Spread the love

ଧର୍ମର ଦଶଟି ଲକ୍ଷଣ

ଯତୋଭ୍ୟୁଦୟନିଃ ଶ୍ରେୟଃ ସସିଦ୍ଧି ସଃ ଧର୍ମ ।
ଅର୍ଥାତ- ଯେଉଁ କର୍ମ ଦ୍ବାରା ଯେଉଁ ଅଚରଣ ଦ୍ବାରା ଏ ଉଭୟ ଲୋକର ସମୁଚିତ କଲ୍ୟାଣ ସାଧିତ ହୁଏ ତାହା ଧର୍ମ ଅଟେ ।
ପୌରାଣିକ କଥାମୃତ ଗ୍ରୁପ
ଧୃତିଃ କ୍ଷମା ଦମୋଽତ୍ସେୟଂ ଶୌଚମିନ୍ଦ୍ରିୟ ନିଗ୍ରହ ।
ଧୀ ବିଦ୍ୟା ସତ୍ୟମ୍‌ କ୍ରୋଧୋ ଦଶକଂ ଧର୍ମ ଲକ୍ଷଣ‌ ।।

୧- ଧୃତି- ଦୁଃଖ-ଦୁଃଖ ହାନି-ଲାଭ

ସଫଲତା- ବିଫଲତା ରେ ଅସ୍ଥିର ନ ହୋଇ ଧୈଯ୍ୟ ଧାରଣ କରିବା ।

୨- କ୍ଷମା – ନିନ୍ଦା – ସ୍ମୃତି ମାନ-ଅପମାନ କୁ ସହନ କରି ସ୍ଟ ଲକ୍ଷ୍ୟ ରେ ଅଟଲ ରହିବା ।

୩- ଦମ- ମନ କୁ ଅସତ କର୍ମ ରୁ ବିଷୟା ଭୋଗ ରୁ ନିବୃତ୍ତ ହୋଇ ସତ କର୍ମ ରେ ପ୍ରବୃତ୍ତ ରହିବା ।

୪- ଅତ୍ସେୟ – କାୟ ମନ ବାକ୍ୟ ରେ ଅନ୍ୟାୟ و ଛନ୍ଦ କପଟ, ବିଶ୍ବାସ ଘାତକତା ଆଦି ଦ୍ବାରା ଅନ୍ୟ ର ପଦାର୍ଥ ପ୍ରାପ୍ତି ନ କରିବା ।

୫- ଶୌଚ – ରାଗ ଦ୍ବେଶ ପକ୍ଷପାତିତା ତ୍ୟାଗ ଦ୍ବାରା ଅନ୍ତଃକରଣ ଏବଂ ଜଲାଦି ଦ୍ବାରା ଶରୀର କୁ ଶୁଦ୍ଧ କରିବା ।

୬-ଇନ୍ଦ୍ରିୟ ନିଗ୍ରହ– ଇନ୍ଦ୍ରିୟ ଗୁଡିକୁ ବିଷୟା ଭୋଗ ରୁ ଲିପ୍ତ ନ ରହି ଆମୋନ୍ନତି ରେ ନିୟୋଜିତ କରିବା ।

୭- ଧୀ- ମାଦକ ଦ୍ରବ୍ୟ ଅନ୍ୟ ବୁଦ୍ଧି ନାଶକ ପଦାର୍ଥ ସେବନ, କୁସଂଗ ଆଲସ୍ୟ, ପ୍ରମାଦ ଆଦି و ତ୍ୟାଗ କରି ଉତ୍ତମ ବୃଦ୍ଧି ର ବିକାଶ ପାଇଁ ମନ ନିବେଶ କରିବା ।

୮-ବିଦ୍ୟା- ପୃଥିବୀ ରୁ ଆରମ୍ଭ କରି ପରମେଶ୍ବର ଙ୍କ ପର୍ଯନ୍ତ ପଦାର୍ଥ ର ଯଥାର୍ଥ ଜ୍ଞାନ ଆହରଣ କରିବା ତଦ୍ବାରା ନିଜର ତଥା ଅନ୍ୟ ର ଯଥା ଯୋଗ୍ୟ ଅଂ ର ଉପକାରକରି ମଂଗଲ କରିବା ।

୯- ସତ୍ୟ- ଯେଉଁ ପଦାର୍ଥ କୁଯେଉଁ ଭଲି ଅଛି ତାକୁ ସେହିଭଲି ହିଁ ଜାଣିବା ସେହି ପରି ହିଁ କରିବ ଓ ବେଦ ରୂପ ବ୍ୟବହାର କରି ଜ୍ଞାନ ଆହରଣ

ମନ- ବାକ୍ୟ – କର୍ମ ରେ ଏକ ରୁପଣ ରକ୍ଷା କରିବା ।

୧୦-କ୍ରୋଧ – ମନ ଓ ଶରୀର କୁ ଅଯଥା ଉତ୍ତେଜିତ ନ କରି ଶାନାଦି ଗୁଣ ଧାରଣ କରିବା ଏ ଦଶ ଟ ଧର୍ମ ର ଲକ୍ଷଣ ଅଟେ । ମାନବୀୟ ଗୁଣ ର ମୁଲମନ୍ତ୍ର ଅଟେ ।

ଧର୍ମ – ଯେଉଁ କାମ କଲେ ସମାଜ ର ଲୋକ କୁ ଦୁଃଖୁ ତାତନ ଲାଞ୍ଛନା ଛନ୍ଦ କପଟ ମିଲେ ନାହିଁ ଅନ୍ୟ କୁ ପରୋପକାର ଦ୍ବାରା ଦୁଃଖ ଶାନତି ମିଲି ଥାଏ ତାହାକୁ ଧର୍ମ କହନ୍ତି ।

ଅଧର୍ମ –ଏହି ଦଶ ଟି ଗୁଣ ର ଓଲଟା କୁ ଅଧର୍ମ କୁହାଯାଏ ।

Leave a Reply

Your email address will not be published. Required fields are marked *