କଟକ ନୁଅବଜାର ସ୍ଥିତ ଶ୍ରୀ ଗୋପାଳକୃଷ୍ଣ ଗୋଶାଳା ସର୍ବ ପୁରାତନ ଗୋଶାଳା ବାବଦରେ ପରିଚିତ ରହିଛି l ୧୯୦୫ମସିହାରେ ଏହି ଗୋଶାଳା ସ୍ଥାପନ କରାଯାଇଥିଲା l ବର୍ତ୍ତମାନ୍ ଏଠାରେ ୯୫୦ଟି ଗାଈ ଗୋରୁ ଅଛନ୍ତି l ଏମାନଙ୍କ ମଧ୍ୟରୁ ୮୦୦ବୃଦ୍ଧ ଓ ଭିନ୍ନକ୍ଷମ ଅଛନ୍ତି ଅବଶିଷ୍ଟ 120 ଟି ଗାଈ ଦୈନିକ 600ଲିଟର କ୍ଷୀର ଦେଇଥାନ୍ତି l ଯାହାକୁ ସର୍ବସାଧାରଣରେ ବିକ୍ରି କରାଯାଏ lଏବେ ଏହି ଗୋଶାଳା ୧୧୯ବର୍ଷରେ ପ୍ରଦାର୍ପଣ କରିଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ଏଠାରେ ଗୋପାଷ୍ଟମୀ ଅବସରରେ ଦୁଇ ଦିନ ଧରି ଗୋପାଷ୍ଟମୀ ମେଳା ଅନଷ୍ଠିତ ହେବ l ଆସନ୍ତା ନଭେମ୍ବର ୮ ତାରିଖ ଦିନ ବିଭିନ୍ନ ପ୍ରକାର ଜନ ମଙ୍ଗଳ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି l ଦକ୍ଷ ଚିକିତ୍ସକ ମାନଙ୍କ ଦ୍ଵାରା ମଧୁମେୟ ରୋଗ, ଦାନ୍ତ ଓ ଚର୍ମ, ଚକ୍ଷୁ ଚିକିତ୍ସା କରାଯିବା ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଅପରାହ୍ନରେ ଭଜନ ପରିବେଷଣ କରାଯିବ l ନଭେମ୍ବର ୯ତାରିଖ ସକାଳୁ ଗୋ ପୂଜା, ବିଭିନ୍ନ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସନ୍ଧ୍ୟାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ l ଏହି ସମାବେଶରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଧାୟକ ସୌଭିକ ବିଶ୍ଵାଳ, ବିନୋଦ ଦାସ ଏବଂ ବିଶିଷ୍ଟ ସମାଜସେବୀ ପୱନ କୁମାର ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେବେ ବୋଲି ଗୋଶାଳାର ସାଧାରଣ ସମ୍ପାଦକ ଶ୍ରୀ ଗଣେଶ ପ୍ରସାଦ କାଣ୍ଡୋଇ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ନ୍ତି l ଏହି ସାମ୍ୱାଦିକ ସମ୍ମିଳନୀରେ ବିଶ୍ଵନାଥ ଚୌଧୁରୀ, ବିଶ୍ଵନାଥ ଧାନୁକା, ସଞ୍ଜୟ ସନ୍ତୁକା ସୁଶିଲ ପୋଦାର, ଅରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ l