ପୁଞ୍ଜି ପାଇଁ ଦିଲ୍ଲୀ ଯିବେ ମୋହନ । ନିବେଶକଙ୍କୁ ମନାଇବେ, ଓଡ଼ିଶାକୁ ନିବେଶ ଆଣିବେ
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ। ନିବେଶ ଆସିବ, ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଛିଡା ହେବ। ଏଥିପାଇଁ ବୁଧବାର ଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାରେ ନିବେଶ ପାଇଁ ନୀଳନକ୍ସା ରଖିବେ ମୋହନ।
ଓଡିଶା କୁ ଶିଳ୍ପ ସମୃଦ୍ଧ କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ। ନିବେଶ ଆସିବ, ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଛିଡା ହେବ। ଏଥିପାଇଁ ବୁଧବାର ଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାରେ ନିବେଶ ପାଇଁ ନୀଳନକ୍ସା ରଖିବେ ମୋହନ। ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ସହ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ସାମ୍ନାକୁ ଆଣିବେ ମୁଖ୍ୟମନ୍ତ୍ରୀ।
ନିବେଶକଙ୍କ ମନ ଜିଣିବ ‘ଉତ୍କର୍ଷ ଓଡ଼ିଶା’
ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଶିଳ୍ପନୀତି
ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ନିବେଶକଙ୍କ ମନ ଜିଣୁଛି
ନୂଆ ଶିଳ୍ପ ପାଇଁ ରାଜ୍ୟରେ ଉନ୍ନତ ଭିତ୍ତିଭୂମି ରହିଛି
କେବଳ ମାଇନିଂ କ୍ଷେତ୍ରରେ ସୀମିତ ରହିବନି ଓଡ଼ିଶାର ଶିଳ୍ପ। ପେଟ୍ରୋ କେମିକାଲ, ଫୁଡ ପ୍ରୋସେସିଂ, ଆଇଟି, ଟେକ୍ସଟାଇଲ, ଏମଏସଏମଇ କ୍ଷେତ୍ରରେ ନିବେଶର ନୂଆ ନାଁ ସାଜିବ ଓଡ଼ିଶା। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସରକାରଙ୍କ ପ୍ରସ୍ତୁତି ଭିତରେ ନିପ୍ପନ ଷ୍ଟିଲ ପ୍ରକଳ୍ପକୁ ନେଇ ଆସିଛି ଖୁସି ଖବର। ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ସହ ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ, ବିଭାଗ ପ୍ରସ୍ତୁତି ହେଉଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେହିଭଳି ଜେଏସଡବ୍ଲୁ କ୍ଷେତ୍ରରେ ପୂର୍ବ ସରକାର ଏମଓୟରୁ ସୀମିତ ଥିବା ବେଳେ ମୋହନ ସରକାର ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ପ୍ରସ୍ତୁତ.