Spread the love

ପାଟନା: ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କ ଲୋକପ୍ରିୟତା ହ୍ରାସ ପାଇଛି ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି।

ତାଙ୍କ ତୃତୀୟ କାର୍ଯ୍ୟକାଳରେ ନରେନ୍ଦ୍ର ମୋଦୀ କେତେ ଦିନ ପ୍ରଧାନମନ୍ତ୍ରୀ ରହିବେ ତାହା ଜମ୍ମୁ-କଶ୍ମୀର, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଏବଂ ବିହାରର ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ସ୍ଥିର ହେବ।  ଜମ୍ମୁ-କଶ୍ମୀରର ର୍ନିବାଚନ ଜାରି ରହିଛି। ଆଗାମୀ ଦିନରେ ହରିୟାଣାରେ ନିର୍ବାଚନ ହେବ।  ଏହାପରେ ଦିଲ୍ଲୀ,ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ବିହାରର ନିର୍ବାଚନ ଡିସେମ୍ବର ୨୦୨୫ ପୂର୍ବରୁ ଅନୁଷ୍ଠିତ ହେବ।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦି ଏହି ଫଳାଫଳ ବିଜେପି ବିରୋଧରେ ଆସେ, ତେବେ ସରକାରଙ୍କ ସ୍ଥିରତା ଉପରେ ନିଶ୍ଚିତ ପ୍ରଶ୍ନ ଉଠିବ। ଯଦି ଏହି ରାଜ୍ୟଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରେ ତା’ହେଲେ ଏହାର ଶକ୍ତି ଅକ୍ଷୁର୍ଣ୍ଣ ରହିପାରିବ।

ଅକ୍ଟୋବର ୨ ରେ ପାର୍ଟି ଆରମ୍ଭ ହେବା ପୂର୍ବରୁ ପ୍ରଶାନ୍ତ କିଶୋର କହିଛନ୍ତି ଯେ  ବିଜେପି ସମସ୍ୟାରେ ପଡ଼ିଛି। ତେଣୁ ଦଳ ନୀତୀଶ କୁମାରଙ୍କୁ କ୍ଷମତାରୁ ହଟାଇ ପାରୁ ନାହିଁ। ଏହା ବିଜେପିର ବାଧ୍ୟବାଧ୍ୟକତା। ଏହାଛଡ଼ା ବିଜେପି ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

Related Post

Leave a Reply

Your email address will not be published. Required fields are marked *