ବିଶ୍ଵ ମାନବାଧିକାର ଦିବସ ପାଳନ
ଗଞ୍ଜାମ ଜିଲ୍ଲା ତାରାତାରିଣୀ ଠାରେ ବିଶ୍ବ ମାନବ ଅଧିକାର ଦିବସ ଖୁବ୍ ନିଆର ଢଙ୍ଗରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନବ ଅଧିକାର ମିଶନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦିଲ୍ଲିପ ଧଳ , ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ମହିଳା ଶାଖାର ଶ୍ରୀମତୀ ଆରତି ମଙ୍ଗରାଜ ମାନବାଧିକାର ମିଶନ୍ ର ଜିଲ୍ଲା ସଭାପତି ଲୋକନାଥ ତ୍ରିପାଠୀ ,
ଉପ ସଭାପତି ଅଶୋକ ବିଶ୍ଵାଳ,ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ,ସମ୍ପାଦକ ଶିବ ଶଙ୍କର ବେହେରା, ସମାଜ ସେବୀ ବାପୁଜୀ ରଣା, ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ମାନବ ଅଧିକାର ଦିବସ ଉପଲକ୍ଷେ ସମସ୍ତ ଜନ ସାଧାରଣଙ୍କୁ ଅତିଥି ବୃନ୍ଦ ମୌଳିକ ଅଧିକାରରୁ କିପରି ବଞ୍ଚିତ ନ ହେବେ ତଥା ମାନବ ଅଧିକାର ସର୍ବୋଚ୍ଚ ନ୍ୟାୟ ତଥା ସଭିଙ୍କ ଅଧିକାର ବୋଲି ମତବ୍ୟକ୍ତ କରିଥିଲେ ।
ମାନବ ଅଧିକାର ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ କହିଥିଲେ ଯେଉ ଠାରେ ଆପଣଙ୍କ ପ୍ରତି ଅତ୍ୟାଚାର ହେଉଛି ସେ ଠାରେ ଆମକୁ ଲିଖିତ ଭାବରେ ଜଣାଇ ପାରିବେ ଏବଂ ଆଇନକୁ ହାତକୁ ନ ନେବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ ।।