Spread the love

ଦବିଲା ଦୟା ନଦୀବନ୍ଧ ; ବାଲିବସ୍ତା ପକାଇ ଚାଲିଛି ମରାମତି , ଭୟଭୀତ ନଦୀକୂଳିଆ ବାସିନ୍ଦା ।

ଅସୁରକ୍ଷିତ ହେଲାଣି ଦୟା ନଦୀବନ୍ଧ । ଡେଲାଙ୍ଗ ବ୍ଲକ ନୂଆହାଟ ଗାଁ ନିକଟରେ ନଦୀବନ୍ଧ ଦବିଯାଇଛି । ବଲିବସ୍ତା ପକାଇ ମରାମତି କରିବାକୁ ଉଦ୍ୟମ ଜାରି ରହିଛି । ଯାହାକୁ ନେଇ ଆତଙ୍କିତ ଅଛନ୍ତି ନଦୀ କୂଳିଆ ବାସିନ୍ଦା ।

ନଦୀବନ୍ଧରେ ଘାଇ ହେଲେ ୩ଟି ବ୍ଲକର ହଜାର ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦୟାରେ ବନ୍ୟା ଜଳ ବଢୁଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପୂର୍ବରୁ ୧୦୦ ପୁଟ ବନ୍ଧ ଧସେଇ ପଶିଥିବା ବେଳେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ବନ୍ଧ ମରାମତି ହୋଇଥିଲା । ତରବରିଆ ଭାବରେ ବନ୍ଧ ମରାମତି କରାଯାଇଥିବାରୁ ଏଭଳି ଅବସ୍ଥା ହୋଇଥିବା ଲୋକମାନେ କହିଛନ୍ତି ।

ନଦୀ ବନ୍ଧକୁ ସୁରକ୍ଷା ଦେବାକୁ ବର୍ତ୍ତମାନ ସୁଦ୍ଧା ୧୫ ହାଜରରୁ ଅଧିକ ବାଲି ବସ୍ତା ବ୍ୟବହାର ହେଲାଣି । ହେଲେ ବନ୍ଧ ସୁରକ୍ଷିତ ହେଉନାହିଁ । ଦିନ ରାତି ଏକ କରି ୪୦ରୁ ଅଧିକ ଲୋକ ମରାମତି କାମରେ ଲାଗିଛନ୍ତି । ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ତ୍ରୁଟି ପାଇଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ନଦୀବନ୍ଧରେ ଘାଇ ହେଲେ ସତ୍ୟବାଦୀ, ଡେଲାଙ୍ଗ ଓ କଣାସ ବ୍ଲକର ହଜାର ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏହି ଅଞ୍ଚଳର ଲୋକଙ୍କ ମନରେ ଏବେ ଛନକା ପଶିଛି ।

Leave a Reply

Your email address will not be published. Required fields are marked *