ଭୁବନେଶ୍ୱର :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ପରିଚାଳିତ ଓଡ଼ିଶା ଗୋଷ୍ଟି ସହାୟିକା (CRP -CM) ସଂଘ ର ଆଜି ୪ଡିସେମ୍ବର, ୨୦୨୪ବିଧାନ ସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ।
ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ, ସର୍ବନିମ୍ନ ମଜୁରୀ ପ୍ରଭୁତି ଦାବୀ ପୂରଣ ପର୍ଯ୍ୟନ୍ତ ଦିବାରାତ୍ରି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ବିଜୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁବାଷ ମହାପାତ୍ର, ସାଧାରଣ ସମ୍ପାଦିକା ସରସ୍ବତୀ ଦେଇ, ଉପ ସାଧାରଣ ସମ୍ପାଦିକା ଅନୁସୂୟା ପ୍ରଧାନ, ଏଆଇଟିୟୁସି ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ପ୍ରମୁଖ ନେତୃବୃନ୍ଦ ଘୋଷଣା କରିଛନ୍ତି ।