Spread the love

ସାଇରନକୁ ଅବିକଳ ନକଲ କଲା ପକ୍ଷୀ , ଯାନ୍ତ୍ରିକ ତ୍ରୁଟି ଭାବିଲା ପୋଲିସ!.
ପୋଲିସ ସାଇରନର ମିମିକ୍ରି କଲା ପକ୍ଷୀ। ଅବିକଳ ସାଇରନ ପରି ଶବ୍ଦ ବାହାର କଲା , ଫଳରେ ଅସୁବିଧାରେ ପଡ଼ିଲା ବ୍ରିଟେନ ପୋଲିସ। ଅନୁକରଣ ଏତେ ସଠିକ୍ ଥିଲା ଯେ ଏହା ଥେମସ୍ ଭ୍ୟାଲି ପୋଲିସ ଅଧିକାରୀମାନଙ୍କୁ ସତ ବୋଲି ଭାବିବାକୁ ବାଧ୍ୟ କଲା। ଫଳରେ ସେମାନେ ନିଜ କାର୍ ର ଦୋଷ ଥିବ ଭାବିଥିଲେ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ପୋଲିସ ମୁଖପାତ୍ର ପୋଷ୍ଟ କରିଛନ୍ତି!.
ସେ କହିଛନ୍ତି ଯେ , ଏହା ୧୦୦% ବାସ୍ତବ। ବର୍ତ୍ତମାନ ପୋଷ୍ଟଟି ସୋସିଆଲ ମିଡିଆ ସାଇଟ X ରେ ଭାଇରାଲ ହେବାରେ ଲାଗିଛି। ଅନେକ ଏହାକୁ ନେଇ ମଧ୍ୟ ନିଜର ମତାମତ ରଖିଛନ୍ତି। ପକ୍ଷୀଟି ସ୍ପେଶାଲ ସ୍କ୍ୱାଡ୍ କି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର ଅଂଶ ବୋଲି ମଧ୍ୟ ପଚାରିଛନ୍ତି। ଏନେଇ ଥେମସ୍ ଭ୍ୟାଲିର ସ୍ଥାନୀୟ ପୋଲିସ ଅଫିସର କହିଛନ୍ତି ଯେ , ପୋଲିସ ଥାନାରେ ପକ୍ଷୀଟି ଅତି ଧୈର୍ଯ୍ୟର ସହ ବସି ପୋଲିସ ସାଇରନକୁ ନୀରିକ୍ଷଣ କରୁଥିଲା!.

ଫଳରେ ସେ ଏତେ ସୁନ୍ଦର ଭାବେ ଅବିକଳ ସ୍ୱର ବାହାର କରିପାରୁଛି। ପାର୍କିଂ ସ୍ଥଳରୁ ଏପରି ସ୍ୱର ବାହାରିବା ଯୋଗୁଁ କାରରେ କିଛି ଯାନ୍ତ୍ରିକ ତ୍ରୁଟି ଅଛି ବୋଲି ଭାବିବାକୁ ବାଧ୍ୟ ହୋଇଥିଲେ ପୋଲିସ ଅଧିକାରୀ। ପରେ ଅନୁସନ୍ଧାନରୁ ଏହା ଏକ ପକ୍ଷୀର କାର୍ଯ୍ୟ ଜାଣି ଚକିତ ହୋଇଯାଇଥିଲେ। ଏହାକୁ ନେଇ ଜଣେ X ବ୍ୟବହାରକାରୀ ପଚାରିଛନ୍ତି , ଏହା କୌଣସି ସ୍ୱତନ୍ତ୍ର ଶାଖାର ଯାନ ନୁହେଁ ତ???
ଅନ୍ୟ ଜଣେ X ବ୍ୟବହାରକାରୀ ଲେଖିଛନ୍ତି ପ୍ରକୃତି ହିଁ ବିଚିତ୍ର। ଅନ୍ୟ କେତେ ଜଣ ଏହି ଅବିକଳ ସ୍ୱର ବାହାର କରୁଥମିବା ପକ୍ଷୀକୁ ଷ୍ଟାରଲିଂ ବୋଲି ଚିହ୍ନଟ କରିଛନ୍ତି। ଏହି ପକ୍ଷୀଟି ସାଧାରଣତଃ ଖୁବ ଭଲ ଭାବେ ସ୍ୱର ଅନୁକରଣ କରିପାରେ ବୋଲି ବିଶ୍ୱାସ କରାଯାଏ। ସେମାନେ ଅନ୍ୟ ପକ୍ଷୀମାନଙ୍କର ଯାନ୍ତ୍ରିକ ଧ୍ୱନି ସହ ମୋଟରସାଇକେଲ୍ ଏବଂ ଚା କେଟଲର ଶବ୍ଦ ମଧ୍ୟ ଅନୁକରଣ କରିପାରନ୍ତି। ଅଲ୍ ଏବାଉଟ୍ ବାର୍ଡସ୍ ଅନୁଯାୟୀ , ଏହି ପକ୍ଷୀଗୁଡ଼ିକର ଛୋଟ ଲାଞ୍ଜ ରହିଛି। ଏମାନଙ୍କର ତ୍ରିକୋଣୀୟ ଡେଣା ରହିଛି। ଏମାନେ ଦେଖିବାକୁ ମଧ୍ୟ କଳା!.

Leave a Reply

Your email address will not be published. Required fields are marked *