Spread the love

ସାବିତ୍ରୀ ବ୍ରତ କଥା

ଖଡିରତ୍ନ ପଞ୍ଜିକା ଅନୁସାରେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଶେଷ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପର୍ବ ପାଳିତ ହେବ।

ସମସ୍ତ ବିବାହିତା ସଧବା ଗୃହିଣୀ ମାନେ ଏହି ପବିତ୍ର ଦିବସ କୁ ପୌରାଣିକ ମାନ୍ୟତା ଅନୁଯାୟୀ ଦେବୀ ସାବିତ୍ରୀ ଙ୍କର ନିଜ ସ୍ୱାମୀ ଙ୍କ ଜୀବନ ବଞ୍ଚାଇବା ନିମନ୍ତେ ପ୍ରଦର୍ଶିତ ଅଦମ୍ୟ ଚେଷ୍ଟା, ତୀକ୍ଷଣ ବୁଦ୍ଧି, ଚତୁରତା, ଅତୁଟ ମନୋବଳ ଏବଂ ଭକ୍ତି ର ଦୁର୍ଲଭ ଉଦାହରଣ ର ସମ୍ମାନ ନିମନ୍ତେ ଆରାଧନା ପୂର୍ବକ ପାଳନ କରି ଥାଆନ୍ତି।

ପୌରାଣିକ କିମ୍ବଦନ୍ତୀ :

ଦେବର୍ଷି ନାରଦ ଙ୍କ ଚେତାବନୀ କୁ ବେଖାତିର କରି ଅଶ୍ଵପତି ରାଜା ଙ୍କ ର କନ୍ୟା ରାଜକୁମାରୀ ସାବିତ୍ରୀ ନିର୍ବାସିତ ରାଜକୁମାର ସତ୍ୟବାନ ଙ୍କୁ ବିବାହ କରିଥିଲେ. ମାତ୍ର ଦେବର୍ଷି ନାରଦ ଭବିଷ୍ୟ ବାଣୀ ଦେଇଥିଲେ କି ରାଜକୁମାର ସତ୍ୟବାନ ଯୁବା ଅବସ୍ଥା ରେ ହିଁ ମୃତ୍ୟୁ ବରଣ କରିବେ.

ମୃତ୍ୟୁ କାଳ ପାଖେଇ ଆସିବାରୁ ଶେଷ ମୁହୂର୍ତ ରେ ସତ୍ୟବାନ ଗଛ ଉପରେ କାଠ ହାଣୁଥିବା ସମୟ ରେ ଟଳି ପଡିଲେ ଏବଂ ସାବିତ୍ରୀ ଙ୍କ କୋଳରେ ଶେଷ ନିସ୍ୱାଶ ତ୍ୟାଗ କଲେ. ମାତ୍ର ସ୍ୱାମୀ ଙ୍କର ବିୟୋଗ ରେ ମ୍ରିୟମାଣ ହାଇ ସାବିତ୍ରୀ ନିଜ ସ୍ୱାମୀ ଙ୍କ ପ୍ରାଣ ନେବା ପାଇଁ ଆସିଥିବା ଯମରାଜା ଙ୍କ ପଛେ ପଛେ ଅନୁଗମନ କରିଲେ. ଏଥିରେ ଯମରାଜା କ୍ଷୁବ୍ଧ ହୋଇ ସାବିତ୍ରୀ ଙ୍କୁ ଫେରିଯିବା ପାଇଁ କହିଲେ. କିନ୍ତୁ ସାବିତ୍ରୀ ଙ୍କର ଅଝଟ ଆଗରେ ଯମରାଜା ବିବଶ ହୋଇ ଶେଷ ରେ ସାବିତ୍ରୀ ଙ୍କୁ ନିଜ ସ୍ୱାମୀ ଙ୍କ ପ୍ରାଣ ବଦଳରେ ତିନୋଟି ବର ମାଗିବାକୁ କହିଲେ.

ରାଜକୁମାରୀ ସାବିତ୍ରୀ ଚତୁରତା ର ସହ ପ୍ରଥମ ବର “ନିଜ ସ୍ୱାମୀ ଙ୍କ ପରିବାର ର ପୁନର୍ବାର ରାଜ୍ୟ ଅଭିଷେକ”, ଦ୍ଵିତୀୟ ବର “ନିଜ ପିତାଙ୍କର ଏକ ପୁତ୍ର ସନ୍ତାନ” ଏବଂ ତୃତୀୟ ବର “ନିଜ ର ସନ୍ତାନ ସନ୍ତତି ପ୍ରାପ୍ତ ହେବା” ମାଗିଲେ. ଶୀଘ୍ରତା ର ସହ ଯମରାଜା ତିନୋଟି ବର ମଞ୍ଜୁର କରିଦେଲେ. ସେତେବେଳେ ସାବିତ୍ରୀ ସ୍ପଷ୍ଟୀକରଣ ମାଗିଲେ କି ନିଜ ସ୍ୱାମୀ ଙ୍କ ଅନୁପସ୍ଥିତି ରେ ସେ କିପରି ସନ୍ତାନ ସନ୍ତତି ପ୍ରାପ୍ତ ହେବେ।

ଯମରାଜା ଏହି ଛଳ ଜାଣି ପାରିଲେ ମଧ୍ୟ କ୍ରୋଧିତ ନ ହୋଇ ସାବିତ୍ରୀ ଙ୍କୁ ତାଙ୍କ ସ୍ୱାମୀ ଙ୍କ ଜୀବନ ପ୍ରତି ଆଦର ର ସରାହନା କରି ତାଙ୍କ ସ୍ୱାମୀ ରାଜକୁମାର ସତ୍ୟବାନ ଙ୍କ ପ୍ରାଣ ଫେରାଇ ଦେଲେ. ସେହି ପୌରାଣିକ କିମ୍ବଦନ୍ତୀ କୁ ମାନ୍ୟତା ଦେଇ ଓଡ଼ିଆ ସଧବା ଗୃହିଣୀ ମାନେ ନିଜ ଗୃହସ୍ଥ ଜୀବନ ରେ ସୁଖ ଶାନ୍ତି ତଥା ନିଜ ସ୍ୱାମୀ ଙ୍କର ଦୀର୍ଘାୟୁ କାମନା କରି ସାବିତ୍ରୀ ଅମାବାସ୍ୟା ପାଳନ କରନ୍ତି।

ସାବିତ୍ରୀ ଅମାବାସ୍ୟା ଦିନ ଲାଗିବ ସୂର୍ଯ୍ୟ ପରାଗ : ପୂଜା ସମୟ –

ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ବଟ ସାବିତ୍ରୀ ବ୍ରତ କୁହାଯାଏ | ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ସାବିତ୍ରୀ ଅମାବାସ୍ୟା ପଡୁଛି । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି । ଅର୍ଥାତ ଗୋଟିଏ ଦିନରେ ସାବିତ୍ରୀ ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ମଧ୍ୟ ଲାଗିବ । ଫଳରେ ଏହି ତିଥିର ମହତ୍ତ୍ୱ ଆହୁରି ବଢିଯିବ…

ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ । ଯେହେତୁ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରାଯାଏ ନାହିଁ । ଫଳରେ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ…

ଜାଣନ୍ତୁ ସାବିତ୍ରୀ ଅମାବାସ୍ୟା ପୂଜାର ଶୁଭ ସମୟ ଓ ଅନ୍ୟାନ୍ୟ ତଥ୍ୟ…

ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ । ସୂତକ କାଳରେ କୌଣସି ଶୁଭ କାର୍ଯ୍ୟ ବା ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । କିନ୍ତୁ ଏହି ନିୟମ କେବଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଲାଗୁ ହୁଏ । ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ସେଥିପାଇଁ ବିବାହିତା ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ବିବାହିତାମାନେ ପୂଜା କଲେ କୌଣସି ଦୋଷ ଲାଗିବନି…

ଆଶାକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ସଧବା ଗୃହିଣୀ ମାନଙ୍କ ର ବୈବାହିକ ଜୀବନ ସୁଖ, ଶାନ୍ତି, ସୁନ୍ଦର ତଥା ସୁମଧୁର କରନ୍ତୁ

Related Post

Leave a Reply

Your email address will not be published. Required fields are marked *