Spread the love


ପରିପୂର୍ଣ୍ଣ ପରିବାର ଥାଇ ବି ନିରୋଳା ନିଃସଙ୍ଗତାରେ ଜର୍ଜରିତ ବିଚରା ଅଲୋଡ଼ା ଜୀବନଧାରୀ କେତେଯେ ବୟସ୍କ ଜୀବନ ତାଙ୍କର ବୟସ ଅପରାହ୍ନରେ ନିଶ୍ୱାସ ଟିକେ ପାଇଁ, ଜୀବନ ଜିଇଁବା ପାଇଁ ରାହା ଧାପେ ଖୋଜିଖୋଜି ଅନ୍ତେବାସୀ ହୁଅନ୍ତି ବୃଦ୍ଧାଶ୍ରମରେ ll

ଭଙ୍ଗାମନ, ଭଙ୍ଗା ହୃଦୟର ଏକାଧିକ ଜୀବନ ଏକାଠି ହେଲାପରେ ନୁଆ ଏକ ଜୀବନଟି’ର ଅନୁଭବ ପାଇ ପୁଣି ଜୀବନ୍ତ ହେଇଉଠନ୍ତି ସେମାନଙ୍କ ନୁଆନୁଆ ସ୍ବପ୍ନ ସବୁ ନେଇ ll

ନିଜସ୍ୱ ଅପାସୋରା ଅଲୋଡ଼ା ଅନୁଭୂତି ଏବଂ ଭଗ୍ନ ସ୍ମୃତି କୁ ପରସ୍ପର ବାଣ୍ଟିବାଣ୍ଟି ବୃଦ୍ଧାଶ୍ରମ ପାଲଟିଯାଏ ସେମାନଙ୍କର ଗୋଟିଏ ନିଆରା ପରିବାର, ସପନଭରା ସ୍ୱର୍ଗ ll

ହଠାତ ଦିନେ ଗୋଟିଏ ଦରଦୀ ସାମ୍ବାଦିକ ପହଞ୍ଚେ ବୃଦ୍ଧାଶ୍ରମରେ ଗୋଟିଏ ବୟସ୍କ ଆବାସ ଆଧାରିତ ଆଲେଖ୍ୟ ପ୍ରସ୍ତୁତ କରିବା ପାଇଁ ll

ପେଷା ପାଇଁ ଆଲେଖ୍ୟ ପ୍ରସ୍ତୁତ କରୁକରୁ ଅଜାଣତରେ ସେ ଆତ୍ମା’ରୁ ଅନୁଭବ କରେ ସମସ୍ତେ ତା ବାପାବୋଉ ll ମନ କହେ ସମସ୍ତଙ୍କୁ ଆବୋରି ନେବାରେ ବାପାବୋଉ ରୂପରେ ll ତା ଇଛାରେ କେବଳ ବାଧକ ହୁଏ ତାର ଆର୍ଥିକ ଅସ୍ୱଚ୍ଛଳତା ll କେବଳ ଜଣେ ଅନ୍ତେବାସୀଙ୍କୁ ପୋଷ୍ୟ ପିତା କିମ୍ବା ମାତା କରି ଆଦରି ନେବାକୁ ଗୁହାରି କରେ ବୃଦ୍ଧାଶ୍ରମ କତୃପକ୍ଷଙ୍କୁ..!!
ସେହିଠାରୁ ଆରମ୍ଭ ହୁଏ ନାଟକ’ର ଉତ୍କଣ୍ଠା..!!

ଆପଣଙ୍କୁ ସାଦର ନିମନ୍ତ୍ରଣ ll
୨’ ତାରିଖ ଅକ୍ଟୋବର, ସନ୍ଧ୍ୟା ୭ ଟା, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ll

Leave a Reply

Your email address will not be published. Required fields are marked *