Spread the love

ପତର ଝଡୁଛି ଫଳ ବି ଝଡୁଛି
ଗଛ ବି ଝଡିବ ଦିନେ,
ରୂପ ଯଉବନ ପଡ଼ିବ ମଳିନ
ସମୟର ତାନେ ତାନେ ।

ମନୁଷ୍ୟ ଦୁଇଟି କାରଣରୁ ସମ୍ପୁର୍ଣ୍ଣ ବଦଳି ଯାଇଥାଏ, କେହି ଖାସ୍ ଲୋକ ଜୀବନକୁ ଆସିଲେ କିମ୍ବା କେହି ଖାସ୍ ଲୋକ ଜୀବନରୁ ଚାଲିଗଲେ ।

ସ୍ନାନ ଦ୍ଵାରା ଶରୀର, ଦାନ ଦ୍ବାରା ଧନ, ସହନଶୀଳତା ଦ୍ବାରା ମନ ଏବଂ ସଚ୍ଚୋଟ ପଣିଆ ଦ୍ୱାରା ଜୀବନ ଶୁଦ୍ଧ ଆଉ ପବିତ୍ର ହୋଇଥାଏ ।

ଟଙ୍କା ଉଧାର ନେଲେ Relationship ନଷ୍ଟ ହୁଏନାହିଁ, Relations ନଷ୍ଟ ହୁଏ ଉଧାର ନେଇ ଥିବା ଟଙ୍କାକୁ ମାଗିଲେ

କ୍ୟାଲେଣ୍ଡର ବଦଳିଗଲା ବୋଲି ଜୀବନ ବଦଳିଗଲା ତାହା ନୁହେଁ। ମନେରଖନ୍ତୁ ଆପଣଙ୍କ ଜୀବନ ସେହିଦିନ ବଦଳିବ ଯେଉଁଦିନ ଆପଣଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟି ପାରିବ।

ଏହା ନିଶ୍ଚୟ ମନେ ରଖନ୍ତୁ ଯେ ଆପଣଙ୍କ ଅତୀତ ହେଉଛି ଶିକ୍ଷା ,ବର୍ତ୍ତମାନ ହେଉଛି ଏକ ସୁନ୍ଦର ଉପହାର,ଆଉ ଭବିଷ୍ୟତ ହେଉଛି ଜୀବନର ଏକ ପ୍ରେରଣ।

ନ୍ୟାୟ ଉପାର୍ଜ୍ଜିତ ଧନ ଓ ସଂଚିତ ସମ୍ପଦକୁ ଯତ୍ନ ସହକାରେ ସାଇତି ରଖିବ । ନିଜର ବୟସନୁସାରେ ସ୍ୱାସ୍ଥ୍ୟକୁ ଜଗିବ। ଉପଯୁକ୍ତ ଯତ୍ନ ନେବ, ବନ୍ଧୁର ଉପଯୁକ୍ତ ସତ୍କାର କରିବ।

ପରଗୃହରେ ବାସ, ପରାନ୍ନ ଭୋଜନ, ପରବସ୍ତ୍ର ପରିଧାନ, ପରଶଯ୍ୟାରେ ଶୟନ, ପରଦାରା ସମ୍ଭୋଗ – ଏସବୁ ଭୋଗରେ ଆୟୁ ଯଶ ନଷ୍ଟ ହୋଇଥାଏ।

      

ଶ୍ରୀଭଗବାନ୍ କହୁଛନ୍ତି – ଜଗତର ପରମ କାରଣ ମୁଁ ହିଁ ହେଉଛି ବ୍ରହ୍ମା ଓ ମହେଶ୍ବର । ମୁଁ ହେଉଛି ସମସ୍ତଙ୍କର ଆତ୍ମା, ଈଶ୍ୱର ଓ ସାକ୍ଷୀ ତଥା ସ୍ବୟଂପ୍ରକାଶ ଓ ଉପାଧିରହିତ । ନିଜର ତ୍ରିଗୁଣାତ୍ମିକା ମାୟାକୁ ଅଙ୍ଗୀକାର କରି ମୁଁ ହିଁ ଜଗତର ସୃଜନ, ପାଳନ ଓ ସଂହାର କରିଥାଏ ଏବଂ ମୁଁ ହିଁ ଏସବୁ କର୍ମ ଅନୁରୂପ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ନାମ ଧରିଥାଏ । ଏପରି ଭାବରେ ମୁଁ ହେଉଛି ଅଦ୍ବିତୀୟ ବିଶୁଦ୍ଧ ପରଂବ୍ରହ୍ମ ସ୍ବରୂପ । ଅଜ୍ଞାନୀ ପୁରୁଷମାନେ ହିଁ ବ୍ରହ୍ମା, ରୁଦ୍ରଙ୍କୁ ତଥା ଅନ୍ୟ ସମସ୍ତ ଜୀବଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖନ୍ତି । ମନୁଷ୍ୟ ଯେପରି ନିଜର ମୁଣ୍ଡ କିମ୍ବା ହାତ କିମ୍ବା ପାଦ ଆଦି ଅଙ୍ଗକୁ “ଏଇଟା ମୁଁ ନୁହେଁ” ବୋଲି କେବେ ବି କହେ ନାହିଁ, ମୋର ଭକ୍ତ ସେହିପରି କୌଣସି ପ୍ରାଣୀକୁ ମୋଠାରୁ ଭିନ୍ନ ବୋଲି ଭାବନ୍ତି ନାହିଁ । ଆମେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର – ତିନିଜଣ ଯାକ ହେଉଛୁ ଏକ ଏବଂ ଆମେ ହିଁ ହେଉଛୁ ସକଳ ଜୀବରୂପ । ତେଣୁ ଯେ ଆମ ଭିତରେ କୌଣସି ପ୍ରଭେଦ ଦର୍ଶନ କରନ୍ତି ନାହିଁ, ସେ ଶାନ୍ତି ଲାଭ କରନ୍ତି।

ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ
.

Leave a Reply

Your email address will not be published. Required fields are marked *