Spread the love

ପୋଲିସ କମିଶନର ଶ୍ରୀ ସଂଜୀବ ପଣ୍ଡା କହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟୟ ନିର୍ବାଚନ ଆସନ୍ତା ଶନିବାର 25 ତାରିଖ ଦିନ ହେବାକୁ ଯାଉଛି.1132 ଟି ବୁଥ କୁ ଜଗିବେ 15ପ୍ଲାଟୁନ ପୋଲିସ ଫୋର୍ସ ଓ 12 କମ୍ପାନୀ ସିଏପିଏଫ.ଶନିବାର ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୫ ବିଧାନସଭା କ୍ଷେତ୍ର ପାଇଁ ଭୋଟ ହେବ । ଏହି ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୧୩୨ଟି ବୁଥ ରହିଛି । ଜୟଦେବରେ ୧୧୧ଟି ବୁଥ, ଜଟଣୀରେ ୧୧୫ଟି, ମଧ୍ୟ ଭୁବନେଶ୍ୱରରେ ୧୧୨ଟି, ଉତ୍ତରରେ ୧୧୪ଟି ଓ ଏକାମ୍ରରେ ୧୧୨ଟି ବୁଥ କରାଯାଇଛି । ଏଥିରୁ ୧୫୨ଟି ବୁଥ୍ ହେଉଛି ସମ୍ୱେଦନଶୀଳ । ସମସ୍ତ ସମ୍ୱେଦନଶୀଳ ବୁଥ୍ରେ ସିଏପିଏଫ୍ ନିୟୋଜିତ ହେବେ । ୫ ନିର୍ବାଚନ ମଣ୍ଡଳୀ ମଧ୍ୟରେ ୪୨୧ଟି ସଖୀ ବୁଥ ରହିଛି । ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ୨୦୦ ବୁଥରେ ଉଭୟ ପୁଲିଂ ଓ ପୁଲିସ ଅଧିକାରୀ ଭାବେ ମହିଳା ନିୟୋଜିତ ହେବେ । ୫୨୫ଟି ବୁଥରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ଯାହାର ଟିକିନିଖି ବିବରଣୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ)ରେ ଦୃଶ୍ୟମାନ ହେବ । ସୁରକ୍ଷା ଦୃଷ୍ଟିରୁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍, ୩୦ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।

୧୧୩୨ଟି ବୁଥ ପାଇଁ ୫୧ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହିତ ପ୍ରାୟ ୩୦୦୦ରୁ ଉଦ୍ଧ୍ୱର୍ ପୁଲିସ କର୍ମଚାରୀ ଶାନ୍ତିପୂର୍ଣ ମତଦାନ ନିମନ୍ତେ ନିୟୋଜିତ ହେବେ । ନିର୍ବାଚନ ସମୟରେ ପୁଲିସର ଭୂମିକାକୁ ସୂଚାରୁ ଭାବରେ ତୁଲାଇବା ପାଇଁ କମିସନେରେଟ ପୁଲିସ ଓ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ୨ଟି ଆପ୍ଲିକେଶନ ତିଆରି କରିଛନ୍ତି । ଗୋଟିଏ ହେଲା ପୁଲିସ୍ ପାଟ୍ରୋଲିଂ ଆଣ୍ଡ ବୁଥ ମନିଟରିଂ ସିଷ୍ଟମ (ପିପିବିଏମ୍ଏସ୍) ଓ ଅନ୍ୟଟି ହେଲା ଭେଇକିଲ୍ ଟ୍ରାକିଂ ସିଷ୍ଟମ୍ (ଭିଟିଏସ୍) । ଏହି ଆପ୍ଲିକେଶନ ମାଧ୍ୟମରେ ପୁଲିଂ ଅବଧିରେ ପାଟ୍ରୋଲିଂ ୟୁନିଟ୍ ଗୁଡ଼ିକର ଅବସ୍ଥିତିକୁ ନଜରରେ ରଖି ହେବ । ଜରୁରି ସମୟରେ ଦରକାର ଥିବା ସ୍ଥାନକୁ ତୁରନ୍ତ ପଠାଯାଇ ପାରିବ । ଏହି ଆପ୍ଲିକେଶନ ମାଧ୍ୟମରେ ବୁଥରେ ନିୟୋଜିତ କର୍ମୀ କଣ୍ଟ୍ରୋଲ ରୁମ୍ ସହିତ ସିଧାସଳଖ ବୁଥ୍ର ସ୍ଥିତି ଯଥା ପୁଲିସ୍ର ଷ୍ଟାଟସ୍, ଧାଡ଼ିରେ ଅପେକ୍ଷା କରି ଥିବା ଭୋଟରଙ୍କ ସଂଖ୍ୟା ଜାଣି ହେବ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୫ ଅତିରିକ୍ତ ଡିସିପି, ୧୩ ଏସିପି, ୩୫ ଇନ୍ସପେକ୍ଟର, ୨୯୩ ସବଇନ୍ସପେକ୍ଟରଙ୍କ ସହ ୧୨ କମ୍ପାନୀ ସିଏପିଏଫ୍ ଓ ୧୫ ପ୍ଲାଟୁନ ରାଜ୍ୟ ସଶସ୍ତ୍ର ପୁଲିସ ସମେତ କ୍ୟୁଆରଟି ସୁରକ୍ଷା ଦାୟିତ୍ୱରେ ରହିବେ । ୨୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ କରାଯିବ । ତା’ପରେ ଆହୁରି କଡ଼ାକଡି ଯାଞ୍ଚ କରାଯିବ ବୋଲି ପୁଲିସ୍ କମିଶନର ଶ୍ରୀ ପଣ୍ଡା କହିଛନ୍ତି । ନାଇଟ୍ ପାଟ୍ରୋଲିଂ, ବ୍ଲକିଂ ସହ ଭୁବନେଶ୍ୱରର ପ୍ରବେଶ ପଥକୁ ସଶସ୍ତ୍ର ପୁଲିସ ବାହିନୀ ଆଜି ଠାରୁ ୨୪ ଘଣ୍ଟିଆ ଜଗି ରହିବେ । ନିର୍ବାଚନ ପାଇଁ ମୁତୟନ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ନେଇ କମିଶନର ଏକ ବୈଠକ କରିଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed