Spread the love

ନୂଆଦିଲ୍ଲୀ: ଭାରତରେ ‘ମ୍ୟାଙ୍ଗୋ ଡିପ୍ଲୋମାସି’ । ପାକିସ୍ତାନର ‘ଆମ୍ବ କୂଟନୀତି’ ନେଇକୁ ବିଜେପି-ବିରୋଧୀ ମୁହାଁମୁହିଁ । ‘ଆମ୍ବ କୂଟନୀତି’ ଜରିଆରେ ବିପକ୍ଷ ସାଂସଦଙ୍କ ସହ ପାକିସ୍ତାନ ସମ୍ପର୍କ ବଢ଼ାଉଥିବା ବିଜେପି ଆଭିଯୋଗ କରିଛି । ଭାରତୀୟ ଜନତା ପାର୍ଟି ଦାବି କରିଛି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ୭ ଭାରତୀୟ ସାଂସଦଙ୍କୁ ପାକିସ୍ତାନ ଉଚ୍ଚ ଆୟୋଗ ଆମ୍ବ କାର୍ଟୁନ ପଠାଇଛି ।
ଦୁଇ ଦେଶ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ ପାଇଁ ‘ଆମ୍ବ କୂଟନୀତି’କୁ ବ୍ୟବହାର କରାଯାଉଥିବା କୁହାଯାଇଛି ।

ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ସଂସଦଙ୍କୁ ପାକିସ୍ତାନ ଦୂତାବାସ ପକ୍ଷରୁ ଆମ୍ବ ମିଳିବା ପରେ ଏହାକୁ ନେଇ ବିଜେପି ଟାର୍ଗେଟ୍ କରିଛି । ଅମିତ୍ ମାଲବୀୟ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନ ଉଚ୍ଚ ଆୟୋଗ କେବଳ ୭ ଭାରତୀୟ ସାଂସଦଙ୍କୁ କାହିଁକି ଆମ୍ବ ପଠାଇଲେ ବୋଲି ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧି, କପିଲ୍ ସିବଲ୍, ଶଶି ଥରୁର୍, ମୋଗିବ୍ବୁଲ୍ଲାହ ନଦବୀ, ଜିୟା ଉର୍ ରହମାନ ବର୍କ, ଅଫଜାଲ ଅଂସାରୀ ଏବଂ ଇକରା ହାସନଙ୍କୁ
କେନ୍ଦ୍ର ମନ୍ତ୍ରୀ ଗିରିରାଜ୍ ସିଂହ ଏକ୍ସରେ ଲେଖିଛନ୍ତି, ରାହୁଲ ଗାନ୍ଧିକୁ ଉତ୍ତର ପ୍ରଦେଶର ଆମ୍ବ ସ୍ବାଦିଷ୍ଟ ଲାଗୁନାହିଁ । ହେଲେ ପାକିସ୍ତାନରୁ ଆସୁଥିବା ଆମ୍ବ ଠିକ୍ ଲାଗୁଛି । ‘ମ୍ୟାଙ୍ଗୋ ଡିପ୍ଲୋମାସି’ରେ ପାକିସ୍ତାନ ସହିତ କିଛି ବିରୋଧୀଙ୍କର କିଛି ଭିତିରିଆ ଡିଲ୍ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନା ଅନୁଯାୟୀ, ଆମ୍ବ ପାରମ୍ପାରିକ ଭାବେ କୂଟନୈତିକ ଅସ୍ତ୍ର ଭାବେ ବ୍ୟବହାର ହୋଇଥାଏ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ପଠାଇଥାନ୍ତି । ନରେନ୍ଦ୍ର ମୋଦି ପଦ ଭାର ସମ୍ଭାଳିବା ପରେ ପ୍ରତିବର୍ଷ ଆମ୍ବ ପଠାଉଛନ୍ତି । ଏହା ପୂର୍ବରୁ ଶେଖ୍ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆମ୍ଭ ପଠାଉଥିଲେ ।…

ମୂଳ ଠିକଣା News 7

Leave a Reply

Your email address will not be published. Required fields are marked *