ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ | ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ। ସେତେବେଳେ ଆପଣଙ୍କ ବିଜେଡି ସାଂସଦମାନେ କଣ କରୁଥିଲେ?
ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା। ଆମକୁ ଲଜ୍ଜା ଲାଗୁଚି, ଆମେ ରେଳ ମନ୍ତ୍ରୀଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ | ଆମେ ଜାଣିଚୁ ତାଙ୍କର ଓଡ଼ିଶା ପ୍ରୀତି ନାହିଁ | ୱାଲଟିଅର ଡିଭିଜନକୁ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ, ତେବେ ଓଡ଼ିଶାର ୨୦ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ|
ଗେମ ପ୍ଲାନ୍
କ୍ଷମତା କରିଡରରେ ଚର୍ଚ୍ଚା,ଆଶିଷ, କୁଟ୍ଟେଙ୍କ ପରେ କାହା ପାଳି
ଆଶିଷ ସିଂଙ୍କ ପରେ ଡିଏସ୍ କୁଟ୍ଟେଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଗୃହ ବିଭାଗର ପ୍ରୋସିଡିଙ୍ଗ ଭିତରେ ମିଳିଲା ବଡ଼ ନିଯୁକ୍ତି । ୧୯୯୭ ବ୍ୟାଚର ଆଇପିଏସ୍ ଡିଏସ୍ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନ ସହିତ ବିଏସଏଫ୍ର ଆଇଜି ଭାବେ ମିଳିଛି ୫ ବର୍ଷିୟା ନିଯୁକ୍ତି । ହେଲେ ଏହି ବିବାଦୀୟ ପୋଲିସ ବାବୁଙ୍କୁ ଏତେବଡ଼ ଦାଇତ୍ୱ କେମିତି ମିଳିଲା? ଏହାକୁ ନେଇ କ୍ଷମତା ଅଳିନ୍ଦରେ ଜୋରଦାର ଚର୍ଚ୍ଚା
ଆଶିଷ ସିଂଙ୍କ ପରେ ଡିଏସ୍ କୁଟ୍ଟେଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଗୃହ ବିଭାଗର ପ୍ରୋସିଡିଙ୍ଗ ଭିତରେ ମିଳିଲା ବଡ଼ ନିଯୁକ୍ତି । ୧୯୯୭ ବ୍ୟାଚର ଆଇପିଏସ୍ ଡିଏସ୍ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନ ସହିତ ବିଏସଏଫ୍ର ଆଇଜି ଭାବେ ମିଳିଛି ୫ ବର୍ଷିୟା ନିଯୁକ୍ତି । ହେଲେ ଏହି ବିବାଦୀୟ ପୋଲିସ ବାବୁଙ୍କୁ ଏତେବଡ଼ ଦାଇତ୍ୱ କେମିତି ମିଳିଲା? ଏହାକୁ ନେଇ କ୍ଷମତା ଅଳିନ୍ଦରେ ଜୋରଦାର ଚର୍ଚ୍ଚା ।
କାରଣ ସାଧାରଣ ନିର୍ବାଚନ ସମୟରେ ଏହି ଅଫିସରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କେବଳ ରାଜ୍ୟ ବିଜେପି ନୁହେଁ କେନ୍ଦ୍ର ବିଜେପିର ସର୍ବୋଚ୍ଚ ନେତା ଏହି ବାବୁଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ କମିଶନଙ୍କ ଛାଟ ବାଜିବା ପରେ ଚାକିରିରୁ ନିଲମ୍ବିତ ହୋଇଥିଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଥିଲା ।
ସେପଟେ ଏହି ବିବାଦୀୟ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ପ୍ରମୋସନକୁ ନେଇ ତେଜିଛି ବୟାନବାଜି । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବୟାନ, ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ପ୍ରମିଳା ଅଭିଯୋଗ କରିଛନ୍ତି, ପ୍ରମୋସନ ପାଉଥିବା ଏହି ଅଫିସରଙ୍କ ସହ ବିଜେପିର ଭଲ ସମ୍ପର୍କ ଥିଲା, ଯାହା ପ୍ରମୋସନ ପରେ ସ୍ପଷ୍ଟ ହୋଇଛି ,ଏହାକୁ ବିଜେପି କାଉଣ୍ଟର କରି କହିଛି, ସମସ୍ତେ ଜାଣିଛନ୍ତି ଏହି ଅଫିସରମାନେ କାହା ଲିଙ୍କରେ ଥିଲେ.ସାଧାରଣ ବୁଝିବା ବର୍ତତମାନ କଷ୍ଟ ହେଲାଣି।।।