୍ରକଟ କଲେ ।

କପ୍ରଭୁ ସ୍ମିତ ହାସ ଦେଇ କହିଲେ — ” ସୁଦାସା ଏପରି କାର୍ଯ୍ୟ କରିଛନ୍ତି ଯେ ସମ୍ପୂର୍ଣ୍ଣ ସୃଷ୍ଟି ଙ୍କୁ ତାଙ୍କର କୃତଜ୍ଞ ହୋଇ ରହିବା ଉଚିତ୍ ।
ସେହି ଚଣା କୁ ସେ ଏଥିପାଇଁ ଖାଇନ ଥିଲେ ଯେ ତାଙ୍କୁ ଭୋକ ଲାଗୁଥିଲା । ସେ ଚାହୁଁ ନଥିଲେ ଯେ ତାଙ୍କ ସଖା କୃଷ୍ଣ ଦରିଦ୍ରତା ନ ଦେଖୁ । ସେ ଜାଣିଥିଲେ ସେହି ଚଣା ଆଶ୍ରମରେ ଚୋର ଛାଡିଦେଇ ଯାଇଥିଲେ ଏବଂ ତାଙ୍କୁ ଜଣାଥିଲା ଚୋର ମାନେ ସେହି ଚଣା ଜଣେ ବ୍ରାହ୍ମଣୀ ଘରୁ ଚୋରାଇ ଆଣିଥିଲେ ଓ ବ୍ରାହ୍ମଣୀ ଅଭିଶାପ ଦେଇ କହିଥିଲେ ଯିଏ ସେହି ଚଣା ଖାଇବ ଆଜୀବନ ଦରିଦ୍ରତା ଭୋଗ କରିବ । ସୁଦାମା ସେହି ଚଣା ମୋଠାରୁ ଲୁଚାଇ ଏଥିପାଇଁ ଖାଇଲେ ଯେ ମୁଁ ସୁଖି ରହିବି । ସୁଦାମା ମତେ ଇଶ୍ବର ଙ୍କ ଅଂଶ ଭାବୁଥିଲେ । ଇଶ୍ବର ଯଦି ଦରିଦ୍ର ହୋଇଯିବ ତେବେ ସମ୍ପୂର୍ଣ୍ଣ ସୃଷ୍ଟି ମଧ୍ୟ ଦରିଦ୍ର ହୋଇଯିବ । ସୁଦାମା ସମ୍ପର୍ଣ୍ଣ ସୃଷ୍ଟି ର କଲ୍ୟାଣ ନିମନ୍ତେ ନିଜେ ଦରିଦ୍ର ହେବା ଉଚିତ୍ ଭାବିଲେ ।
‘ଏତେ ବଡ ତ୍ୟାଗ, — ରୁକ୍ମିଣୀ ଙ୍କ ମୁଖରୁ ସ୍ବତଃ ବାହାରିଗଲା ।
ମୋ ମିତ୍ର ବ୍ରାହ୍ମଣ ଅଟେ ରୁକ୍ମିଣୀ, ବ୍ରାହ୍ମଣ ମାନେ ଜ୍ଞାନି ଏବଂ ତ୍ୟାଗି ଅଟନ୍ତି । ତାଙ୍କ ଭିତରେ ଜନ କଲ୍ୟାଣ ର ଭାବନା ଭରି ହୋଇ ରହିଥାଏ । ଅଳ୍ପ କିଛି ଲୋକଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ଏଭଳି ହିଁ ଥାଆନ୍ତି ।
ଏବେ ତୁମେ କୁହ ଏହିପରି ମିତ୍ର ପାଇଁ ହୃଦୟରୁ ପ୍ରେମ ଉତ୍ପନ ହେବ ନାହିଁ ତ ଆଉ କଣ ଉତ୍ପନ୍ନ ହେବ ?
ଗୋକୁଳ ଛାଡିବା ବେଳେ ମୁଁ ଏଥିପାଇଁ କାନ୍ଦିନଥିଲି ଯେ ମୋର ଲୁହ ଦେଖି ଯଶୋଦା ମାଁ ନିଜର ପ୍ରାଣ ତ୍ୟାଗ କରି ଦେଇଥାନ୍ତେ କିନ୍ତୁ ମୋ ମିତ୍ର ର କ୍ଷତ ପୂର୍ଣ୍ଣ ପାଦ ଦେଖି ମୋ ହୃଦୟ ଦ୍ରବିତ ହୋଇଗଲା । ତାର ପାଦର ଏପରି ଅବସ୍ଥା ଓ ଜୀବନର ଦୁରାବସ୍ଥା ଏଥିପାଇଁ ହେଲା ଯେ ସେ ତାର ଏହି ମିତ୍ର ର ଭଲ ଚାହୁଁଥିଲା ।
ଜାଣିଛ ରୁକ୍ମିଣୀ ପରିବାର ଜନକୁ ଛାଡିଦେଲେ କେହି ନାହାନ୍ତି ଯିଏ ମୋର ଏପରି ଭଲ ଚାହୁଁଥିବେ । ଲୋକ ମାନେ କେବଳ ନିଜ ଭଲ ପାଇଁ ମୋ ଠାରେ ଅପେକ୍ଷା ରଖନ୍ତି । କେବଳ ସୁଦାମା ପରି ମିତ୍ର ହିଁ ଯିଏ ନିଜ ମିତ୍ରର ସୁଖ ପାଇଁ ସ୍ବଇଚ୍ଛାରେ ଦରିଦ୍ରତା ଓ କଷ୍ଟ ର ଆବରଣ ଘୋଡେଇ ହୋଇ ଯାଆନ୍ତି । ଏହିପରି ମିତ୍ର ଦୁର୍ଲଭ କେଜାଣି କେଉଁ ପୁନ୍ୟ ବଳରେ ପ୍ରାପ୍ତ ହୁଅନ୍ତି । ଏହିପରି ମିତ୍ରକୁ ତ୍ରିଲୋକର ସମ୍ପଦ ଦେଇଦେଲେ ମଧ୍ୟ କମହେବ । ପ୍ରଭୁ ଏହା କୋହ ଭରା ଗଦ୍ ଗଦ୍ କଣ୍ଠରେ କହିଲେ ।
ଏହାଦେଖି କକ୍ଷରେ ଥିବା ସମସ୍ତ ରାଣୀ ମାନଙ୍କ ନେତ୍ର ଜଳରେ ପୂର୍ଣ୍ଣ ହୋଇ ଯାଇଥାଏ ଏବଂ କକ୍ଷ ବାହାରେ ଥାଇ ସୁଦାମା ଙ୍କ ନେତ୍ରରୁ ଅନବରତ ଭାବେ ଜଳଧାର ବୋହି ଚାଲିଥାଏ ।

Leave a Reply

Your email address will not be published. Required fields are marked *