Spread the love

ମାନବାଧିକାର ସୁରକ୍ଷାକାରୀ କିଏ?

ସାଧାରଣତଃ ନିସ୍ବାର୍ଥପର ଭାବରେ ଗାଁଠାରୁ ଆରମ୍ଭ କରି ବ୍ଲକ, ସହର, ଜିଲ୍ଲା, ରାଜ୍ଯ, ଦେଶ ତଥା ବିଶ୍ବସ୍ତରରେ କିଛି ବ୍ଯକ୍ତିବିଶେଷ ନିସ୍ବାର୍ଥପର ଭାବରେ ପ୍ରଶାସନଠାରୁ ଆରମ୍ଭ କରି ସରକାର, କୋର୍ଟ ବା ମାନବାଧିକାର କମିଶନଙ୍କ ପାଖରେ ଅନ୍ୟ ପାଇଁ କାମ କରିଥାନ୍ତି ଯେଉଁ ମାନଙ୍କୁ ମାନବାଧିକାର କର୍ମୀ କୁହାଯାଏ

ସେମାନଙ୍କ ସହିତ ବେସରକାରୀ ସଂସ୍ଥା ଯେଉଁ ମାନେ ଶିକ୍ଷା, ସ୍ବାସ୍ଥ୍ଯ ଠାରୁ ବିଭିନ୍ନ ପ୍ରସଙ୍ଗରେ ଜନଜାଗରଣ ସ୍ରୁଷ୍ଟି କରିଥାନ୍ତି ସେମାନେ, ଟ୍ରେଡ ୟୁନିୟନ ମାନେ ଯେଉଁ ମାନେକି ଶ୍ରମିକମାନଙ୍କ କଥା ଉଠାଇ ଥାନ୍ତି ସେମାନେ, ଭେଦଭାବ ବିରୁଦ୍ଧରେ ଲଢୁଥିବା ସଂଗଠନମାନେ ବିଶେଷ କରି ଆମ୍ବେଦକରଙ୍କ ଆଦର୍ଶ ଆପଣେଇଥିବା ଲୋକେ, ଗାନ୍ଧୀଆନମାନେ ଏମାନେ ସମସ୍ତେ ହେଉଛନ୍ତି ମାନବାଧିକାର ସୁରକ୍ଷାକାରୀ।

ବିଭିନ୍ନ ପେଶାର ଲୋକେ ଯଥା ଡାକ୍ତର ରୋଗୀ ଦେଖି ବଞ୍ଚିବା ପାଇଁ ପଇସା ନେଲେ ମଧ୍ଯ ଗରୀବ ଲୋକଙ୍କୁ ମାଗଣାରେ ଯେ ସେବା ଯୋଗାଇ ଥାଏ, ଶିକ୍ଷକ ଦରମା ନେଲେ ମଧ୍ଯ ମାଗଣାରେ ଯିଏ ଗରୀବ ନିରୀହ ପିଲାମାନଙ୍କୁ ତାର ଅବସର ସମୟରେ ଶିକ୍ଷାଦାନ କରେ ସେମାନେ ମଧ୍ଯ ମାନବାଧିକାର ସୁରକ୍ଷାକାରୀ। ଓକିଲଙ୍କ ପେଶା ହେଉଛି ଲୋକଙ୍କ କଥା କୋର୍ଟ ବା ମାନବାଧିକାର କମିଶନଙ୍କ ପାଖରେ ଉପସ୍ଥାପନ କରି ଲୋକଙ୍କୁ ନ୍ଯାୟ ଦେବା।

ଏଥିପାଇଁ ସେମାନେ ଲୋକଙ୍କଠାରୁ ତାଙ୍କର ପ୍ରାପ୍ଯ ନିଅନ୍ତି। ମୋ ଦେଖିବାରେ ପ୍ରବୀର ଦାସ ଓକୀଲ ହେଲେ ବି ବହୁ ମାମଲା ବିନା ପାରିଶ୍ରମିକରେ ଓଡିଶା ଉଚ୍ଚ ନ୍ଯାୟାଳୟରେ ଉଠାଇ ନିରୀହ ଲୋକଙ୍କୁ ନ୍ଯାୟ ଦେଇଛନ୍ତି। ବରିଷ୍ଠ ଓକୀଲ ସ୍ବନାମଧନ୍ଯ ମାନବାଧିକାର କର୍ମୀ ଭାବରେ ଜଣାଶୁଣା ବିଶ୍ବ ପ୍ରିୟ କାନୁନଗୋ କେବେ କାହାଠାରୁ ତାଙ୍କର ପ୍ରାପ୍ଯ ନେବା ମୋ ଜାଣିବାରେ ନାହିଁ। ତେଣୁ ଯେଉଁ ଓକୀଲ ପଇସାବାଲା ଲୋକଙ୍କ ଠାରୁ ପ୍ରାପ୍ଯ ନେଲେ ମଧ୍ଯ ବିନା ପ୍ରାପ୍ଯରେ ଗରୀବ ଲୋକଙ୍କ ପାଇଁ ଲଢେ ସେମାନେ, ପୋଲିସ, ପ୍ରଶାସକ, ବିଚାରପତି ତାଙ୍କର ପଦବୀ ଯୋଗୁଁ ବହୁତ ଚାପର ସମ୍ମୁଖୀନ ହୋଇଥାନ୍ତି।

ସମସ୍ତ ଚାପ ସତ୍ତ୍ବେ ସେମାନେ ଆଇନକୁ ଆକ୍ଷିଆଗରେ ରଖି ସେମାନେ ତାଙ୍କର ନିଷ୍ପତ୍ତି ନେଇଥାନ୍ତି ଏହିମାନେ ହିଁ ହେଉଛନ୍ତି ମାନବାଧିକାର ସୁରକ୍ଷାକାରୀ। ତେଣୁ ଅନ୍ୟର ଦୁଃଖକୁ ନିଜର ଦୁଃଖ ବୋଲି ଭାବି କୌଣସି ସୁବିଧାପାଇବାର ଅଭିଳାଷ ନରଖି ଅନ୍ୟର ଦୁଃଖ ଦୁରୀକରଣ ପାଇଁ ନିଜନିଜ ସ୍ତରରେ କାମ କରୁଥିବା ମାନବାଧିକାର ସୁରକ୍ଷାକାରୀମାନେ ଜାତୀୟ ମାନବାଧିକାର କମିଶନଙ୍କ ୧୨-୧୦-୨୦୦୯ ତାରିଖ ସୁପାରିଶ ଗୁଡିକ ଉପରେ ଆଲୋଚନା କରିବାପାଇଁ ଓଡିଶା ମାନବାଧିକାର କମିଶନଙ୍କ ଅଧ୍ଯକ୍ଷଙ୍କୁ ଏକ ଆବେଦନପତ୍ର ପଠାଇବାକୁ ନିବେଦନ କରୁଛି। ବିନୀତ।

ଵାଘାମ୍ବର ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You Missed